ଆକାଶ ଛୁଆଁ ପିଆଜ ଦର, ଯଦି ଏପରି ପ୍ରସ୍ତୁତ କରିବେ ତରକାରୀ ତ ସ୍ୱାଦିଷ୍ଟ ହୋଇଯିବ ବ୍ୟଞ୍ଜନ

ଏବେ ପିଆଜର ଦର ବହୁତ ବଢ଼ିଯାଇଛି ଏବଂ ବଜାରରେ ଏବେ ବହୁତ ମହଙ୍ଗା ଦରରେ ଉପଲବ୍ଧ ହେଉଛି। ଏହି ସମସ୍ୟାରେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଆଜି ଆମେ ଆପଣଙ୍କୁ ଜଣାଇବୁ ବିନା ପିଆଜ ରସୁଣରେ ଆପଣ କେମିତି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ।

କିଛି ଲୋକ ଏହା ଭାବନ୍ତି ଯେ ବିନା ପିଆଜରେ ତରକାରୀରେ ସ୍ୱାଦ ଆସିନଥାଏ। ବହୁ ପୁରାତନ କାଳରୁ ପିଆଜ ଆମ ଦୈନନ୍ଦିନ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଏ। ଅନେକ ଲୋକ ତରକାରୀକୁ ଗାଢ଼ା ବନାଇବା ପାଇଁ ପାରମ୍ପରିକ ଭାବରେ ପିଆଜ ରସୁଣର ବ୍ୟବହାର କରିଥାନ୍ତି।

ଅବଶ୍ୟ କିଛି ଲୋକଙ୍କୁ ଲାଗିଥାଏ ଯେ ବିନା ପିଆଜ ରସୁଣରେ ତରକାରର ସ୍ୱାଦ ବଢ଼ିପାରେନାହିଁ। ଖାସ କରି ଗ୍ରେଭୀକୁ ଗାଢ଼ା କରିବା ପାଇଁ ପିଆଜର ପ୍ରୟୋଗ କରାଯାଇଥାଏ। କିନ୍ତୁ ଏବେ ଆପଣ ବିନା ପିଆଜ ରସୁଣରେ ମଧ୍ୟ ତରକାରୀର ଗ୍ରେଭୀକୁ ଗାଢ଼ା କରିପାରିବେ। ତେବେ ଜାଣନ୍ତୁ କେମିତି।

piaj-ତରକାରୀର ଗ୍ରେଭୀକୁ ଗାଢ଼ା କରିବା ପାଇଁ ଦହିର ମଧ୍ୟ ବ୍ୟବହାର କରିପାରିବେ। ଏହାଦ୍ୱାରା ତରକାରୀର ସ୍ୱାଦ ଦ୍ୱିଗୁଣିତ ହୋଇଯିବ।

-ବାଦାମକୁ ପେଷ୍ଟ କରି ମଧ୍ୟ ତରକାରୀରେ ପକାଇପାରିବେ ଏହା ଦ୍ୱାରା ରେସିପି ଗାଢ଼ାଳ ହେବା ସହିତ ଟେଷ୍ଟୀ ହୋଇଥାଏ।

ଏହାସହ ପଢନ୍ତୁ : କବ୍ଜ ସମସ୍ୟା ଦୂର କରିଥାଏ ବନ୍ଧା କୋବି, ଜାଣନ୍ତୁ ଆଉ କେଉଁ ସମସ୍ୟାକୁ କରିଥାଏ ଦୂର

-ରେସ୍ତୋରାଁରେ ତରକାରୀର ଗ୍ରେଭୀକୁ ଗାଢ଼ା କରିବା ପାଇଁ କାଜୁର ପେଷ୍ଟକୁ ବ୍ୟବହାର କରିଥାନ୍ତି। କିନ୍ତୁ ଏହାକୁ ଅଧିକ ସ୍ୱାସ୍ଥ୍ୟକର ବୋଲି କୁହାଯାଏନାହିଁ।

-ପରିବାକୁ ଅଧିକ ଟେଷ୍ଟୀ ଏବଂ ଗାଢ଼ା କରିବା ପାଇଁ ଟମୋଟୋ ରସ ମିଶାଇ ଦିଅନ୍ତୁ। କିନ୍ତୁ ଏହାକୁ ବ୍ୟବହାର କରିବା ପୂର୍ବରୁ ହାଲୁକା ରୋଷ୍ଟ କରିଦିଅନ୍ତୁ।

onionn-ତେଲରେ ଅଟା ଏବଂ ମଇଦାକୁ ଭାଜିବା ପରେ ଏଥିରେ ଟମୋଟା ଗ୍ରେଭୀ ପକାଇ ତରକାରୀକୁ ଗାଢ଼ା କରିଦିଅନ୍ତୁ। ପରେ ଏହି ଗ୍ରେଭୀକୁ ତରକାରୀରେ ପକାଇ ଦିଅନ୍ତୁ।

-ଯଦି ତରକାରୀରେ ପିଆଜ ବ୍ୟତୀତ ଟମାଟୋକୁ ଠିକ ଭାବରେ ବ୍ୟବହାର କରନ୍ତି। ତେବେ ଖାଦ୍ୟର ସ୍ୱାଦ ବଢ଼ିଯାଇଥାଏ।

-ପିଆଜ ଏବଂ ରସୁଣ ଜାଗାରେ ବନ୍ଧାକୋବିକୁ ଫୁଟାଇ ପ୍ରସ୍ତୁତ କରିଥିବା ପ୍ୟୁରୀରେ ମଧ୍ୟ ତରକାରୀର ସ୍ୱାଦକୁ ବଢ଼ାଇପାରିବେ।

-ଜୈନ ଏବଂ ବୈଷ୍ଣବ ସମୁଦାୟର ଲୋକେ ପିଆଜ ଏବଂ ରସୁଣକୁ ଆମିଷ ବୋଲି ମାନିଥାନ୍ତି।

-ଏହାସହିତ ତରକାରୀକୁ ସ୍ୱାଦିଷ୍ଟ କରିବା ପାଇଁ ଦୁଇ ଚାମଚ ଭଜା ବେସନକୁ ପାଣିରେ ଫେଣ୍ଟି ତରକାରୀରେ ପକାଇ ତାହାକୁ ଥିକ୍‌ ମଧ୍ୟ କରିପାରିବେ।

-ଏହାସହିତ ଗାଜର ଏବଂ ମୂଳାକୁ ବାଟି ମଧ୍ୟ ତରକାରୀରେ ପକାଇପାରିବେ।

-ସୁଖିଲା ବ୍ରେଡକୁ ପେଷ୍ଟ କରି ତରକାରୀରେ ମଧ୍ୟ ପକାଇପାରିବେ।