ଲୁଣ ପାଣିରେ କେଶ ଧୋଇବାରେ ମିଳିଥାଏ ଅନେକ ଲାଭ, ଜାଣନ୍ତୁ କେତେବେଳେ କରିବେ ବ୍ୟବହାର

ନାରୀର ସ୍ୟୈନ୍ଦର୍ଯ୍ୟକୁ ଆହୁରି ସୁନ୍ଦର କରେ ନାରୀର କେଶ । ଆଜିକାଲି ଅଧିକାଂଶ ଝିଅବୋହୁମାନଙ୍କ କ୍ଷେତ୍ରରେ କେଶ ସମସ୍ୟା ବେଶି ଦେଖାଯାଇଥାଏ । ତେବେ ଆପଣ ଯଦି ନିଜ କେଶକୁ ସୁସ୍ଥ ଏବଂ ସୁନ୍ଦର କରିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ମନେ ରଖିବା ଉଚିତ୍ ଯେ, ଆପଣ ନିଜ କେଶରେ ଯାହା ବି ବ୍ୟବହାର କରୁଛନ୍ତି ତାହା ସଠିକ୍ ଭାବରେ ହେବା ଆବଶ୍ୟକ । ଯଦି ଆପଣ ତାକୁ ସଠିକ୍ ଭାବରେ ବ୍ୟବହାର କରନ୍ତି ତେବେ କେଶ ନିଶ୍ଚିନ୍ତ ଭାବେ ସୁସ୍ଥ ଓ ସୁନ୍ଦର ରହିବ । ସମସ୍ତେ ନିଜ ନିଜର ତ୍ୱଚା ପାଇଁ ବେଶ ସଜାଗ ରୁହନ୍ତି । କାହିଁକି ନାଁ ତ୍ୱଚାରେ ବ୍ୟବହୃତ ହେଉଥିବା ଯେ କ୍ୟୈଣସି ପ୍ରଡକ୍ଟର ସଠିକ୍ ବ୍ୟବହାର ନକରାଗଲେ ତ୍ୱଚା ଖରାପ୍ ହେବାରେ ଲାଗେ । ସେଥିପାଇଁ ସେସବୁ ପ୍ରଡକ୍ଟର ବ୍ୟବହାର ପାଇଁ ସଠିକ୍ ଉପାୟ ରହିଥାଏ । ଠିକ୍ ସେମିତି କେଶ ପାଇଁ ଯାହାବି ବ୍ୟବହାର କରୁଛନ୍ତି ତାହାର ସଠିକ୍ ଉପାୟ ରହିଛି ନା ନାହିଁ ନଚେତ୍ ସେସବୁ କେଶକୁ କ୍ଷତି ପହଁଚାଇଥାଏ ।

ସେହିପରି ଗୋଟେ ଉପାଦାନ ହେଉଛି ଲୁଣ। ଲୁଣ କେବଳ ଆମ ଖାଦ୍ୟର ସ୍ୱାଦକୁ ବଢ଼ାଇ ନଥାଏ । ଏହା ଆମର ଅନେକ ପ୍ରକାରର କାର୍ଯ୍ୟକୁ ସହଜ କରିବାରେ ମଧ୍ୟ ସାହାଯ୍ୟ କରେ। ଉଦାହରଣ ସ୍ୱରୂପ, ଗଳା ଯନ୍ତ୍ରଣା ଦୂର କରିବା,ଓଜନ କମାଇବାରେ, ଡିହାଇଡ୍ରେସନ୍ ରୋକିବା ଇତ୍ୟାଦି । ସେହିଭଳି ଆମେ ଆମର କେଶର ଯତ୍ନ ପାଇଁ ଲୁଣ ମଧ୍ୟ ବ୍ୟବହାର କରିପାରିବା । ଯଦି କେଶରେ ଅତ୍ୟଧିକ ଝାଳ ବା ରୁପି ସମସ୍ୟା ଦେଖାଯାଏ, ତେବେ ଲୁଣ ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ । ଏହା ବ୍ୟତୀତ ଅନେକ ସମସ୍ୟା ମଧ୍ୟ ଅଛି ଯାହାକୁ ଆପଣ କେଶକୁ ଯତ୍ନ ନେବାରେ ଲୁଣ ବ୍ୟବହାର କରିପାରିବେ । ଆସନ୍ତୁ ଏହାର ଲାଭ ଜାଣିବା ।

ଲୁଣ ପାଣିରେ କେଶ ଧୋଇବାର ଉପକାର:

ଯଦି ଆପଣଙ୍କର କେଶରେ କୁଞ୍ଚନ, ଶୁଷ୍କତା, ରୁପି ଭଳି ସମସ୍ୟା ଥାଏ, ତେବେ ଆପଣ ଲୁଣ ସାହାଯ୍ୟରେ ସେଗୁଡ଼ିକୁ ସଫା କରିପାରିବେ । ଲୁଣ ସ୍ଫଟିକଗୁଡିକ ଅପାଙ୍କର ନଷ୍ଟ ହୋଇଥିବା ତ୍ୱଚାକୁ ଭଲ କରିଥାଏ ଏବଂ ଏହି ସମସ୍ୟାଗୁଡ଼ିକୁ ହ୍ରାସ କରିଥାଏ ।

ଯଦି ଆପଣଙ୍କର କେଶ ଝଡ଼ୁଛି ତେବେ ଏହାର କାରଣ ହେଉଛି କେଶ ଅସ୍ୱାସ୍ଥ୍ୟକର ହୋଇଯାଇଛି । ଏପରି ପରିସ୍ଥିତିରେ, ଯେତେବେଳେ ଆପଣ କେଶର ଯତ୍ନ ପାଇଁ ଲୁଣ ବ୍ୟବହାର କରନ୍ତି, ଏଥିରେ ଥିବା ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ସେଲେନିୟମ୍ ମିନେରାଲ୍ସ କେଶକୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ ।

ବାସ୍ତବରେ, ଲୁଣରେ ଆଣ୍ଟି- ଫଙ୍ଗଲ ଗୁଣ ଅଛି ଯାହା କେଶ ଏବଂ ରୁପିକୁ ସଫା କରିଥାଏ । ଯେଉଁ କାରଣରୁ କେଶ ଲମ୍ବା ହୋଇ ଧିରେ ଧିରେ ସମସ୍ୟା ଦୂର ହୁଏ ।

ଯଦି କେଶରେ ଅତ୍ୟଧିକ ତେଲିଆ ଥାଏ, ତେବେ କେଶକୁ ଲୁଣ ପାଣିରେ ଧୋଇବା ଦ୍ୱାରା କେଶରେ ଥିବା ଅଧିକ ତେଲ ଦୂର ହୋଇଥାଏ ।

ଯଦି ଆପଣଙ୍କର ବହୁତ ଶୁଖିଲା କେଶ ଅଛି, ତେବେ ଲୁଣ ପାଣିରେ ଧୋଇବା ପରେ, କେଶରେ ଅଲିଭ୍ ତେଲ, ନଡିଆ ତେଲ କିମ୍ବା ସୋରିଷ ତେଲ ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.