ଶୀତଦିନରେ କିଭଳି ନେବେ ରୁକ୍ଷ କେଶର ଯତ୍ନ, ଜାଣନ୍ତୁ କେତେକ ସହଜ ଉପାୟ

ଆଜିକାଲିର ଯୁବପିଢିଙ୍କ କେଶ ସମସ୍ଯା ଅତି ସାଧାରଣ। ଏମିତି ଲାଇଫଷ୍ଟାଇଲ ଯୋଗୁଁ ସମସ୍ତଙ୍କର କେଶ ବହୁତ ଝଡୁଛି। ଆଉ ଆମେଆମେ ବଜାରରେ ମିଳୁଥିବା ବିଭିନ୍ନ କେମିକାଲଯୁକ୍ତ ସାମଗ୍ରୀ ଉପରେ ନିର୍ଭର କରୁଛେ। କିନ୍ତୁ ଏହା ମଧ୍ୟ ବେଶ କିଛି କାମରେ ଆସୁନି। ସାଧାରଣତଃ ଶୀତଦିନରେ କେଶଜନିତ ସମସ୍ଯା ଅଧିକ ଦେଖିବାକୁ ମିଳିଥାଏ।  ଶୀତଦିନେ ଚୁଟିର ଯତ୍ନ ନେବା ଅତ୍ୟନ୍ତ ଜରୁରୀ କାରଣ ଅତ୍ୟଧିକ ଥଣ୍ଡା କାରଣରୁ କେଶଗୁଡ଼ିକ ରୁକ୍ଷ ହୋଇଯାଇଥାଏ। ଶୀତଦିନେ କେଶର ଯତ୍ନ ନେବା ପାଇଁ କେତେକ ସହଜ ଉପାୟ ବିଷୟରେ ଆମେ ଜାଣିବା:

ତେଲ ଲଗାଇ ମସାଜ କରନ୍ତୁ: ସପ୍ତାହକୁ ଥରେ ଗରମ ନଡ଼ିଆ ତେଲ କିମ୍ବା ବାଦାମ ତେଲ ଚୁଟିର ମୂଳରେ ମସାଜ କରନ୍ତୁ। ଏହା ଦ୍ବାରା ରକ୍ତ ପ୍ରବାହିତ ହେବ। ଚୁଟିର ରୁକ୍ଷତା ଦୂର ହେବ ଏବଂ କେଶ ସୁସ୍ଥ ରହିବ।

ଟ୍ରିମିଂ : ଶୀତଦିନେ ବାଳର ଟ୍ରିମିଙ୍ଗ୍ କଲେ କେଶ ଭଲ ରୁହେ। ଥଣ୍ଡା ପବନ କେଶକୁ ରୁକ୍ଷ କରିଥାଏ ବାଳ ଝଡ଼ିବାର ସମସ୍ୟା ଦେଖାଯାଇଥାଏ। ଟ୍ରିମିଙ୍ଗ୍ କରିବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

trimming

କଣ୍ଡିସନିଂ: ଶୀତଦିନେ କେଶକୁ ଭଲଭାବେ କଣ୍ଡିସନିଙ୍ଗ୍ କଲେ କେଶ ଭଲ ରୁହେ।

ସବୁଦିନ ଶାମ୍ପୁ କରନ୍ତୁନାହିଁ: ଶୀତଦିନେ ସବୁଦିନ କେଶକୁ ଶାମ୍ପୁ କରନ୍ତୁ ନାହିଁ। ଏହାଦ୍ବାରା କେଶର ମୂଳରେ ଥିବା ନ୍ଯାଚୁରାଲ ତେଲ ଧୋଇ ହୋଇଯାଇଥାଏ। ଫଳରେ କେଶ ରୁକ୍ଷ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.