ସ୍ପେନ: ଝଗଡ଼ା ପରେ ମାଆକୁ ହଜାର ଖଣ୍ଡ କରି କାଟିଦେଲା ପୁଅ, କିଛି ମାଂସ ଭାଜି ଖାଇବା ପରେ ବାକି ଖଣ୍ଡଗୁଡ଼ିକୁ ରଖିଦେଲା ଫ୍ରିଜରେ

ସ୍ପେନର ମ୍ୟାଡ୍ରିଡରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନିଜ ମାଆକୁ ହିଁ ଅତି ବିଭତ୍ସ ଭାବେ ହତ୍ୟା କରିଛି। ମାଆର ମୃତଦେହକୁ ହଜାର ଖଣ୍ଡ କରି କାଟିଦେବା ପରେ କିଛି ମାଂସ ଖଣ୍ଡ ଭାଜିକି ଖାଇ ଦେଇଥିଲା। ପରେ ଖାଇବା ପାଇଁ ବଳକା ଖଣ୍ଡଗୁଡ଼ିକୁ ଫ୍ରିଜ ଭିତରେ ରଖି ଦେଇଥିଲା।

ଖବର ମୁତାବକ, ଘଟଣାର ଦିନକ ପୂର୍ବରୁ ଯୁବକଙ୍କର ତାଙ୍କ ମାଆଙ୍କ ସହିତ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହି କଥାକୁ ନେଇ ଯୁବକ ଜଣକ ବହୁତ ରାଗି ଯାଇଥିଲେ। ପରଦିନ ସେ ଏକ ଛୁରି ଆଣି ମାଆ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ହତ୍ୟା ପରେ ମୃତଦେହକୁ ଛୋଟ ଛୋଟ ଖଣ୍ଡରେ କାଟି ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫ୍ରିଜରୁ ମୃତ ମହିଳାଙ୍କ ମାଂସ ଖଣ୍ଡଗୁଡ଼ିକୁ ଜବତ କରିଥିଲା। ସୂଚନାଥାଉ କି, ପୋଲିସ ୨୮ ବର୍ଷୀୟ ଏହି ଅଭିଯୁକ୍ତ ଯୁବକଙ୍କୁ ୨୦୧୯ ଫେବୃୟାରୀରେ ଗିରଫ କରିଥିଲା। ଏବେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ତାଙ୍କ ଉପରେ ୭୩ ହଜାର ଡଲାର ଅର୍ଥାତ ପାଖାପାଖି ୫୩ ଲକ୍ଷ ୮୦ ହଜାର ଟଙ୍କାର ଜରିମାନା ମଧ୍ୟ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.