ନାଚୁରାଲ ବିୟୁଟି ତଥା ଉଜ୍ୱଳ ତ୍ୱଚା ପାଇବାକୁ ଚାହୁଁଥିଲେ ମାନନ୍ତୁ ଏହି ସହଜ ଟିପ୍ସ

ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି । ବ୍ୟସ୍ତ ବହୁଳ ଜୀବନ ଭିତରେ ଆଜିକାଲି ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଅନେକ ସହଜ ଉପାୟ ଆପଣାଉଛନ୍ତି । ସୁନ୍ଦରତାର କଥା ଆସିଲେ ସମସ୍ତେ ନିଜ ଚେହେରାକୁ ସଜେଇବାକୁ ଲାଗି ପଡନ୍ତି ।

ସମୟ ଅଭାବ ହେତୁ କିଛିଜଣ ବିୟୁଟି ପ୍ରଡକ୍ଟସ ବ୍ୟବହାର କରନ୍ତି । ଅନ୍ୟ କେତେଜଣ ଘରୋଇ ଟିପ୍ସ ସାହାଯ୍ୟର ନିଜ ତ୍ୱଚାର ଯତ୍ନ ନେଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜରୁରୀ ଟିପ୍ସ କହିବୁ । ଯାହାକୁ କରିବା ଖୁବ ସହଜ । ଏହାଦ୍ୱାରା କେବଳ ଆପଣଙ୍କ ବାହାର ତ୍ୱଚା ନୁହେଁ ବରଂ ଶରୀର ଭିତରେ ମଧ୍ୟ ଅନେକ ସୁଧାର ଆସିବ ।

ନାଚୁରାଲ ବିୟୁଟି ପାଇବାକୁ ଚାହୁଁଥିଲେ ଏହି ଟିପ୍ସକୁ ନିଶ୍ଚିତ ଭାବେ ଆପଣାନ୍ତୁ ।

– ଅଧିକ ପାଣି ପିଅନ୍ତୁ । ଅଧିକ ପାଣି ପିଇବା ଦ୍ୱାରା ଶରୀରରୁ ଟକ୍ସିନ ବାହାରି ଯାଇଥାଏ । ଏହାସହ ଶରୀର ହାଇଡ୍ରେଟ ରହିଥାଏ । ଏହାଦ୍ୱାରା ନାଚୁରାଲ ବିୟୁଟି ବା ତ୍ୱଚାରେ ଉଜ୍ୱଳତା ଆସେ ।

– ଯୋଗ ତଥା ବ୍ୟାୟାମ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏହା କେବଳ ତ୍ୱଚା ଉପରେ ନୁହେଁ ବରଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ ।

– ତେଲ ଜାତୀୟ ଖାଦ୍ୟ ପଦାର୍ଥ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଏହା ଶରୀର ସହ ତ୍ୱଚା ଉପରେ ମଧ୍ୟ ବେଶ ଖରାପ ପ୍ରଭାବ ପକାଇଥାଏ । ଏହାର ବିକଳ୍ପ ଭାବେ ଆପଣ ସାଲାଡ, ଗଜା ମୁଗ, ସବୁଜ ପନିପରିବା , ଜୁସ ଆଦିର ସେବନ କରିପାରିବେ ।

– ଚୀନି ଖାଇବା ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ । ଏହାସହ ମାନସିକ ଅଶାନ୍ତରେ ଯଦି ରହୁଥାନ୍ତି ତେବେ ଆପଣଙ୍କ ଶରୀର ସହ ତ୍ୱଚା ମଧ୍ୟ ଖରାପ ହୋଇଯିବ । ତେଣୁ ଏଥିପାଇଁ ଠିକ ଭାବେ ନିଦ ହେବା ଜରୁରୀ । କାରଣ ଅନିଦ୍ରା ପାଇଁ ମଧ୍ୟ ଶରୀର ଓ ତ୍ୱଚା ଉପରେ ହାନିକାରକ ପ୍ରଭାବ ପଡେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.