ଡାଇବେଟିସ୍‌ ରୋଗୀଙ୍କ ପାଇଁ ବରଦାନ ହୋଇଥାଏ କଞ୍ଚା ଆମ୍ବ, ଜାଣନ୍ତୁ ଏହାର ଅନ୍ୟ ଫାଇଦା ବିଷୟରେ

ଆମ୍ବ ଏକ ଏମିତି ଫଳ, ଯାହାକୁ ଦେଖିଲେ ଖାଇବାକୁ ଲୋଭ ଲାଗେ। କଞ୍ଚା ହେଉ କି ପାଚିଲା, ସବୁ ଆମ୍ବ ପାଟିକୁ ବେଶ୍‌ ସ୍ୱାଦିଷ୍ଟ ଲାଗିଥାଏ। କିଛି ଲୋକ ପାଚିଲା ଆମ୍ବ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି କଞ୍ଚା ଖଟା ଆମ୍ବକୁ ଲଙ୍କା, ଲୁଣ ଦେଇ ଖାଇଥାନ୍ତି। କିନ୍ତୁ ବୋଧେ କମ୍‌ ଲୋକ ଜାଣିଥିବେ ଯେ ପାଟିକୁ ଖଟା ଲାଗୁଥିବା କଞ୍ଚା ଆମ୍ବ ଶରୀର ପାଇଁ ବି ବେଶ୍‌ ଲାଭ ଦାୟକ ହୋଇଥାଏ।

ରିପୋର୍ଟ ମୁତାବକ, କଞ୍ଚା ଆମ୍ବରେ ସୁଗାର, କ୍ୟାଲୋରୀ ଓ କାର୍ବୋହାଇଡ୍ରେଟ୍‌ କମ୍‌ ମାତ୍ରାରେ ରହିଥାଏ, ଯାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ଭଲ ହୋଇଥାଏ। ଏଥିସହ କଞ୍ଚା ଆମ୍ବରେ ଫାଇଭର ଓ ଭିଟାମିନ୍‌ ସି ଭରପୂର ମାତ୍ରାରେ ରହିଥାଏ। ଏହା ଆମ ଶରୀରର ମେଟାବଲିଜମ୍‌କୁ ମଜଭୁତ କରେ। ଏଥିସହ ପାଚନ କ୍ରିୟାକୁ ତ୍ୱରାନ୍ଵିତ କରିବାରେ ବି କଞ୍ଚା ଆମ୍ବ ସାହାଯ୍ୟ କରେ। ଶରୀରର ସୁଗାର ଲେବଲକୁ କଣ୍ଟ୍ରୋଲ କରି ପେଟ ରୋଗକୁ ଦୂର କରିବାରେ ଆମ୍ବ ସହାୟକ ହୋଇଥାଏ।

ତେବେ ଆସନ୍ତୁ ଜାଣିବା କଞ୍ଚା ଆମ୍ବ ଆମ ଶରୀର ପାଇଁ କେମିତି ଲାଭଦାୟକ ହୋଇଥାଏ, ସେ ବିଷୟରେ…

କଞ୍ଚା ଆମ୍ବର ଫାଇଦା:

ଡାଇବେଟିସ୍‌ ରୋଗୀଙ୍କ ପାଇଁ କଞ୍ଚା ଆମ୍ବ ଲାଭଦାୟକ:

ଡାଇବେଟିସ୍‌ ରୋଗୀଙ୍କ ପାଇଁ କଞ୍ଚା ଆମ୍ବ ଲାଭଦାୟକ ହୋଇଥାଏ। ଏଥିରେ ସୁଗାର ମାତ୍ରା କମ୍‌ ଥିବାରୁ କମ୍‌ କ୍ୟାଲୋରୀ ରହିଥାଏ। ଏଥିସହ ଏଥିରେ କାର୍ବୋହାଇଡ୍ରେଟ୍‌ ବି ବେଶ୍‌ କମ୍‌ ରହିଥାଏ। ମଧୁମେହକୁ ନିୟନ୍ତ୍ରଣ କରିବାରେ କଞ୍ଚା ଆମ୍ବ ସାହାଯ୍ୟ କରେ।

ଇମ୍ୟୁନିଟି ବଢ଼ାଇବାରେ ସହାୟକ ହୁଏ କଞ୍ଚା ଆମ୍ବ:

କଞ୍ଚା ଆମ୍ବରେ ଭରପୂର ମାତ୍ରାରେ ଭିଟାମିନ୍‌ ସି, ଭିଟାମିନ୍‌ ଏ ଓ ମ୍ୟାଗ୍ନେସିୟମ୍‌ ରହିଥାଏ। ଯାହା ଶରୀରର ଇମ୍ୟୁନିଟିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

ପେଟ ପାଇଁ ଲାଭଦାୟକ କଞ୍ଚା ଆମ୍ବ:

ପେଟ ସହ ଜଡ଼ିତ ସମସ୍ୟା ଦୂର କରିବାରେ କଞ୍ଚା ଆମ୍ବ ସାହାଯ୍ୟ କରେ। ଗ୍ୟାସ୍‌, କୋଷ୍ଠ କାଠିନ୍ୟ, ଅପଚ ଆଦି ସମସ୍ୟାକୁ ଏହା ତୁରନ୍ତ ଭଲ କରେ।

ଲୁ’ରୁ ବଞ୍ଚାଇବାରେ ସାହାଯ୍ୟ କରେ କଞ୍ଚା ଆମ୍ବ:

ଖରାଦିନେ ଯଦି କଞ୍ଚା ଆମ୍ବ ଚଟନୀ କିମ୍ବା ଆମ୍ବ ପଣା ମିଳିଯାଏ, ତେବେ ଆଉ କିଛି ଦରକାର ନାହିଁ। ଏହି ଦିନରେ କଞ୍ଚା ଆମ୍ବ କିମ୍ବା କଞ୍ଚା ଆମ୍ବରେ ତିଆରି କୌଣସି ଜିନିଷ ସେବନ କରାଯାଏ, ତେବେ ଲୁ’ରୁ ମୁକ୍ତି ମିଳିପାରିବ। ଏହା ଶରୀରକୁ ଥଣ୍ଡା ଓ ହାଇଡ୍ରେଟ୍‌ ରଖିବାରେ ସାହାଯ୍ୟ କରେ।

Also Read: ରବିବାର ସୂର୍ଯ୍ୟଙ୍କ ଗୋଚର: ମିଥୁନ, ତୁଳା ଓ ବିଛା ରାଶିର ବ୍ୟକ୍ତି ରୁହନ୍ତୁ ଅଧିକ ସତର୍କ; ପଢ଼ନ୍ତୁ ଅନ୍ୟମାନଙ୍କ ଉପରେ ପଡ଼ିବ କି ପ୍ରଭାବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.