ତେନ୍ତୁଳି ପତ୍ରର ଚା’ କୁ ପିଇଲେ ଦୂର ହେବ ସବୁ ସମସ୍ୟା, ମିଳିବ ଏହି ସବୁ ଫାଇଦା

ଭାରତୀୟମାନେ ଡାକ୍ତରଙ୍କ ଉପରେ ବିଶ୍ବାସ କରିବା ସହ ଘରୋଇ ଉପଚାର ଉପରେ ବିଶ୍ବାସ କରନ୍ତି। ଆଈ ମା’ କାଳରୁ ରହି ଆସିଥିବା କିଛି ଘରୋଇ ଉପଚାର ଆଜି ମଧ୍ୟ ମଣିଷ ଜୀବନର ଛୋଟ ବଡ ରୋଗ ଭଲ କରିବା​‌ରେ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଡାକ୍ତରଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଆଈ ମା’ ଅମଳର କିଛି ଘରୋଇ ଉପଚାର ବ୍ୟବହାର କରି ରୋଗକୁ ନିୟନ୍ତ୍ରଣାଧୀନ କରାଯାଇ ପାରୁଛି।

ସେହିପରି ଆଜି ଆମେ ଏପରି ଏକ ଔଷଧୀୟ ଗୁଣରେ ଭରପୁର ଥିବା ପତ୍ର ବିଷୟରେ ଜାଣିବା, ଯାହା ଦ୍ବାରା ସଂକ୍ରମଣ, ଘା, କୁଣ୍ଡିଆ ଏବଂ ଫୁଲିବା ଭଳି ରୋଗକୁ ଭଲ କରିପାରିବା। ସେହି ପତ୍ରଟି ହେଉଛି କଇଁଆ ବା ତେନ୍ତୁଳି ଗଛର ପତ୍ର। ଏହି ପତ୍ର ଦ୍ବାରା ତ୍ବଚା ସଂକ୍ରମଣଜନିତ ରୋଗକୁ ରୋକ ଯାଇପାରିବ ଏବଂ ଏହାର ଲକ୍ଷଣରୁ ମଧ୍ୟ ମୁକ୍ତି ମିଳି ପାରିବ।

ତେନ୍ତୁଳି ଶରୀର ପାଇଁ ତ ଖୁବ ଉପକାରୀ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହାର ପତ୍ର ମଧ୍ୟ ଖୁବ ଲାଭଦାୟକ । ଏମିତିରେ ଆପଣ ଏହାର ପତ୍ରକୁ ଚା କରି ପିଇପାରିବେ। ଇମ୍ୟୁନିଟି ବୁୂଷ୍ଟ ସହିତ ଓଜନ ହ୍ରାସ ପର୍ଯ୍ୟନ୍ତ ସବୁ ସମସ୍ୟାର ସମାଧାନ କରେ ଏହି ପତ୍ର। ଏବେ ଜାଣନ୍ତୁ ଏହାର ଚା ରୁ କେଉଁ ସବୁ ଫାଇଦା ମିଳେ।

– ତେନ୍ତୁଳି ପତ୍ରରେ ଚା ପିଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ମାତ୍ରା କମିଥାଏ। ଏମିତିରେ ହାର୍ଟ ଆଟାକ ରିସ୍କ କମିଯାଏ। ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ଥାଏ। ପ୍ରଥମ ଟି ଭଲ ଓ ଦ୍ୱିତୀୟଟି ଖରାପ। ଯଦି ଶରୀରେ ଏହାର ମାତ୍ରା ବଢ଼ିଯାଏ ତେବେ ହାର୍ଟ ସମ୍ବନ୍ଧିତ ରୋଗ ହୁଏ।
– ଓଜନ କମାଇବା ପାଇଁ ଆପଣ ଏହି ପତ୍ରର ଚା କୁ ପିଇପାରିବେ।

-ବ୍ଲଡ ସୁଗାରକୁ କଣ୍ଟେ ୍ରାଲ କରିବା ପାଇଁ ଆପଣ ଏହି ପତ୍ରର ବ୍ୟବହାର କରିପାରିବେ। ଏଥିରେ ଆଣ୍ଟି ଡାୟବେଟିକ ଗ ୁଣ ଲୁଚି ରହିଛି । ଯାହା ମଧୁମେହକୁ ରୋକିବାରେ ସାହାଯ୍ୟ କରେ।

– ହଜମ ଶକ୍ତିକୁ ବୃଦ୍ଧି କରିବା ପାଇଁ ଆପଣ ଏହାର ପତ୍ରର ଚା କୁ ପିଇପାରିବେ। ନିୟମିତ ରୂପେ ଏହାକୁୂ ପିଇବା ଦ୍ୱାରା ଆପଣଙ୍କୁ ନିଶ୍ଚିତ ଫାଇଦା ମିଳିବ।

-ତେନ୍ତୁଳି ଗଛର ପତ୍ରରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଥାଏ। ଯାହା ଦ୍ବାରା କୌଣସି ସୂକ୍ଷ୍ମଜୀବ ସଂକ୍ରମଣରୁ ଶରୀରକୁ ରକ୍ଷା କରାଯାଇପାରିବ। ଯାହା ଦ୍ବାରା ଶରୀର ସୁସ୍ଥ ରହିଥାଏ। ତେନ୍ତୁଳି ପତ୍ରରୁ ରସ ବାହାର କରି ଘା’ରେ ଲଗାଇବା ଦ୍ବାରା ତାହା ଶୀଘ୍ର ସୁଖି ଯାଇଥାଏ। ଏହା ସହ ନୂଆ କୋଷିକା ମଧ୍ୟ ପ୍ରସ୍ତୁତ କରିଥାଏ।

-ତେନ୍ତୁଳି ପତ୍ର ସେବନ କରିବା ଦ୍ବାରା ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ। ଯାହା ଦ୍ବାରା ମଧୁମେହ ଭଳି ରୋଗ ନିୟନ୍ତ୍ରିତ ରହିଥାଏ।

-ସାଧାରଣତଃ ଦାନ୍ତମାଢି ଓ ନଖ ଦୁର୍ବଳ ହେବା ସହ ଥକ୍କାପଣ ଭଳି ଲକ୍ଷଣ ଦେଖିବାକୁ ମିଳେ। ତେନ୍ତୁଳି ପତ୍ରକୁ ଚୋବାଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ। କାରଣ ତେନ୍ତୁଳି ପତ୍ରରେ ଏକ ପ୍ରକାର ଏସିଡ୍‌ ଥାଏ, ଯାହା ଆଣ୍ଟି-ସ୍କର୍ବୀ ଭିଟାମିନ୍ ଭଳି କାର୍ଯ୍ୟ କରେ।

-ଶରୀରରେ ଆଣ୍ଠୁଗଣ୍ଠି ଓ ପାଦ ଫୁଲିବା ଭଳି ସମସ୍ୟା ଦେଖା ଦେଲେ, ତେନ୍ତୁଳି ପତ୍ରର ରସକୁ ବ୍ୟବହାର କରି ଏହାକୁ ଦୂର କରି ପାରିବେ।

Leave A Reply

Your email address will not be published.