ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ, ଏବେ ବର୍ଷର ସବୁ ସମୟରେ ଫଳି ପାରିବ ବାଇଗଣ

ଏବେ ବର୍ଷର ସବୁ ସମୟରେ ଫଳି ପାରିବ ବାଇଗଣ  । ସ୍ୱାଦ ନ ଵଦଳିବା ସହ ଉତ୍ପାଦନ ମଧ୍ୟ ୨ ଗୁଣ ହେବ । ବିହାର କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମାନେ ଏପରି ଏକ କିସମର  ଆବିଷ୍କାର କରିଛନ୍ତି ଯାହାଦ୍ୱାରା ବର୍ଷର ସବୁସମୟରେ ଏହି ପରିବାକୁ ଚାଷ କରାଯାଇପାରିବ । ଶୀତ ସହ ଗ୍ରୀଷ୍ମ ଋତୁରେ ବି ଏହି ପରିବା ଚାଷ କରାଯାଇପାରିବ । ଏମିତିକି ୪୨ ଡିଗ୍ରୀ ତାପମାତ୍ରାରେ ବି ଏହି ଚାଷ ସହଜରେ କରାଯାଇ ପାରିବ । ଏହି ନୂଆ କିସମର ନାମ ରଖାଯାଇଛି ‘ସଦାବାହାର’ । ଏହାର ରଙ୍ଗ ସାଧାରଣତଃ ସବୁଜ ରଙ୍ଗର ହିଁ ହେବ ।

ଗୋଟିଏ ବାଇଗଣର ଓଜନ ୮୫ ରୁ ୮୮ ଗ୍ରାମ ଭିତରେ ହିଁ ରହିବ । ଏହାର ଗୋଟିଏ ଗଛରେ ୨୩ ଟି ରୁ ୨୬ଟି ଫଳ ଫଳିବ । ବର୍ତ୍ତମାନ ଗୋଟିଏ ଗଛରେ ଯେତିକି ଉତ୍ପାଦନ ହେଉଛି ତାର ଏହା ପ୍ରାୟ ଦୁଇ ଗୁଣ ହେବ । ଗରମ ଦିନରେ ଏହାର ଉତ୍ପାଦନ ସାମାନ୍ୟ କମ ରହୁଥିବା ବେଳେ ଶୀତ ଦିନେ ଅଧିକ ରହିବ । ବୈଜ୍ଞାନିକ ମାନଙ୍କ ଅନୁଯାୟୀ ଗରମ ଦିନରେ ୨୭୦ କ୍ୱିଣ୍ଟାଲ ପ୍ରତି ହେକ୍ଟର ଅମଳ କରାଯାଇପାରିବ ଓ ଶୀତ ଋତୁରେ ୪୪୦ ରୁ ୪୮୦ କ୍ୱିଣ୍ଟାଲ ପ୍ରତି ହେକ୍ଟର ଚାଷ କରାଯାଇପାରିବ । ଏହି ପ୍ରଜାତି ପ୍ରତିଟି ପରିସ୍ଥିତିରେ ଉତ୍ପାଦନ ହୋଇପାରିବ ।

ଏହା ସହ ପଢନ୍ତୁ: ଡାଇବେଟିଜ, ରକ୍ତଚାପ ଏବଂ କୋଲେଷ୍ଟ୍ରଲକୁ ସନ୍ତୁଳନରେ ରଖିଥାଏ ରସୁଣ ଲୁଣ, ଜାଣନ୍ତୁ ଏହାକୁ ଘରେ ପ୍ରସ୍ତୁତ କିପରି କରିବେ 

ଏହାର ସ୍ୱାଦ ଅନ୍ୟ କିସମର ବାଇଗଣ ତୁଳନାରେ ଯଥେଷ୍ଟ ଅଧିକ ରହିବା ସହ ଏହାର ଗୁଣବତ୍ତା ଉତକୃଷ୍ଟ ରହିବ । ବୈଜ୍ଞାନିକ ମାନଙ୍କ ଏହି ପ୍ରୟାସ ବିହାରର ପନିପରିବା ଚାଷକୁ ଦୁଇ ଗୁଣ କରିବାରେ ନିଶ୍ଚିତ ସହାୟକ ହେବ । ସୂଚନା ଅନୁଯାୟୀ ବର୍ତ୍ତମାନ ପରିବା ଚାଷରେ ଦେଶରେ ୩ୟ ସ୍ଥାନରେ ଅଛି । ପ୍ରତିବର୍ଷ ଦେଶରେ ଉତ୍ପାଦନ ହେଉଥିବା ପରିବାର ୯ ପ୍ରତିଶତ ବିହାରରେ ହିଁ ଚାଷ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.