ମାତ୍ର ଗୋଟେ ଚାମଚ ପାନମଧୁରୀରେ ଚମକି ଉଠିବ ଆପଣଙ୍କ ତ୍ୱଚା, କେମିତି ଜାଣନ୍ତୁ

ଭାରତୀୟ ମସଲା ତାଲିକାରେ ପାନମଧୁରୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଖାଲି ସେତିକି ନୁହେଁ ତୁଟୁକା ଚିକିତ୍ସାରୁ ଆରମ୍ଭ କରି ମୁଖବାସ ପର୍ଯ୍ୟନ୍ତ ପ୍ରାୟ ସବୁଥିରେ ପାନମାଧୁରୀକୁ ବ୍ୟବହାର କରାଯାଏ । ପାଚନକ୍ରିୟାକୁ ବି ସୁସ୍ଥ ରଖେ । କିନ୍ତୁ ଆପଣ ହୁଏତ ଜାଣି ନଥିବେ ପାନମଧୁରୀ ମାଧ୍ୟମରେ ତ୍ୱଚାରେ ବି ଚମକ ଆଣିହେବ । ତେବେ ଆସନ୍ତୁ ଏବିଷୟରେ ଅଧିକ ଜାଣିବା । ପାନମଧୁରୀର ନିଜର ଏକ ପ୍ରାକୃତିକ ବାସ୍ନା ରହିଛି । ଯାହାକି ବ୍ୟକ୍ତିର ମାନସିକ ଅବସ୍ଥାକୁ ସୁସ୍ଥ ରଖେ । ଅବସାଦ ଦୂର ହେଲେ ଜଣଙ୍କର ବୟସର ପ୍ରଭାବ ତ୍ୱଚା ଉପରେ ସେତେଟା ପଡିବ ନାହିଁ ।
ଆବଶ୍ୟକ ସାମଗ୍ରୀ: 1. ଗୋଟେ ଚାମଚ ପାନମଧୁରୀ

2.ଗୋଟେ କଦଳୀ

3.ଗୋଟେ ଚାମଚ ମହୁ

4.ଗୋଲାପ ଜଳ

sauf

ପାନମଧୁରୀକୁ ଗୁଣ୍ଡ କରି ଏକ ପାଉଡର ପ୍ରସ୍ତୁତ କରନ୍ତୁ । ଏବେ ଏହି ପାଉଡରରେ ଏକ କଦଳୀକୁ ଭଲରେ ଚକଟି ମୁହଁରେ ଲଗାଇ ଦିଅନ୍ତୁ । ଏଥିରେ ଆପଣ ମହୁ, ଗୋଲାପ ଜଳ ବ୍ୟବହାର କରନ୍ତୁ । ଏହାକୁ ନିଜ ଚେହେରା, ବେକ ଆଦିରେ ଲଗାଇ ୨୦ ମିନିଟ ପାଇଁ ଛାଡି ଦିଅନ୍ତୁ । ଏହାକୁ ହାଲକା ଭାବରେ ମୁହଁରେ ମସାଜ କରି ସାଧା ପାଣିରେ ଧୋଇ ଦିଅନ୍ତୁ । ଏମିତି କରିବା ଦ୍ୱାରା ଡ଼େଡ଼ ସ୍କିନ ସଫା ହେବା ସହ ତ୍ୱଚାରେ ଚମକ ଆସିବ । ରୁମଛିଦ୍ର ସଫା ହୋଇଯିବ | ଯାହାଦ୍ୱାରା ଅପରିଷ୍କାର ଜିନିଷ ତ୍ୱଚାରେ ପଶି ପାରିବ ନାହିଁ ।

ଫେସପ୍ୟାକ ସଫା କରିବା ପରେ ଗୋଟେ ଗ୍ରୀନ ଟି ବ୍ୟାଗକୁ ବୁଡାଇ ଚେହେରା ତଥା ଆଖି ଉପରେ ରଖନ୍ତୁ । ଶାନ୍ତି ଲାଗିବା ସହ ଆଖି ତଳ କଳା ଦାଗ ମଧ୍ୟ ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.