ନବରାତ୍ରିରେ ତ୍ୱଚାର ନିଅନ୍ତୁ ଏମିତି ଯତ୍ନ, ଘରେ ବସି ସାଗୁଦାନାରୁ ପାଆନ୍ତୁ ଗ୍ଲୋଇଙ୍ଗ୍‌ ସ୍କିନ୍‌

ନବରାତ୍ରି ପର୍ବ ଆରମ୍ଭ ହୋଇଯାଇଛି। ଏହି ପର୍ବରେ ୯ ଦିନ ପର୍ଯ୍ୟନ୍ତ ବ୍ରତ ରଖାଯାଇଥାଏ। ଏହି ସମୟରେ କେହି କେହି ସାଗୁଦାନା ସେବନ କରିଥାଆନ୍ତି। ଏହି ସାଗୁଦାନାରୁ ଅନେକ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହାକୁ ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ? ସାଗୁଦାନ ସ୍ୱାସ୍ଥ୍ୟ ସହିତ ଆମ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ସାଗୁଦାନାର ଫେସ୍‌ ପ୍ୟାକ୍‌ ବନାଇବାର ବିଧି ବିଷୟରେ କହିବୁ।

ଅଏଲି ସ୍କିନ୍‌ ପାଇଁ ସାଗୁଦାନା ପ୍ୟାକ୍‌

ସାମଗ୍ରୀ

୧ ଚାମଚ ଭିଜା ସାଗୁଦାନା

୧ ଚାମଚ ମୁଲତାନୀ ମାଟି

୧ ଚାମଚ ଗୋଲାପ ଜଳ

ପ୍ରସ୍ତୁତି ପ୍ରଣାଳୀ

ସମସ୍ତ ଜିନିଷକୁ ଏକାଠି କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଭଲ ଭାବେ ନିଜ ଚେହେରାରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ନିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରାରୁ ଅତିରିକ୍ତ ତେଲ ବାହାରିଯିବ।

ଡ୍ରାଏ ସ୍କିନ୍‌ ପାଇଁ ସାଗୁଦାନା ପ୍ୟାକ୍‌

ସାମଗ୍ରୀ

୧ ଚାମଚ ଭିଜା ସାଗୁଦାନା

ଅଧା ଚାମଚ ଏଲୋଭେରା ଜେଲ୍‌

୧ ଚାମଚ ଗୋଲାପ ଜଳ

ଗୋଟିଏ ଭିଟାମିନ୍‌ ଇ କ୍ୟାପ୍‌ସୁଲ

ପ୍ରସ୍ତୁତି ପ୍ରଣାଳୀ

ଏ ସମସ୍ତ ଜିନିଷକୁ ନେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ଆପଣ ଗ୍ରାଇଣ୍ଡର ମଧ୍ୟ ବ୍ୟବହାର କରିପାରିବେ। ଏହାପରେ ଏହି ପେଷ୍ଟକୁ ନିଜ ଚେହେରାରେ ଲଗାନ୍ତୁ ଏବଂ ୧୫ ମିନିଟ୍‌ ପରେ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହାପରେ ଚେହେରାରେ ମଇଶ୍ଚରାଇଜର ନିଶ୍ଚିତ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.