Below header

ଘିଁ କୁଆରୀର ଏମିତି କରନ୍ତୁ ବ୍ୟବହାର, ସବୁଦିନ ପାଇଁ ଶେଷ ହୋଇଯିବ ଏହି ୨୦ଟି ରୋଗ

ଆଲୋବେରା ହେଉଛି ଏକ ଓୗଷଧୀୟ ଗଛ ଯାହା ପ୍ରାଚୀନ କାଳରୁ ଘିଁ କୁଆରୀ ନାଁରେ ଜଣାଶୁଣା । ଏହା କଣ୍ଟାର ପତ୍ର ହୋଇଥାଏ ଯାହା ପାଖରେ ଅନେକ ରୋଗର ନିରାକରଣ ଗୁଣ ରହିଛି । ଆଲୋବେରାର ଜୁସ୍ ସେବନ କରିବା ଦ୍ବାରା ଶରୀରରୁ କମିଥିବା ପୋଷକ ତତ୍ବ ପୂରା ହୋଇଥାଏ । ଏହାର ୨୦୦ ପ୍ରଜାତି ଗଛ ଦେଖିବାକୁ ମିଳେ କିନ୍ତୁ ଆମର ମାତ୍ର ୫ ପ୍ରଜାତିର ଗଛ କାମରେ ଆସିଥାଏ । ବାୟୁ ଜନିତ ରୋଗ, ପେଟ ରୋଗ, ଆଂଠୁ ରୋଗ ଏବଂ ଅଲସର୍ ପରି ରୋଗରୁ ଆମକୁ ରକ୍ଷା କରିଥାଏ । ଏହା ଛଡା ପାଚନ ପକ୍ରିୟା ଓ ରକ୍ତହିନତା ରୋଗ ପାଇଁ ବହୁତ ହିତକର ହୋଇଥାଏ । ସବୁଠାରୁ ଖାସ୍ କଥା ଏହା କି ଆଲୋବେରାର ଜୁସର ଫାଇଦା ମାତ୍ର ୫-୧୦ ଦିନ ଭିତରେ ହୋଇଥାଏ ।

ଶକ୍ତି ବଢାଇଥାଏ : ନିୟମିତ ଭାବେ ଆଲୋବେରା ଜୁସ୍ ପିଇବା ଦ୍ବାରା ଶରୀରରେ ଶକ୍ତ ସଂଚାର ହୋଇଥାଏ । ଏହି ଜୁସରେ ଅନେକ ପ୍ରକାରର ପୋଷକ ତତ୍ବ , ଭିଟାମିନସ୍ ଏବଂ ମିନେରାଲ ରହିଛି ଯାହା ଦ୍ବାରା ଶରୀରର ଉତ୍ତମ ପରିବର୍ତ୍ତନ ଆସିଥାଏ ଏବଂ ସୁସ୍ଥ ରଖିଥାଏ । ଏହି ଜୁସ୍ ପାଇଁ ପ୍ରତିରକ୍ଷା କ୍ଷମତା ମଧ୍ୟ ବଢିଥାଏ । ୩ରୁ ୪ ଚାମଚ ଆଲୋବେରା ପାଣି ଖାଲି ପେଟରେ ସକାଳୁ ନିୟମିତ ପିଇଲେ ଫୁର୍ତ୍ତି ଲାଗିଥାଏ ।

କେଶ ଏବଂ ତ୍ବଚାର ସୁନ୍ଦରତା ବଢାଇଥାଏ : ଆଲୋବେରା ଜୁସ୍ ପିଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ । ଏହାକୁ ନିୟମିତ ପିଇବା ଦ୍ବାରା ଲମ୍ବା ସମୟ ଯାଏ ଗ୍ଲେଜ୍ କମି ନଥାଏ । ଆଖି ତଳର କଳା ଦାଗ, ରୁକ୍ଷ୍ୟ ତ୍ବଚା, ବ୍ରଣ, ଖରାରେ ଝାଉଁଳି ପଡିଥିବା ତ୍ବଚା ସବୁକିଛି ସମସ୍ୟାରୁ ରକ୍ଷା ମିଳିଥାଏ । ଏହି ଜୁସକୁ ପିଇବା ଦ୍ବାରା ମଧ୍ୟ କେଶରେ ଚମକ ଆସିଥାଏ ଏହା ସହ ରୁପି ସମସ୍ୟାରୁ ଉପସମ ମିଳିଥାଏ । ଆଲୋବେରାର ରସକୁ ମେହେନ୍ଦୀରେ ମିଶାଇ କେଶରେ ଲଗାଇବା ଦ୍ବାରା କେଶର ରଙ୍ଗ ଚମକିବା ସହ ମଜଭୁତ୍ ରହିଥାଏ ।

ଭଲ ପାଚନ : ଆଲୋବେରା ଜୁସରେ ପ୍ରଚୁର ମାତ୍ରାରେ ପାଚକ ତତ୍ବ ରହିଥାଏ । ଏହି କାରଣ ପାଇଁ ପେଟ ଜନିତ ସମସ୍ୟା ଦେଖା ଯାଇ ନଥାଏ ।

