ମହାଶିବରାତ୍ରି ସ୍ପେଶାଲ: ଆଜି ହିଁ ଘରେ ବନାନ୍ତୁ ସାଗୁଦାନା-ପନିର ବରା

ମହାଶିବରାତ୍ରି ଅବସରରେ ସମସ୍ତେ ପ୍ରାୟ ଉପବାସ ରଖିଥାନ୍ତି । ଏପରିସ୍ଥଳେ ଫଳାହାର ସମେତ ଗୋଟିଏ ପ୍ରକାର ଜିନିଷ ଖାଇବାକୁ ମଧ୍ୟ ଟିକିଏ ବୋର ଲାଗୁଥିବ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସାଗୁ ଓ ପନିରରେ ପକୋଡା ବନାଇବାର ରେସିପି । ତାହେଲେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ସାଗୁଦାନା-ପନିର ବରା ।

ଆବଶ୍ୟକ ସାମଗ୍ରୀ

  • ପନିର ୧୫୦ ଗ୍ରାମ
  • ସାଗୁଦାନା ଅଧାକପ
  • ଉପବାସ ବା କୁଟ୍ଟୁ ଅଟା ଏକ ଚାମଚ
  • କାଜୁ ଏକ ଚାମଚ
  • ୨ଟି ଶୁଖିଲା ଲଙ୍କା
  • ୨/୩ଟି କଞ୍ଚାଲଙ୍କା
  • ଧନିଆ ପତ୍ର
  • ସୈନ୍ଧବ ଲୁଣ
  • ତେଲ

Image result for special-recipe-of-sabudana-paneer-vada

ପ୍ରସ୍ତୁତି ପ୍ରଣାଳୀ

ସାଗୁଦାନା-ପନିର ବରା ବନାଇବା ପାଇଁ ସର୍ବପ୍ରଥମେ ସାଗୁକୁ ଏକ କପ ପାଣିରେ ଏକ ଘଣ୍ଟା ଭିଜାଇ ରଖିଦିଅନ୍ତୁ । ତା ପରେ ତାକୁ ଛାଣି ସେଥିରେ କଞ୍ଚାଲଙ୍କା ଓ ଧନିଆପତ୍ର କାଟି ପକାଇ ଦିଅନ୍ତୁ । ଏବେ ଶୁଖିଲା ଲଙ୍କା, କାଜୁ ଟୁକୁଡା ଓ ପନିରକୁ ଭଲଭାବେ ଚକଟି ଦିଅନ୍ତୁ । ତାପରେ ଏହାକୁ ସାଗୁରେ ମିଶାଇ ଦିଅନ୍ତୁ ଓ ଶେଷରେ ଏଥିରେ ଅଟା ଓ ଲୁଣ ପକାଇ ଭଲଭାବେ ଚକଟି ଗୋଲ କିମ୍ବା ମନ ପସନ୍ଦର ସେପରେ ପ୍ରସ୍ତୁତ କରନ୍ତୁ । ତାପରେ ଏହାକୁ ତେଲରେ ଛାଣି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସାଗୁଦାନା-ପନିର ବରା । ଏହାକୁ ଆପଣ ଗ୍ରୀନ ଚଟଣି କିମ୍ବା ରାଇତା ସହିତ ଗରମ ଗରମ ସର୍ଭ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.