ଏହି ଭିଟାମିନ ଅଭାବରୁ ଝଡିଥାଏ କେଶ, ଖାଦ୍ୟରେ ଜରୁର ସାମିଲ କରନ୍ତୁ ଏହି ଜିନିଷ

ଶରୀରରେ ଜିଙ୍କ ଭିଟାମିନ କମ ହେବ କାରଣରୁ କେଶ ଝଡିଥାଏ | ଏଥିଯୋଗୁ ଇମ୍ୟୁନିଟି ବି କମ ହୋଇଥାଏ ଏବଂ ଓଜନ ମଧ୍ୟ କମିଥାଏ | ଆପଣ ଭୋଜନରେ ଜିଙ୍କ ଭରପୁର ଥିବା ଖାଦ୍ୟ ପଦାର୍ଥ ଜରୁର ସାମିଲ କରନ୍ତୁ | କରୋନା ପରେ ଅଧିକାଂଶ ଲୋକଙ୍କ କେଶ ଝଡ଼ିବା ସମସ୍ୟା ଦେଖାଯାଇଛି | ଏହାର କାରଣ ହେଉଛି ଶରୀରରେ ଭିଟାମିନ ଓ ମିନେରାଲସ ମାତ୍ରା କମ ହେବା | ମଜବୁତ କେଶ ଓ ଭଲ ଇମ୍ୟୁନିଟି ପାଇଁ ଖାଦ୍ୟରେ ଜିଙ୍କ ଭରପୁର ଖାଦ୍ୟ ଜରୁର ସାମିଲ କରନ୍ତୁ | ଆସନ୍ତୁ ଜାଣିବା କଣ ଖାଇଲେ କେଶ ଝଡ଼ିବା ବନ୍ଦ ରହିବ |
1. ମସ୍ରୁମ(ଛତୁ ) : ଶରୀରରେ ଜିଙ୍କ ଅଭାବ ପୁରାଣ କରିବା ପାଇଁ ଖାଦ୍ୟରେ ମସ୍ରୁମକୁ ଜରୁର ସାମିଲ କରନ୍ତୁ | ଏଥିରେ ଜିଙ୍କ ସହିତ କାଲସିଅମ, ପୋଟାସିଅମ ଓ ଫସଫରସ ଥାଏ |

 

mushroom

2. ଚିନାବାଦାମ : ଏଥିରେ ପ୍ରଚୁର ପରିମାଣରେ ଜିଙ୍କ ଥାଏ | ଏହାଛଡା ଆଇରନ, ପୋଟାସିଅମ,ଫଲିକ ଏସିଡ,ଭିଟାମିନ ଇ ଓ ମାଗ୍ନେସିଅମ ରହିଥାଏ |
3. ଅଣ୍ଡା : ଏଥିରେ ମଧ୍ୟ ଜିଙ୍କ ସହ କାଲସିଅମ,ଆଇରନ,ଫସଫରସ,ଭିଟାମିନ ବି12,ବି 6 ଆଦି ରହିଥାଏ | ଯାହାକି କେଶ ପାଇଁ ଲାଭଦାୟକ ହୋଇଥାଏ |

egg

4. ଦହି,ରସୁଣ ଓ କାଜୁ : ଦହି,ରସୁଣ ଓ କାଜୁରେ ମଧ୍ୟ ପ୍ରଚୁର ମାତ୍ରାରେ ଜିଙ୍କ ଥାଏ | ଦୈନିକ ରସୁଣ 2 ପାଖୁଡା କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ |
ତେଣୁ ଯଦି କେଶ ଝଡ଼ୁଥାଏ ତେବେ ପ୍ରତିଦିନ ଆପଣଙ୍କ ଭୋଜନରେ ଏହି ସବୁ ଖାଦ୍ୟ ସାମିଲ କରନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.