ଓଜନ କମାଇଥାଏ : ନିୟମିତ ରୂପେ ଆଳୋବେରା ଜୁସ୍ ପିଇବା ଦ୍ବାରା ଶରୀରର ଓଜନ କମିବାକୁ ଲାଗିଥାଏ ଏବଂ ଏହାକୁ ଖାଇବା ଦ୍ବାରା ବାରମ୍ବାର ଭୋକ ହୋଇ ନଥାଏ । ଏହି ଜୁସ୍ ଶରୀରକୁ ଦୁର୍ବଳ କରି ନଥାଏ ।

ଦାନ୍ତ ପାଇଁ ଉପକାରୀ : ଆଲୋବେରା ଜୁସ୍ ଦାନ୍ତ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଏହା ଆମ ଦାନ୍ତକୁ ପରିଷ୍କାର ରଖିବା ସହ ଜିବାଣୁ ମୁକ୍ତ ମଧ୍ୟ କରିଥାଏ ।

ସଂକ୍ଷେପରେ ଆଲୋବେରାର ଗୁଣ :

• କାଶ ଏବଂ ଥଣ୍ଡାରେ ଆଲୋବେରାର ରସ କାମ ଦେଇଥାଏ । ଏହି ରସର ଅଧା ଚାମଚ୍ ଗରମ ପାଣିରେ ମିଶାଇ ପିଇବା ଦ୍ବାରା ଥଣ୍ଡା କାଶରୁ ରକ୍ଷା ମିଳିଥାଏ ।

• ପୋଡିଯିବା ସ୍ଥାନରେ ଆଲୋବେରା ଜେଲ୍ ଖୁବ୍ ଭଳ କାମଦେଇଥାଏ । ତିନି ଚାରି ଥର ଲଗାଇବା ଦ୍ବାରା ଜଳା ପୋଡା କମିବା ସହ ଛାଲ ବାହାରି ନଥାଏ ।

• ଆଲୋବେରାର ରସ କେଶରେ ଳଗାଇବା ଦ୍ବାରା କେଶ କଳା ହେବା ସହ ଚମକି ଥାଏ ।

• ଆଲୋବେରା ଜୁସ୍ ମଧୁମେହ ରୋଗୀଙ୍କ ପାଇଁ ହିତକର ହୋଇଥାଏ ।

• ଆଲୋବେରାର ଜୁସ୍ ପିଇବା ଦ୍ବାରା ଶରୀରରେ ରକ୍ତର ଅଭାବ ଦେଖାଯାଇ ନଥାଏ ।

• ଆଲୋବେରା ଜୁସ୍ ରକ୍ତରେ ହିମୋଗ୍ଲୋବିନର ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ ।

• ଆଂଠୁ ଗଣ୍ଠି ସମସ୍ୟାରୁ ରକ୍ଷା ପାଇବା ପାଇଁ ସୋରିଷ ତେଲରେ ଆଲୋବେରା ରସ ମିଶାଇ ମଶ୍ଚାଜ କରନ୍ତୁ ।

• ଘିଁ କୁଆରୀର ଏମିତି କରନ୍ତୁ ବ୍ୟବହାର, ସବୁଦିନ ଶେଷ ହୋଇଯିବ ଏହି ୩୦ଟି ରୋଗ

• ଘିଁ କୁଆରୀ ରସ ପିଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ ।

• ଚନ୍ଦା ମୁଣ୍ଡରେ ଘିଁ କୁଆରୀ ଘସିଲେ ଚୁଟି ଉଠିଥାଏ ।

• ଗୋଇଠି ଫାଟୁଥିଲେ ଘିଁ କୁଆରୀ ଲଗାନ୍ତୁ । ଖୁବ୍ ଶୀଘ୍ର ମୁକ୍ତି ମିଳିବ।

• ମେହେନ୍ଦିରେ ଘିଁ କୁଆରୀ ରସହ ମିଶାଇ ଲଗାଇଲେ କେଶରେ ଚମକ ଆସିଥାଏ ।

• ସୋରିଷ ତେଲରେ ଘିଁ କୁଆରୀ ରସ ମିଶାଇ ଲଗାଇଲେ ଆଣ୍ଠୁ ଗଣ୍ଠି ପୀଡା ଦୂର ହୋଇଥାଏ ।

• ଘିଁ କୁଆରୀ ରସ ମୁହଁରେ ଲଗାଇଲେ ଖରାରେ ଗଲେ ତ୍ବଚା ଟ୍ୟାନ୍ ପଡିନଥାଏ ।

• ବ୍ରଣ, ଶୁଷ୍କ ତ୍ବଚା, ଚେହେରାରେ ଥିବା ବିଭିନ୍ନ ଦାଗରୁ ମୁକ୍ତି ଦେଇଥାଏ ଘିଁ କୁଆରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.