ରୋଷେଇ ଘରର ଜିନିଷରେ ଅତି ସହଜରେ ବନାନ୍ତୁ ମାଉଥ ୱାସ, ରହିବ ନାହିଁ ପାର୍ଶ୍ଵ ପ୍ରତିକ୍ରିୟାର ଭୟ

କରୋନା ସମୟରେ ଏବେ ଅଧିକାଂଶ ଲୋକ ନିଜ ପାଟିର ଯତ୍ନ ନେବାକୁ ଚେଷ୍ଟା କରୁଛନ୍ତି । କରୋନାରୁ ସୁସ୍ଥତା ଲାଭ ପରେ ଅଧିକାଂଶଙ୍କ ଠାରେ ବ୍ଲାକ ଫାଙ୍ଗସର ଲକ୍ଷଣ ମାନ ଦେଖାଦେଉଛି । ଆଉ ଏହି ଭୟ କାରଣରୁ ବି ପାଟି ର ଯତ୍ନ ନେବା ଖୁବ ଜରୁରୀ ହୋଇପଡିଛି । ପାଟିର ଯତ୍ନ ନେବା ପାଇଁ ଦାନ୍ତ ସଫା କରିବା ସହ ଭଲ ଭବରେ ଥରେ ମାଉଥ ୱାସ କରାଇନେବା ଉଚିତ । ଏହା ଦ୍ୱାରା ପାଟି ଜନିତ ଦୁର୍ଗନ୍ଧ ଦୂର ହେବା ସହ କରୋନା ଜନିତ ଭୟ ବି ଏତେଟା ରହିବନି ।

କିନ୍ତୁ ବଜାରରେ ମିଳୁଥିବା ମାଉଥ ୱାସରେ କେମିକାଲ୍ସ ଅଧିକ ପରିମାଣରେ ରହିଥାଏ । ଯାହାକୁ ଦୀର୍ଘ ଦିନ ଲଗାତାର ଭାବରେ ବ୍ୟବହାର କର କରିବା ଦ୍ୱାରା ଅନେକ ପାର୍ଶ୍ଵ ପ୍ରତିକ୍ରିୟା ମାନ ଦେଖାଦେଇଥାଏ । କିନ୍ତୁ ହୁଏତ ଆପଣ ଜାଣିନଥିବେ ରୋଷେଇ ଘରର ଅତି ସାଧାରଣ ଜିନିଷରୁ ଆପଣ ଖୁବ ସହଜରେ ମାଉଥ ୱାସ ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ ଆଜି ସେବିଷୟରେ ଜାଣିବା ।

10 Wonderful Benefits and Uses of Neem: A Herb That Heals - NDTV Food

ନିମ୍ବ ମାଉଥ ୱାସ:

ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରଲ ଭଳି ଔଷଧୀୟ ଗୁଣରେ ଭରପୁର ନିମ୍ବ ପତ୍ରରେ ମାଉଥ ୱାସ ବନାଇ ହେବ । ଏଥିପାଇଁ ଏକ କପ ପାଣିରେ କିଛି ନିମ୍ବ ପତ୍ର ପକାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏହି ପାଣିକୁ ହାଲକା ଗରମ କରି ଏକ ବୋତଲରେ ଭର୍ତ୍ତି କରି ଦିଅନ୍ତୁ । ଦାନ୍ତ ଘଷିବା ପରେ ଏଥିରେ ମୁହଁ ଧୋଇଦିଅନ୍ତୁ ।

ଡ଼ାଳଚିନି ଓ ଲବଙ୍ଗ ମାଉଥ ୱାସ:

ଏହାକୁ ବନାଇବା ପାଇଁ ଗୋଟେ କପ ପାଣିରେ ୧୦ ରୁ ୧୫ ବୁନ୍ଦା ଡ଼ାଳଚିନି ଓ ଲବଙ୍ଗ ତେଲ ପକାନ୍ତୁ । ଏହି ସବୁକୁ ଭଲ ଭାବରେ ମିଶାନ୍ତୁ । ଏହାକୁ ଆପଣ ନିଜ ରେଗୁଲାର ମାଉଥ ୱାସ ଭାବରେ ବ୍ୟବହାର କରିପାରିବେ ।

 

mouth wash

ବେକିଙ୍ଗ ସୋଡ଼ା:

ରୋଷେଇରେ ବ୍ୟବହାର ହେଉଥିବା ବେକିଙ୍ଗ ସୋଡ଼ାରେ ଆପଣ ଅତି ସହଜରେ ମାଉଥ ୱାସ ଭାବରେ ୟୁଜ କରିପାରିବେ । ଏଥିପାଇଁ ଅଧ କପ ପାଣିରେ ଅଧ ଚାମଚ ବେକିଙ୍ଗ ସୋଡ଼ା ପକାନ୍ତୁ । ଏବେ ଏହି ପାଣିରେ ନିଜ ଦାନ୍ତ ସଫା କରନ୍ତୁ । ଏଥିରେ ମୁହଁର ପିଏଚ ଲେବଲ ବି ଠିକ ରହିଥାଏ । ଗନ୍ଧ ସମସ୍ୟା ବି ଦୂର ହୋଇଥାଏ ।

ଆପଲ ସିଡେଡ଼ ଭିନେଗାର:

ଆପଲ ସିଡେଡ଼ ଭିନେଗାର ବି ଏକ ଭଲ ବିକଳ୍ପ । ଏଥିପାଇଁ ଏକ ବାଉଲରେ ୩ ଚାମଚ ଲେଖାଏଁ ଭିନେଗାର ଓ ଗରମ ପାଣି ମିଶାନ୍ତୁ | ଏହାକୁ ଦିନରେ ତିନି ଥର ବ୍ୟବହାର କରନ୍ତୁ । ଏହା ଦ୍ଵାର ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ । ଦାନ୍ତ ବି ମଜବୁତ ହୁଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.