ଶୀତଦିନ ରାତିରେ ଭୁଲ୍‌ରେ ବି ପିନ୍ଧି ଶୁଅନ୍ତୁ ନାହିଁ ସ୍ୱେଟର, ହାର୍ଟ ଓ ଡାଇବେଟିଜ୍‌ ରୋଗୀଙ୍କ ପାଇଁ ବିପଦ

ଅନେକ ଲୋକ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ରାତିରେ ଉଲ୍‌ କପଡ଼ା ପିନ୍ଧି ହିଁ ଶୋଇ ଯାଆନ୍ତି। କିନ୍ତୁ ଏହା ଏକ ଖରାପ ଅଭ୍ୟାସ, ରାତିରେ ଉଲ୍‌ କପଡ଼ା ପିନ୍ଧି ଶୋଇଲେ ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ। ଯଦି ଆପଣ ସ୍ୱେଟର ପିନ୍ଧି ଶୋଇବାକୁ ଚାହୁଁଛନ୍ତି, ତ ପ୍ରଥମେ କଟନ ବସ୍ତ୍ର ପିନ୍ଧି ତା’ ଉପରେ ସ୍ୱେଟର ପିନ୍ଧିପାରିବେ। ଆଜି ଆମେ ଆପଣଙ୍କୁ ଏହାର କ୍ଷତି ବିଷୟରେ କହିବୁ।

୧. ଉଲ୍‌ କପଡ଼ା ପିନ୍ଧି ରେଜେଇ ଭିତରେ ଶୋଇଲେ କେବେ କେବେ ବେଆରାମ, ଅଧୀରତା, ବ୍ଲଡ୍‌ ପ୍ରେଶର କମିଯିବାର ଆଶଙ୍କା ରହିଥାଏ। ଯଦି ଆପଣଙ୍କୁ ଗରମ କପଡ଼ା ପିନ୍ଧିବାର ଅଛି, ତା’ହେଲେ ଥର୍ମୋକୋଟ ପିନ୍ଧାଯାଇ ପାରିବ।

୨. ଉଲ୍‌ କପଡ଼ା ପିନ୍ଧି ଶୋଇଲେ ଆଲର୍ଜି ଏବଂ କୁଣ୍ଡାଇ ହେବା ସମସ୍ୟା ଦେଖାଦେଇଥାଏ। ଆପଣଙ୍କ ତ୍ୱଚା ନରମ ବା ମୁଲାୟମ ଥିଲେ ଉଲ୍‌ ବୁଣା ସୂତା ଲାଗି ସ୍କ୍ରାଚ୍‌ ହେବାର ସମ୍ଭାବନା କମ୍‌ ଥାଏ। କିନ୍ତୁ ଡ୍ରାଏ ସ୍କିନ୍‌ ଥିଲେ ଉଲ୍‌ କପଡ଼ା ଦ୍ୱାରା ସ୍କ୍ରାଚ୍‌ ହୋଇ ଅଧିକ କୁଣ୍ଡାଇ ହୋଇଥାଏ। ଏହି କାରଣରୁ ତ୍ୱଚାରେ ରାସେସ୍‌ ସମସ୍ୟା ବି ଦେଖାଦେଇଥାଏ।

୩. ଯଦି ଆମେ ରାତିରେ ଉଲ୍‌ କପଡ଼ା ପିନ୍ଧି ରେଜେଇ ବା କମ୍ବଳ ତଳେ ଶୋଉଛେ, ତା’ହେଲେ କପଡ଼ାର ଫାଇବର ଆମ ଶରୀରର ଗରମକୁ ଲକ୍‌ କରିଦେଇଥାଏ। ଏଭଳି ସ୍ଥିତିରେ ସ୍ୱେଟରର ଗରମ ଏବଂ କମ୍ବଳର ଗରମ ଶୀତଦିନେ ଡାଇବେଟିଜ୍‌ ଓ ହାର୍ଟ ରୋଗୀଙ୍କ ପାଇଁ ବିପଦର କାରଣ ବନିପାରେ। ଏଥିପାଇଁ ସ୍ୱେଟର ପିନ୍ଧି ଶୋଇବାକୁ ମନା କରାଯାଇଥାଏ।

୪. ଉଲ୍‌ ଆମ ଶରୀରର ଝାଳକୁ ଭଲ ଭାବେ ଅବଶୋଷିତ କରିପାରି ନ ଥାଏ। ଏହା ବ୍ୟାକ୍ଟେରିଆ ସୃଷ୍ଟି କରିବା ସହ ଶରୀରକୁ ଆର୍ଦ୍ର ରଖିଥାଏ। ଏପରି କି, ଏହାଦ୍ୱାରା ଶରୀରରେ ଫୋଟକା ମଧ୍ୟ ସୃଷ୍ଟି ହୋଇଥାଏ। ସେହିଭଳି ଗୋଡ଼ରେ କେବେ ବି ଉଲ୍‌ ମୋଜା ପିନ୍ଧିବେ ନାହିଁ। ଗୋଡ଼ରେ କଟନ ମୋଜା ପିନ୍ଧିବା ଠିକ୍‌ ହୋଇଥାଏ। କାରଣ, ଏହାଦ୍ୱାରା ଝାଳ ଭଲ ଭାବେ ଅବଶୋଷିତ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.