ଶୀତ ସନ୍ଧ୍ୟାରେ ଘରେ ପ୍ରସ୍ତୁତ କରନ୍ତୁ “ରାଜସ୍ଥାନୀ ମକା ଢ଼ୋକଲା”

ଶୀତ ଦିନେ ସାଧାରଣତଃ ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଘରେ କରି ଖାଇବାକୁ ଇଚ୍ଛା ହୁଏ । ଏହି ସମୟରେ ବି କିସମ କିସମର ପନି ପରିବା, ଫଳମୂଳ ମଧ୍ୟ ବଜାରରେ ମିଳିଥାଏ । ତେଣୁ ଏହି ଖାଦ୍ୟ ପଦାର୍ଥକୁ ବ୍ୟବହାର କରି ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଖାଦ୍ୟର ମଜା ନିହାତି ନେବା ଦରକାର । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଲୋକପ୍ରିୟ ଖାଦ୍ୟ ‘ମକ୍କା ଢ଼ୋକଳା’ । ଖାଦ୍ୟ ପେୟ ପ୍ରତି ଯଥା ସମ୍ଭବ ସାବଧାନତା ଅବଲମ୍ବନ କରୁଥିବା ଲୋକେ ଏହାକୁ ଷ୍ଟିମ ସାହାଯ୍ୟରେ ପ୍ରସ୍ତୁତ କରି ବି ଖାଇପାରିବେ । ତେବେ ଆସନ୍ତୁ ଜାଣିବା ଏଥିପାଇଁ ଆବଶ୍ୟକୀୟ

ସାମଗ୍ରୀ:

୧. ଗୋଟେ କପ ମକ୍କା ଅଟା

୨. ଗୋଟେ ଛୋଟ ଚାମଚ ଜିରା

୩. ଗୋଟେ ଛୋଟ ଚାମଚ ଲଙ୍କା ଗୁଣ୍ଡ

dhokla

୪. ଗୋଟେ ଛୋଟ ଚାମଚ ହଳଦୀ

୫. ଲୁଣ ସ୍ୱାଦ ଅନୁସାରେ

୬. ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମକ୍କା ଅଟାକୁ ଭଲ ଭାବେ ଛାଣି ସେଥିରେ ସମସ୍ତ ପ୍ରକାର ମସଲା ଗୋଳାଇ ଦିଅନ୍ତୁ । ପରେ କିଛି ଧନିଆ ପତ୍ର ବି ସେଥିରେ ମିଶାଇ ଦିଅନ୍ତୁ । ଏବେ ଏହାକୁ ଅଟା ଚକଟିବା ପରି ଚକଟି ଦିଅନ୍ତୁ । ଧ୍ୟାନ ରଖିବେ ଚକଟା ଯେପରି ନରମ ହେବ । ଚକଟିବା ପରେ ଏହାକୁ ଅଧ ଘଣ୍ଟା ପାଇଁ ଛାଡି ଦିଅନ୍ତୁ | ଏବେ ଏହାକୁ ନିଜ ଇଚ୍ଛା ଅନୁସାରେ ଗଢି ଦିଅନ୍ତୁ । ଚୁଲିରେ ପାଣି ବସାଇ ୧୨ ରୁ ୧୫ ମିନିଟ ଯାଏଁ ଷ୍ଟିମ କରାଇ ନିଅନ୍ତୁ । ଆପଣ ଯଦି ଚାହିଁବେ ତ ଇଡ଼ଲି ପାତ୍ରରେ ବି ଏହାକୁ ବନାଇ ପାରିବେ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ମକ୍କା ଢ଼ୋକଳା । ଏବେ ଏହାକୁ ପୁଦିନା ବା ଅନ୍ୟ କୌଣସି ଚଟଣି ସହ ପରିବାର ଲୋକ ବା ଗେଷ୍ଟ ମାନଙ୍କୁ ପରସନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.