କେତକୀ ପାଣି ଦୂର କରିବ ଆପଣଙ୍କ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା, ଥରେ କରନ୍ତୁ ଟ୍ରାୟ

କେତକୀ ଫୁଲର ବ୍ୟବହାରକୁ ଧ୍ୟାନରେ ନେଲେ ମନକୁ କେବଳ ଗୋଟିଏ କଥା ଆସେ । ଭୋଳାନାଥଙ୍କ ପୂଜାରେ ବର୍ଷର ଗୋଟିଏ ଥର ଏହି ଫୁଲର ବ୍ୟବହାର ହୋଇଥାଏ । ଭଗବାନଙ୍କ ପୂଜା ପାଇଁ ଏହି ଫୁଲକୁ ଲାଗି କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଏହାର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି। ତେବେ ଆଜି ଆମେ ଆପଣଙ୍କୁ ଏହାକୁ ନେଇ ସ୍କିନ କେୟାର ରୋଟିନ ସମ୍ପର୍କରେ କହିବୁ ।

କେତକୀ ଏକ ସୁଗନ୍ଧିତ ଫୁଲ ଗଛ । ଏହା ଘଞ୍ଚ ଜଙ୍ଗଲରେ ରହିଥାଏ । ଏହାର ଫୁଲରୁ ଅତର ବା ପର୍ଫ୍ୟୁମ ମଧ୍ୟ ତିଆରି କରାଯାଏ । ସାରା ଭାରତରେ ଏହା କାହିଁ କେତେ ସମୟରୁ ଲୋକପ୍ରିୟ ଭାବେ ରହି ଆସିଛି । ତେବେ ଆପଣ ଜାଣନ୍ତି କି, ଅନେକ ମିଠା ଖାଦ୍ୟ ତଥା ପାନୀୟରେ ମଧ୍ୟ କେତକୀ ଫୁଲ ବାସ୍ନାର ବ୍ୟବହାର କରାଯାଏ ।

ଏହାର ପାଣିରେ ଅନେକ ମୂଲ୍ୟବାନ ପ୍ରାକୃତିକ ରସାୟନ ପଦାର୍ଥ ରହିଥାଏ । ଫିନେଲ, ଟୋନିନ, ଗ୍ଲାଇକୋସାଇଡ, ଆଇସୋଫ୍ଲେବୋନ୍ସ,, କେରୋଟିନାୟଡ ସାମିଲ ରହିଛି । ଯାହାକୁ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

au8
pc: indiamart

– ପ୍ରଦୂଷଣ ତଥା ବାୟୂମଣ୍ଡଳ ଥିବା ଦୂଷିତ କାରକ କାରଣରୁ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଯାଏ । ଏହି ସମୟରେ କେତକୀ ଫୁଲର ପାଣି ତ୍ୱଚାକୁ ସଫା କରିବାରେ ଅନେକ ସହାୟତା କରିଥାଏ । ଏହି ପାଣିକୁ ତୁଳା ସାହାଯ୍ୟରେ ଆଣି ମୁହଁକୁ ଭଲ ଭାବେ ପୋଛିବା ଦ୍ୱାରା ତ୍ୱଚା ସୁସ୍ଥ ରହିଥାଏ

– ହାଇଡ୍ରେଟିଙ୍ଗ ଏସନସିଆଲ ଅୟେଲ ଯୁକ୍ତ ଥିବା କେତକୀ ହ୍ୟୁମୋକଣ୍ଟେଟ ଗୁଣରେ ଭରପୂର ରହିଛି । ତେଣୁ ଏହାର ପାଣି ଡ୍ରାଏ ବା ଶୁଷ୍କ ତ୍ୱଚାକୁ ହାଇଡ୍ରେଟ ରଖିଥାଏ ।

– ତ୍ୱଚାରେ ଥିବା ସେଲ୍ସକୁ ଏହା ବଢ଼ାଇଥାଏ । ଏହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହ ଆପଣଙ୍କୁ ୟଙ୍ଗ ଲୁକ ଦେଇଥାଏ । ଡ୍ୟାମେଜ ତ୍ୱଚାକୁ ମୁକ୍ତ କରେ । ମୁହଁରୁ ପିମ୍ପଲ୍ସ ସମସ୍ୟାକୁ ଦୂର କରେ । ଦାଗ ସହ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ଦୂର କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.