ଏବେ କାଇ ଚଟଣୀ ପାଇଁ ରହିଛି ବହୁତ ଡିମାଣ୍ଡ, ଜାଣନ୍ତୁ ଏହାକୁ କେମିତି କରାଯାଏ ପ୍ରସ୍ତୁତ

ଏବେ ପର୍ଯ୍ୟନ୍ତ ଆପଣ ଅନେକ ପ୍ରକାର ଚଟଣୀ ଖାଇଥିବେ। ଭାରତରେ ପ୍ରାୟ ପ୍ରତି ଘରେ ଚଟଣୀ ବନାଯାଏ ଏବଂ ଖିଆଯାଏ। ଏହାର ଅନେକ ଭେରାଇଟୀ ମଧ୍ୟ ଥାଏ। କାହାକୁ ଧନିଆ ଚଟଣୀ ପସନ୍ଦ ହୋଇଥାଏ ତ ଆଉ କାହାକୁ ଲଙ୍କା ଚଟଣୀ। ସେହିପରି ଆମ୍ବ ଚଟଣୀକୁ ବହୁତ ଭଲ ପାଆନ୍ତି ଲୋକେ। ଚଟଣୀରେ ବି ଅନେକ ପ୍ରକାର ସ୍ୱାଦ ଆପଣଙ୍କୁ ମିଳିଯିବ। ଆପଣଙ୍କୁ ଖଟ୍ଟା, ମିଠା ଏବଂ ରାଗ ଚଟଣୀ ବି ମିଳିଯିବ ଏଥିରେ। କିନ୍ତୁ କଣ ଆପଣ କେବେ କାଇ ଚଟଣୀ ଖାଇଛନ୍ତି? ହଁ ଆଜ୍ଞା ଜମା ବି ଆଶ୍ଚର୍ଯ୍ୟ ହୁଅନ୍ତୁନି ବରଂ ଏହା ସତ। କାଇ ଚଟଣୀ ଏବେ ବହୁତ ଡିମାଣ୍ଡରେ ଅଛି। ଆଜି ଆମେ ଆପଣଙ୍କୁ ବତାଇବୁ କେମିତି ଜଙ୍ଗଲର ଲୋକମାନେ ବହୁତ ମଜାର ସହକାରେ କାଇ ଚଟଣୀ ଖାଆନ୍ତି। ଚାଲନ୍ତୁ ଜାଣିବା ପ୍ରସ୍ତୁତି।

ଲୋକଙ୍କର କହିବା କଥା ଯେ ଏହି ଚଟଣୀ ବହୁତ ଟେଷ୍ଟୀ ହୋଇଥାଏ। ଏହସହିତ ଏହାକୁ ଥଣ୍ଡା ଦିନରେ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଇଥାଏ। ଏହି ଚଟଣୀ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାପୂର୍ଣ୍ଣ। ଆଦିିବାସୀ ସମାଜର ଲୋକ କରଞ୍ଜ ଗଛରୁ ଏହି କାଇକୁ ଖୋଜି ଆଣନ୍ତି। ଏହାପରେଏହାକୁ ଘରେ ଏକ ହାଣ୍ଡିରେ ଭର୍ତ୍ତି କରିଦିଅନ୍ତି।

kaiଘରକୁ ଆଣିବା ପରେ ମହିଳା ଏହାକୁ ପଥରରେ ପେଶି ଦିଅନ୍ତି। ସିଳରେ କାଇକୁ ପେଶି ଏଥିରେ ଲୁଣ, ଲଙ୍କା, ଅଦା, ରସୁଣକୁ ମିଶାଇ ବାଟିଥାନ୍ତି।

ଏହି କାଇକୁ ଅଧଘଣ୍ଟା ପର୍ଯ୍ୟନ୍ତ ଶିଳରେ ବଟାଯାଏ। ତେବେ ଯାଇ ଏହାର ଅସଲି ଟେଷ୍ଟ ଆସିଥାଏ। ଏହାକୁ ପିଲାଙ୍କ ସମେତ ବଡମାନେ ବି ବଡ ଆନନ୍ଦରେ ଖାଇଥାନ୍ତି।

ଏହି ଚଟଣୀକୁ ଲୋକାଲ ଲୋକ କୁରକୁ ବୋଲି କହନ୍ତି। ଏହାକୁ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଇଥାଏ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମୟୂରଭଞ୍ଜ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ କାଇ ଚଟଣିକୁ ଜିଆଇ ଟ୍ୟାଗ୍ ପାଇଁ ପ୍ରୟାସ । କେନ୍ଦ୍ର କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ଦ୍ୱାରା ଏଥିପାଇଁ ଆନୁସଙ୍ଗିକ ନଥିପତ୍ର ପ୍ରସ୍ତୁତ କରାଯାଉଛି । ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.