ମାତ୍ର ୧୫,୦୦୦ ଟଙ୍କା ମଧ୍ୟରେ କିଣନ୍ତୁ ଏହି 5G ସ୍ମାର୍ଟଫୋନ, ରହିଛି ବଢିଆ ଫିଚର୍ସ

ସମସ୍ତେ ଭାବନ୍ତି ଯେ 5G ସ୍ମାର୍ଟଫୋନ୍ ବହୁତ ମହଙ୍ଗା । ତେଣୁ ଆପଣଙ୍କର ଏହି ଚିନ୍ତାଧାରାକୁ ଭାଙ୍ଗି ଆମେ ଆପଣଙ୍କ ପାଇଁ ଏଭଳି 5G ସ୍ମାର୍ଟଫୋନ୍ ବିଷୟରେ ସୂଚନା ଆଣିଛୁ, ଯାହାକୁ ଆପଣ ୧୫,୦୦୦ ଟଙ୍କା ମଧ୍ୟରେ ପାଇପାରିବେ । ଆସନ୍ତୁ ଜାଣିବା ଏହି ସମସ୍ତ ସ୍ମାର୍ଟଫୋନ୍ ବିଷୟରେ...

ଯଦି ଆପଣ ୨୦୨୩ ମସିହାରେ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ 5G ସ୍ମାର୍ଟଫୋନ୍ କିଣିବା ଉଚିତ୍ । 5G ଟେକ୍ନୋଲୋଜି ହେଉଛି ସବୁଠୁ ଲାଟେଷ୍ଟ ଟେକ୍ନୋଲୋଜି, ଯାହା ଆଗାମୀ ଦିନରେ ସାରା ଦେଶରେ ଉପଲବ୍ଧ ହେବ । ସମସ୍ତେ ଭାବନ୍ତି ଯେ 5G ସ୍ମାର୍ଟଫୋନ୍ ବହୁତ ମହଙ୍ଗା । ତେଣୁ ଆପଣଙ୍କର ଏହି ଚିନ୍ତାଧାରାକୁ ଭାଙ୍ଗି ଆମେ ଆପଣଙ୍କ ପାଇଁ ଏଭଳି 5G ସ୍ମାର୍ଟଫୋନ୍ ବିଷୟରେ ସୂଚନା ଆଣିଛୁ, ଯାହାକୁ ଆପଣ ୧୫,୦୦୦ ଟଙ୍କା ମଧ୍ୟରେ ପାଇବେ । ଏହା ମଧ୍ୟରେ ଆପଣ ସାମସଙ୍ଗ ଏବଂ Lava ପରି ବ୍ରାଣ୍ଡର ସ୍ମାର୍ଟଫୋନ୍ କିଣିବାର ସୁଯୋଗ ପାଇପାରିବେ। ଆସନ୍ତୁ ଜାଣିବା ଏହି ସମସ୍ତ ସ୍ମାର୍ଟଫୋନ୍ ବିଷୟରେ…

Samsung galaxy F 14 5G ସ୍ମାର୍ଟଫୋନ:
ଏହି ସାମସଙ୍ଗ ଫୋନର ମୂଲ୍ୟ ୧୩,୯୯୦ ଟଙ୍କା । ଏହି ଫୋନରେ ୬.୬ ଇଞ୍ଚ FHD + ଡିସପ୍ଲେ ଅଛି ଏବଂ ଏହି ଫୋନ୍ ଇନ ହାଉସ ଡେଭଲପ ହୋଇଥିବା Exynos ୧୩୩୦ ଚିପସେଟ ସହିତ ଆସିଥାଏ । ସାମସଙ୍ଗ ଗାଲାକ୍ସି F 14 5G ରେ ୫୦MP ଡୁଆଲ୍ ରିୟର କ୍ୟାମେରା ଏବଂ ୧୩MP ଫ୍ରଣ୍ଟ କ୍ୟାମେରା ରହିଛି । ଏହି ଫୋନ ପାୱାର ପାଇଁ ୬୦୦୦mAh ବ୍ୟାଟେରୀ ଅଛି, ଏହା ସହିତ କମ୍ପାନୀ ୨ ବର୍ଷର OS ଅପଡେଟ୍ ଏବଂ ୪ ବର୍ଷର ସିକ୍ୟୁରିଟି ୱାରେଣ୍ଟି ଦେଇଛି ।

Lava Blaze 5G:
Lava ର ଏହି 5G ସ୍ମାର୍ଟଫୋନ୍ ଇ-କମର୍ସ ସାଇଟ୍ ଆମାଜନରେ ମାତ୍ର ୧୦, ୯୯୯ ଟଙ୍କାରେ ମିଳୁଛି । Lava blaze 5G ରେ ୫୦MP AI ଟ୍ରିପଲ୍ କ୍ୟାମେରା, ୪GB RAMଏବଂ ୧୨୮GB ଷ୍ଟୋରେଜ୍ ଅଛି । ଏହି ଫୋନରେ ୬.୫ଇଞ୍ଚ HD + ଡିସପ୍ଲେ ରହିଛି ଯାହା 90Hz ର ରିଫ୍ରେସ ରେଟ ଦେଇଥାଏ । ଯଦି ଆମେ ପାୱାର ବିଷୟରେ କଥା ହେବା, ଏହି ଫୋନରେ ୫୦୦୦mAh ର ଦମଦାର ବ୍ୟାଟେରୀ ରହିଛି ।

iQOO Z6 Lite 5G:
ଆପଣ ଏହି IQ ଫୋନକୁ ଆମାଜନରୁ ୧୪,୪୯୯ ଟଙ୍କାରେ କିଣି ପାରିବେ । ଏହି IQ ଫୋନରେ ୬GB RAM ଏବଂ ୧୨୮GB ଷ୍ଟୋରେଜ୍ ରହିଛି ଏବଂ ଏହି ଫୋନ୍ ଆଣ୍ଡ୍ରଏଡ୍ ୧୨ ବେସ୍ଡ Funtouch OS 12 ରେ ରନ କରିଥାଏ । iQOO Z6 Lite 5G ରେ FHD + ଡିସପ୍ଲେ ରହିଛି, ଯାହାର ରିଫ୍ରେସ ରେଟ ହେଉଛି ୧୨୦Hz । ପାୱାର ପାଇଁ, ଫୋନରେ ୫୦୦ mAh ର ଏକ ଶକ୍ତିଶାଳୀ ବ୍ୟାଟେରୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.