ଘରେ ରଖନ୍ତୁ ମାଟିରେ ନିର୍ମିତ ଏହି ୪ ଜିନଷ, ଧନ ପ୍ରାପ୍ତ ସହିତ ସଦାସର୍ବଦା ଲାଗିରହିବ ସୁଖ-ସମୃଦ୍ଧି

ଘରର ସୁଖ ଶାନ୍ତି ପାଇଁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି। ବାସ୍ତୁଶାସ୍ତ୍ର ଉପାୟ ଆପଣେଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତିର ବାସ ହୋଇଥାଏ। ଏଥିସହିତ ନକାରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ। ବାସ୍ତୁ ଶାସ୍ତ୍ର ମୁତାବକ, ମାଟିରେ ପ୍ରସ୍ତୁତ ଚାରୋଟି ଜିନିଷ ଅଛି ଯାହାକୁ ଯଦି ଆପଣ ନିଜ ଘରେ ରଖୁଛନ୍ତି ତାହେଲେ ଆପଣଙ୍କ ଘର ଖୁସିରେ ଭରିଉଠିବ।

ମାଟି ଦୀପ

ବାସ୍ତୁ ଶାସ୍ତ୍ରରେ ମାଟି ଦୀପର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଧାର୍ମିକ ମାନ୍ୟତା ଅନୁଯାୟୀ, ମାଟି ଦୀପ ଘରେ ସକରାତ୍ମକ ଶକ୍ତି ଆଣିଥାଏ।

soilମାଟି ହାଣ୍ଡି

ମାଟି ହାଣ୍ଡିର ମଧ୍ୟ ବାସ୍ତୁ ଶାସ୍ତ୍ରରେ ବହୁତ ଭୂମିକା ରହିଛି। ଏହାକୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ। ଏହାସହିତ କିଛି ନିୟମର ପାଳନ ମଧ୍ୟ କରିବାକୁ ପଡ଼ିଥାଏ। ମାଟି ହାଣ୍ଡିରେ ଗରମ ଦିନେ ପାଣି ରଖି ପିଅନ୍ତୁ କିନ୍ତୁ ଥଣ୍ଡା ଦିନରେ ମାଟି ହାଣ୍ଡିକୁ ଖାଲି ରଖନ୍ତୁ ନାହିଁ । ସେଥିରେ କିଛି ଧାନ ଭରି ରଖନ୍ତୁ। ଘରର  ହାଣ୍ଡିକୁ କେବେ ଖାଲି ରଖିବା ଅନୁଚିତ। ଫାଙ୍କା ସୁରେଇ ଘରର ଖୁସି ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

murtiମାଟିର ମୂର୍ତ୍ତି

ଘରେ ମାଟିରେ ନିର୍ମିତ ମୂର୍ତ୍ତି ରଖିବା ଉଚିତ। ଏହା ନିଜ ସହିତ ସୁଖ ଏବଂ ସମୃଦ୍ଧି ନେଇ ଆସିଥାଏ। ପୂଜା ପାଇଁ ମଧ୍ୟ ମାଟି ମୂର୍ତ୍ତିର ବ୍ୟବହାର କରାଯାଏ। ମାଟି ମୂର୍ତ୍ତି ଘରକୁ ଆର୍ଥିକ ଅନଟନରୁ ରକ୍ଷା କରିବା ସହିତ ଏହାକୁ ଦୂର ମଧ୍ୟ କରିଥାଏ।

ମାଟି କୁଣ୍ଡ

ମାଟିରେ ପ୍ରସ୍ତୁତ କୁଣ୍ଡ ମଧ୍ୟ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ନେଇ ଆସିଥାଏ। ଏହା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ। କୁହାଯାଏ ଯେ ମାଟି କୁଣ୍ଡକୁ ଘରେ ରଖିବା ଦ୍ୱାରା ମନରେ ଶାନ୍ତି ସର୍ବଦା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.