ଚାହା ପିଇବା ବେଳେ ଚାହାରେ ଗୁଡ଼ ଖଣ୍ଡେ ମିଶାଇ ଦିଅନ୍ତୁ, ଆଉ ଅନୁଭବ କରନ୍ତୁ ଏହାର ଚମତ୍କାରିତା

ଭାରତୀୟ ମାନଙ୍କର ଚାହା ପିଇବାରେ ଏକ ସ୍ୱତନ୍ତ୍ର ରୁଚି ରହିଛି । ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଏକାଧିକ ଥର ଗରମ ଗରମ ଚାହାର ମଜା ନିଅନ୍ତି । ଘରକୁ କେହି ଅତିଥି ଆସିଲେ ପ୍ରଥମେ କପେ ଚାହାରେ ହିଁ ତାଙ୍କ ସ୍ୱାଗତ କରାଯାଇ ଥାଏ । ଏହାବାଦ ଅଫିସରେ କାମ କରୁଥିବା ବେଳେ, ଅଧିକ ଥଣ୍ଡା ପଡ଼ିଥିଲେ, ବା ଥକ୍କା ଅନୁଭବ କରୁଥିଲେ ପ୍ରଥମେ ଗରମ ଗରମ ଗୋଟେ କପ ଚାହା ହିଁ ଦରକାର ହୋଇଥାଏ । ଏମିତିରେ ତ ପ୍ରାୟ ସମସ୍ତଙ୍କୁ କ୍ଷୀର ଚାହା ପସନ୍ଦ । କିନ୍ତୁ ଜାଣନ୍ତିକି ଗୁଡ ମିଶା ଚାହାର ଅନେକ ଫାଇଦା ଅଛି । ଯଦି ଆପଣ ଚିନି ବଦଳରେ ଗୁଡ ଚାହା ପିଇବ ତେବେ ଆପଣଙ୍କ ଶରୀରକୁ ଏହି ଏହି ଲାଭ ମିଳିବ ।

– ଅନେକ ଥର ଆମେ ମସଲା ଯୁକ୍ତ ଖାଦ୍ୟ ଖାଇବା ଫଳରେ ପେଟରେ ଜ୍ବଳନ ହୋଇଥାଏ । ଆଉ ଏହାର ସିଧାସଳଖ ପ୍ରଭାବ ଆମ ପାଚନ ତନ୍ତ୍ର ଉପରେ ପଡିଥାଏ । ଗୁଡ ଚାହା ପିଇବା ଦ୍ୱାରା ପେଟ ର ଜ୍ବଳନ ଦୂର ହେବା ସହ ଛାତି ଯନ୍ତ୍ରଣା ବି ଉପଶମ ହୋଇଥାଏ ।

tea with jaggery

– ଗୁଡରେ ବିଭିନ୍ନ ପ୍ରକାରର ମିନେରାଲସ ଓ ଭିଟାମିନ ଥାଏ ।

– ଶରୀରରେ ଚର୍ବି ଅଂଶ ବଢିବା ଫଳରେ ମୋଟାପଣ ବଢିଥାଏ । ଆଉ ଏହାକୁ କମାଇବା ପାଇଁ ଗୁଡ ଖୁବ ଲାଭଦାୟୀ ହୋଇଥାଏ । ଯଦି ଖାଲିରେ ଗୁଡ ଖାଇବା ପସନ୍ଦ ନୁହେଁ ତେବେ ଚାହାରେ ପକାଇ ବ୍ୟବହାର କରିପାରିବେ ।

– ଶରୀରରେ ରକ୍ତର ମାତ୍ର କମିଲେ ବି ଗୁଡ ଚାହା ଉପାଦେୟ ହୋଇଥାଏ । ଗୁଡରେ ଭରପୁର ପରିମାଣରେ ଆଇରନ ଥାଏ । ତେଣୁ ଗୁଡ ଚାହା ନିୟମିତ ପିଇବା ଦ୍ୱାରା ଶରୀରରେ ଆଇରନ ମାତ୍ର ବଢିବା ସହିତ ରକ୍ତହୀନତା ବି ଦୂର ହୋଇଥାଏ |

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.