ସମାଜ କଲ୍ୟାଣ ପାଇଁ ଆଗରେ ରୁହନ୍ତି ଏହି ମୂଳାଙ୍କର ଝିଅ, ମା’ ଲକ୍ଷ୍ମୀଙ୍କର ରହିଥାଏ ଆଶିର୍ବାଦ

ଅଙ୍କ ଜ୍ୟୋତିଷରେ ଜନ୍ମ ତାରିଖ ନମ୍ବର ଆଧାରରେ ଭବିଷ୍ୟବାଣୀ କରାଯାଇଥାଏ । ୧ ରୁ ଆରମ୍ଭ କରି ୯ ପର୍ଯ୍ୟନ୍ତ ମୋଟ ୯ ମୂଳାଙ୍କ ରହିଥାଏ । ମୂଳାଙ୍କ ର କୌଣସି ବି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଇଥାଏ । ଅଙ୍କ ଜ୍ୟୋତିଷ ଅଙ୍କ ଉପରେ ଆଧାରିତ | ଯେଉଁଥିରେ ବ୍ୟକ୍ତିର ଜନ୍ମ ତାରିଖ ବା ମୂଳାଙ୍କରୁ ଅତୀତ ,ବର୍ତମାନ ଏବଂ ଭବିଷ୍ୟତ ବିଷୟରେ ଜଣା ପଡିଥାଏ | ଅଙ୍କ ବ୍ୟକ୍ତିର ସ୍ୱଭାବ ବିଷୟରେ ମଧ୍ୟ କହିଥାଏ |

ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ଝିଅଙ୍କ ଜନ୍ମ ମାସର ୩,୧୨,୨୧ ଓ ୩୦ ତାରିଖରେ ହୋଇଥାଏ, ସେହି ଝିଅଙ୍କର ବ୍ୟକ୍ତିତ୍ୱ ବହୁତ ପ୍ରଭାବୀ ହୋଇଥାଏ । ଏହି ତାରିଖରେ ଜନ୍ମ ହୋଇଥିବା ଝିଅଙ୍କର ମୂଳାଙ୍କ ୩ ହୋଇଥାଏ । ଆସନ୍ତୁ ଜାଣିବା ମୂଳାଙ୍କ ୩ ର ଝିଅମାନଙ୍କ ଜୀବନ ସହ ଜଡିତ କିଛି ଖାସ କଥା ।

ସାମାଜିକ କାର୍ଯ୍ୟରେ ରଖିଥାନ୍ତି ଋଚି

ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ଝିଅଙ୍କ ମୂଳାଙ୍କ ୩ ହୋଇଥାଏ ସେମାନେ ସମାଜ କଲ୍ୟାଣ ପାଇଁ ବହୁତ କିଛି କରିଥାନ୍ତି । ଯେଉଁମାନଙ୍କୁ ସମାଜରେ କିଛି ଖାସ ସ୍ଥାନ ମିଳିଥାଏ । ପରିଶ୍ରମୀ କାରଣରୁ ଏମାନେ ଜୀବନରେ ବହୁତ ଉନ୍ନତି କରିଥାନ୍ତି । ଆର୍ଥିକ ଭାବେ ମଧ୍ୟ ଏମାନେ ବହୁତ ମଜବୁତ ହୋଇଥାନ୍ତି । ଏମାନଙ୍କୁ ଜୀବନରେ ସବୁ କିଛି ହାସଲ ହୋଇଥାଏ ।

ମା’ ଲକ୍ଷ୍ମୀଙ୍କର ରହିଥାଏ ଆଶିର୍ବାଦ

କୁହାଯାଏ ଏହି ମୂଳାଙ୍କର ଝିଅମାନେ ଯୁଆଡେ ଯାଆନ୍ତି ସେଠାରେ ନିଜର କାମ ଓ ସ୍ୱଭାବ ଯୋଗୁ ସମସ୍ତଙ୍କୁ ପ୍ରଭାବିତ କରିଥାନ୍ତି । ଏହି ତାରିଖରେ ଜନ୍ମିତ ଝିଅଙ୍କ ଉପରେ ମା’ଲକ୍ଷ୍ମୀଙ୍କିର ବିଶେଷ ଆଶିର୍ବାଦ ରହିଥାଏ । ଫଳରେ ସେମାନଙ୍କ ଘରେ କେବେ ସୁଖ ସମୃଦ୍ଧି କମ ହୋଇନଥାଏ । ଏହି ଝିଅମାନେ ଏକ ସ୍ୱତନ୍ତ୍ର ପରିଚୟ ବନାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.