ୟୁରୋପରେ ପ୍ରବଳ ବର୍ଷା ପରେ ବନ୍ୟା; ଏଯାଏଁ ୧୨୦ ମୃତ, ୧୩ ଶହରୁ ଉର୍ଦ୍ଧ୍ଵ ନିଖୋଜ

ବର୍ଲିନ : ପଶ୍ଚିମ ଜର୍ମାନୀ ଓ ବେଲଜିୟମର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ତଳିଆ ଅଂଚଳ ଜଳାର୍ଣ୍ଣବ ହୋଇଛି । କିଛି ସ୍ଥାନରେ ବନ୍ୟା ଦେଖାଯାଇଛି । ଜଣେ ଅଧିକାରୀ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ବନ୍ୟାରେ ୧୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।

ଜର୍ମାନୀର ରିନେଲ୍ଡ-ପଲାଟିନେଟ ରାଜ୍ୟରେ ୬୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ ୧୨ ଜଣ ସିନଜିଙ୍ଗରେ ଦିବ୍ୟାଙ୍ଗ ଆଶ୍ରୟ କେନ୍ଦ୍ରରୁ ଥିଲେ । ପଡେଶଶୀ ଉତ୍ତର ରିନେ-ୱେଷ୍ଟଫାଲିଆ ରାଜ୍ୟରେ ମୃତକଙ୍କ ସଂଖ୍ୟା ୪୩ରେ ପହଂଚିଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ।

ଜର୍ମାନୀର ରାଷ୍ଟ୍ରପତି ଫ୍ରାଙ୍କ ୱଲଟର ଷ୍ଟ୍ରନମେୟର କହିଛନ୍ତି, ବନ୍ୟା ଯୋଗୁଁ ଉପୁଜିଥିବା ବିନାଶ ସ୍ଥିତି ନେଇ ସ୍ତବ୍ଧ ଅନୁଭବ କରୁଛି । ସେ ଲୋକଙ୍କୁ ମୃତକଙ୍କ ସଂପର୍କୀୟ ଓ ଏହି ବିପର୍ଯ୍ୟୟରେ ବ୍ୟାପକ କ୍ଷତି ହୋଇଥିବା ସହର ଏବଂ ରାଜ୍ୟରେକୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି । ଷ୍ଟୀନମେୟର ଶୁକ୍ରବାର ଅପରାହ୍ନରେ ଜାରି ଏକ ବୟାନରେ କହିଛନ୍ତି ଯେ, ବିପଦ ପରିସ୍ଥିତିରେ ଆମର ଦେଶ ଏକାଠି ଛିଡ଼ା ହୋଇଛି ।

ଜଣେ ଅଧିକାରୀ ଗୁରୁବାର ସନ୍ଧ୍ୟାରେ କହିଥିଲେ, ଜର୍ମାନୀରେ ପାଖାପାଖି ୧୩୦୦ ଲୋକ ନିଖୋଜ ଥିବାର ଆଶଙ୍କା କରାଯାଉଛି । ବନ୍ୟାଯୋଗୁଁ ରାସ୍ତା ଧୋଇନେବା ଏବଂ ମୋବାଇଲ ନେଟୱାର୍କ କାମ କରୁ ନଥିବାରୁ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରୁ ନାହିଁ । ଜର୍ମାନୀ ଭଳି ବେଲଜିୟମରେ ମଧ୍ୟ ବହୁ ଲୋକଙ୍କର ପ୍ରାଣହାନୀ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.