Below header

କରୋନା କାଳରେ ପିଲାଙ୍କ ପାଖେ ବଢ଼ିଛି ଡିଜିଟାଲ Eye Strainର ବିପଦ, ଜାଣନ୍ତୁ ଏହାର ଉପଚାର

କରୋନା କାଳରେ ଅନଲାଇନ ପାଠପଢ଼ା ପିଲାଙ୍କ ଆଖି ଉପରେ ଖୁବ ଖରାପ ପ୍ରଭାବ ପକାଉଛି । ଲମ୍ବା ସମୟ ଧରି ସ୍କ୍ରିନରୁ ନଜର ନ ହଟିବା କାରଣରୁ ଡିଜିଟାଲ Eye Strainର ବିପଦ ବଢ଼ିବାରେ ଲାଗିଛି ।

ଗତ ବର୍ଷ ଅପେକ୍ଷା ଏବର୍ଷ ପିଲାମାନେ ଅଧିକ ଫୋନ ବ୍ୟବହାର କରୁଛନ୍ତି । ଲଗାତାର ଭାବେ ଲାପଟପ ଏବଂ ମୋବାଇଲରେ ପଢ଼ିବା କାରଣରୁ ପିଲାଙ୍କର ଆଖି ଶୁଖିବାକୁ ୬ଘଣ୍ଟାରୁ କମି ୨.୫ ଘଣ୍ଟା ହୋଇଛି । ବିଶେଷ କରି ପିଲା ତଥା ଯୁବକଙ୍କ ପାଖରେ  Eye Strain ସମସ୍ୟା ଦେଖାଯାଉଛି। ଏହା ଦିନକୁ ଦିନ ବଢ଼ିବା କାରଣରୁ ଡାକ୍ତରମାନେ ମଧ୍ୟ ଚିନ୍ତିତ ହେଲେଣି ।

ତେବେ ଏହି ସମସ୍ୟାକୁ Computer Vision Syndrome ମଧ୍ୟ କୁହାଯାଏ । ଲମ୍ବା ସମୟ ପର୍ଯ୍ୟନ୍ତ କମ୍ପ୍ୟୁଟର, ଟାବଲେଟ, ଇ-ରିଡ଼ର, ଫୋନ କିମ୍ବା ଲାପଟପ ବ୍ୟବହାର କରିବା ଦ୍ୱାରା ଆଖି ଉପରେ ପ୍ରଭାବ ପଡିଥାଏ । ଆରମ୍ଭରେ ଆଖିରେ ଜ୍ୱଳନ ହୁଏ । ପରେ ସବୁକିଛି ଝାପସା ଦେଖାଯାଏ। ଏହା ସହିତ ମୁଣ୍ଡ ବିନ୍ଧା, ଆଖି ଶୁଖିଯିବା, ଆଖିରୁ ପାଣି ବାହାରିବା, କାନ୍ଧ, ବେକ ଓ ପିଠିରେ ଦର୍ଜ ଅନୁଭବ ହେବା ଭଳି ସମସ୍ୟା ମଧ୍ୟ ଦେଖାଯାଏ ।

ଏଥିରୁ ବର୍ତ୍ତିବା ପାଇଁ କମ୍ପୁଟର ବ୍ୟବହାର ସମୟରେ ଆଣ୍ଟି ଗ୍ଲେୟର ଚଷମାର ବ୍ୟବହାର କରିବା ଉଚିତ । ସ୍କ୍ରିନକୁ ଆଖିଠାରୁ ୨୦ ଡିଗ୍ରୀ ତଳକୁ ରଖନ୍ତୁ। ୨ଘଣ୍ଟାରେ ବ୍ରେକ ନିଅନ୍ତୁ । ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ ଆଖିକୁ ବ୍ରେକ ଦିଅନ୍ତୁ । ସମସ୍ୟା ଅଧିକ ବଢ଼ିଲେ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ। ଏହାସହ ସୋୟବିନ, ବ୍ରକୋଲି, ଅଳସୀ, ସବୁଜ ପନି ପରିବା, ଫଳ ଏବଂ ମାଛ ଆଦି ଖାଦ୍ୟରେ ସାମିଲ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.