କିଡନୀକୁ ଫମ୍ପା କରୁଛି ଏହି ତିନି ଖାଦ୍ୟ, ଆଜି ବନ୍ଦ କରନ୍ତୁ ନଚେତ୍ ପରେ କରିବେ ଅନୁତାପ

ଆମ ଶରୀରର ପ୍ରତ୍ୟେକ ଅଙ୍ଗ ଆମ ପାଇଁ ବହୁତ ଉପଯୋଗୀ ଏବଂ ମହତ୍ତ୍ବପୁର୍ଣ୍ଣ ହୋଇଥାଏ। ଯେତେବେଳେ ଶରୀରର କେଉଁ ଅଙ୍ଗ କାମ କରିବା ବନ୍ଦ କରିଦିଏ ତେବେ ଜିବନ ଜିଇଁବା ପାଇଁ ସମସ୍ୟା ହୋଇଥାଏ। କିଡନୀ ମଧ୍ୟ ଆମ ଶରୀରର ଏକ ଗୁରୁତ୍ବପୁର୍ଣ୍ଣ ଅଙ୍ଗ ଅଟେ। ଯାହା ଆମ ଶରୀରର ହାନିକାରକ ଏବଂ ବିଷୈଲ୍ୟ ତତ୍ତ୍ବକୁ ବାହାର କରିବାର କାମ କରିଥାଏ ଏବଂ ରକ୍ତକୁ ବିଶୁଦ୍ଧ କରିଥାଏ। ଏହା ଛଡା କିଡନୀ ଶରୀରରେ ମିନେରାଲ୍ସର ସ୍ତରକୁ ଠିକ ରଖିଥାଏ ଏବଂ ରକ୍ତରେ ଲାଲ ରକ୍ତ କଣିକା ଏବଂ ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆମ ପାଇଁ କିଡନୀ ସବୁବେଳେ ଠିକ ଭାବରେ କାମ କରିବା ବହୁତ ଜରୁରୀ ଅଟେ। କିନ୍ତୁ ଆଜିକାଲି ଲୋକମାନେ ଏମିତି ଜିନିଷ ସେବନ କରୁଛନ୍ତି ଯାହା କିଡନୀକୁ ଭିତରେ ଏକଦମ୍ ନଷ୍ଟ କରିଦେଇଥାଏ। ଆସନ୍ତୁ ଜାଣିବା କିଡନୀକୁ ନଷ୍ଟ କରୁଥିବା ଏହି ୩ଟି ଜିନିଷ।

କିଡନୀକୁ କ୍ଷତି ପହଁଞ୍ଚାଉଥିବା ଜିନିଷ

ଜଙ୍କ୍ ଫୁଡ୍

junk-foodଆଜିକାଲିର ଲୋକମାନଙ୍କୁ ଜଙ୍କ୍ ଫୁଡ ଖାଇବାର ଖରାପ ଅଭ୍ୟାସ ରହିଛି। ଜଙ୍କ୍ ଫୁଡରେ ଫସଫରସ ଏବଂ ସୋଡିୟମର ଅଧିକ ମାତ୍ରା ହେବା କାରଣରୁ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହା ଦ୍ବାରା କିଡନୀ ଧିରେ ଧିରେ ଦୁର୍ବଳ ହୋଇ ନଷ୍ଟ ହୋଇଯାଇଥାଏ।

ଏହା ସହ ପଢ଼ନ୍ତୁ : ହୋଇଯାଆନ୍ତୁ ସାବଧାନ୍, ଆପଣଙ୍କ ଏହି ସବୁ ଭୁଲ୍ ଅଭ୍ୟାସ୍ ହୋଇଥାଏ କିଡନୀ ଫେଲର କାରଣ

ଅଧିକ ମାତ୍ରାର ମାଂସାହାର ସେବନ କରିବା

chickenଅଧିକାଂଶ ଲୋକ ମାଂସ, ମାଛ ଏବଂ ଚିକେନକୁ ଅଧିକ ମାତ୍ରାରେ ଖାଇଥାନ୍ତି। ଏହି ଜିନିଷରୁ ଆନିମାଲ ପ୍ରୋଟିନ ମିଳିଥାଏ। ଯାହା ନିଶ୍ଚିତ ମାତ୍ରାରେ ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ମାଂସ, ମାଛ ଏବଂ ଚିକେନକୁ ଅଧିକ ଖାଇବା ଦ୍ବାରା ଶରୀରରେ ଆନିମାଲ ପ୍ରୋଟିନର ମାତ୍ରା ବଢ଼ିଯାଇଥାଏ। ଯାହା କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିପାଇଁ ସୀମିତ ମାତ୍ରାରେ ମାଂସାହାର କରିବା ଉଚିତ। ସନ୍ତୁଳିତ ଭାବରେ ପରିବା ଏବଂ ଫଳ ଖାଇବା ଅବଶ୍ୟକ।

ଧୂମ୍ରପାନ କରିବା

Midsection Of Man Smoking Cigaretteକିଛି ଲୋକଙ୍କୁ କମ୍ ବୟଷରେ ଧୂମପାନ କରିବାର ଖରାପ ଅଭ୍ୟାସ ହୋଇଯାଇଥାଏ। ଏହା ଦ୍ବାରା ଶରୀରର ହାଇପରଟେନସନ ବଢ଼ିଥାଏ। ହ୍ରୁଦୟର ଗତି ବଢ଼ିଥାଏ ଏବଂ ରକ୍ତ ସଞ୍ଚାଳନ କମ୍ ହୋଇଥାଏ। ଯାହା ଦ୍ବାରା ରକ୍ତ ନଳୀ ଗୁଡିକ ସଂକୁଚିତ ହୋଇଯାଇଥାଏ ଏବଂ କିଡନୀ ଉପରେ ଏହାର ବିପରୀତ ପ୍ରଭାବ ପଡିଥାଏ। ଯାହା ଦ୍ବାରା କିଡନୀ ଧିରେ ଧିରେ କାର୍ଯ୍ଯକାରୀ କରିବା କମାଇ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.