ମୁହଁରେ ଲଗାନ୍ତୁ ଷ୍ଟ୍ରବେରୀ ଫେସ୍ ପ୍ୟାକ୍ ! ଚେହେରାର ଚମକ ହେବ ଦୁଇଗୁଣା

ଯଦି ଆପଣ ଗ୍ଲୋଇଙ୍ଗ ସ୍କିନ ପାଇବାକୁ ଚାହୁଁଛନ୍ତି ତେବେ ଷ୍ଟ୍ରବେରୀ ଫେସ୍ ପ୍ୟାକ୍ ର ବ୍ୟବହାର ନିଶ୍ଚୟ କରନ୍ତୁ । ଏହା ଆପଣଙ୍କ ସ୍କିନ ପାଇଁ ଭଲ ଲାଭ ଆଣିଛୁ । ଷ୍ଟ୍ରବେରିର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭଦାୟକ, ଏହା ଚର୍ମ ପାଇଁ ମଧ୍ୟ ଉପଯୋଗୀ। ଏଥିରେ ଥିବା ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ବାର୍ଦ୍ଧକ୍ୟର ଲକ୍ଷଣକୁ ହ୍ରାସ କରିବା ସହିତ ଆପଣଙ୍କ ଚେହେରାର ରଙ୍ଗକୁ ଉନ୍ନତ କରିଥାଏ। ଚର୍ମ ବିଶେଷଜ୍ଞମାନେ କହିଛନ୍ତି ଯେ ଷ୍ଟ୍ରବେରି ବ୍ରଣ ଏବଂ ଚେହେରାରେ ଥିବା ଖରାପ ଚର୍ମରୁ ରକ୍ଷା ମିଳିଥାଏ। ଏହାକୁ କିପରି ବ୍ୟବହାର କରାଯିବ ଏବଂ ଏହାର ଜବରଦସ୍ତ ଉପକାରିତା ବିଷୟରେ ଜାଣନ୍ତୁ …

1- ଷ୍ଟ୍ରବେରି ଏବଂ ଦହି

ଏକ ପାତ୍ରରେ ଷ୍ଟ୍ରବେରି ରସ ନିଅନ୍ତୁ, ସେଥିରେ ଏକ ଚମଚା ଦହି ଓ ମହୁ ମିଶାନ୍ତୁ
ଏହାକୁ ଭଲ ଭାବରେ ମିଶାଇ ମୁଁହରେ ଲଗାନ୍ତୁ
ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ
ଏହା ପରେ ଗରମ ପାଣିରେ ଧୋଇ ଦିଅନ୍ତୁ
ଏହା ଦ୍ୱାରା ମୁହଁରେ ହୋଇଥିବା ବ୍ରଣ ଦୂର ହୋଇଥାଏ।

2- ଷ୍ଟ୍ରବେରି ଏବଂ ଲେମ୍ବୁ

ଏକ ପାତ୍ରରେ ଷ୍ଟ୍ରବେରି ରସ ନିଅନ୍ତୁ ସେଥିରେ ଲେମ୍ବୁ ରସ ମିଶାନ୍ତୁ
ଏହାକୁ ଭଲ ଭାବରେ ମିଶାଇ ପୁରା ମୁଁହ ସାରା ଲଗାନ୍ତୁ
ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ପରେ ଗରମ ପାଣିରେ ଧୋଇ ଦିଅନ୍ତୁ
ଯଦି ଅପାଙ୍କର ଚର୍ମରେ ଟ୍ୟାନିଂ ଏବଂ ପିଗମେଣ୍ଟେସନ୍ ଅଛି ତେବେ ଆପଣ ଏହି ଫେସ ପ୍ୟାକ ବ୍ୟବହାର କରନ୍ତୁ।

3- ଷ୍ଟ୍ରବେରି ଏବଂ ମହୁ

ପ୍ରଥମେ ଆପଣଙ୍କୁ କିଛି ଷ୍ଟ୍ରବେରି ପେଷ୍ଟ ପ୍ରସ୍ତୁତ କରିବାକୁ ପଡିବ
ଏବେ ସେଥିରେ ଏକ ଚାମଚ ମହୁ ମିଶାଇ ଭଲ ଭାବେ ମିଶାନ୍ତୁ
ଏହାକୁ ଆପଣଙ୍କ ମୁହଁରେ ଲଗାନ୍ତୁ ଏବଂ ଏହାକୁ ୧୫ ମିନିଟ୍ ପାଇଁ ଛାଡିଦିଅନ୍ତୁ
ଏହା ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ
ମହୁରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହା ଚର୍ମରୁ ମଇଳା ଦୂର କରିବା ଏବଂ ବ୍ରଣର ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.