Below header

ଖାଦ୍ୟ ଖାଇବା ପରେ ତୁରନ୍ତ ଲାଗୁଛି କି ଭୋକ? ତେବେ ତାଲିକାରେ ଆଡ୍‌ କରନ୍ତୁ ଏହିସବୁ ଖାଦ୍ୟ, ଭରି ରହିବ ପେଟ

ଅନେକ ଥର ଏମିତି ହୋଇଥାଏ ଯେ ଖାଦ୍ୟ ଖାଇବା ପରେ ମଧ୍ୟ ଆମକୁ ଆହୁରି ଅଧିକ ଭୋକ ଲାଗିନଥାଏ। ତେବେ ଏହାପଛରେ ଥିବା କାରଣ ସମ୍ପର୍କରେ ତ ଆମେ ଜାଣିପାରିନଥାଉ। କିନ୍ତୁ ଭୋକ ଲାଗିବା କାରଣରୁ ଆମେ ଖାଦ୍ୟ ଖାଇବାରେ ଟିକେ ବି ହେଳାକରିନଥାଉ। ଦିନ ସାରା ଭୋକ ରେ ରହିବା ଏହାର ଏକ କାରଣ ହୋଇପାରେ। ତେବେ ବି ଯଦି ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ଲାଗୁଛି ଏମିତିରେ ବୁଝିଯିବା ଉଚିତ ଯେ ଆପଣ ନିଜ ଖାଦ୍ୟରେ କିଛି ଜିନିଷକୁ ଆଡ୍‌ କରିବା ମିସ୍‌ କରୁଛନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଯେ ଆପଣ ନିଜ ଖାଦ୍ୟରେ କଣ ଆଡ୍‌ କଲେ ଏମିତି ସମସ୍ୟା ପୁଣି ହେବ ନାହିଁ।

ମନେ ରଖନ୍ତୁ ଯେ ବାରମ୍ବାର ଭୋକ ଲାଗିବାର ମାନେ ହେଉଛି ଆପଣ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଖାଉନାହାନ୍ତି। ଏମିତିରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ଏମିିତିରେ ନିଜ ଭୋକକୁ ଶାନ୍ତ କରିବା ପାଇଁ ଏହିସବୁ ଖାଦ୍ୟକୁ ନିଜ ଡାଏଟରେ ଆଡ୍‌ କରନ୍ତୁ।

ବାଦାମ:
ବାରମ୍ବାର ଭୋକ ଲାଗିଲେ ସମସ୍ୟା ରୁ ଛୁଟକାର ପାଇବା ପାଇଁ ଆପଣ ବାଦାମକୁ ଖାାଆନ୍ତୁ। କାରଣ ଏଥିରେ ପର୍ଯ୍ୟାନ୍ତ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ , ଭିଟାମିନ ଇ , ମାଗ୍ନେସିୟମ ଓ ଫାଇବର ରହିଛ ି। ଏହା ପେଟରେ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ। ଏମିତିରେ ଭୋକ କଣ୍ଟ୍ରୋଲରେ ରହିବ।

ନଡ଼ିଆ:
ନଡ଼ିଆ ଏକ ବଢ଼ିଆ ସ୍ନାକ। ନଡ଼ିଆ ର ସେବନ କରିବା ଦ୍ୱାରା ବାରମ୍ବାର ଭୋକ ଲାଗିନଥାଏ। ଏହାସହ ଶରୀରରେ ମୋଟାପା କୁ କମ କରିଥାଏ। ଏଥିରେ କପର, ଆଇରନ, ମାଗ୍ନେସିୟମ ଓ ଜିଙ୍କ ଭଳି ପୋଷକ ତତ୍ତ୍ୱ ରହିଛି। ଯାହାଦ୍ୱାରା ଶୀଘ୍ର ଭୋକ ଲାଗିନଥାଏ।

ଦହି ଛାଛ୍‌ ବା ଘୋଳ ଦହି:
ପ୍ରୋଟିନ ର ଭରପୁର ମାତ୍ରା ଏହି ଖାଦ୍ୟରେ ରହିଛି। ଏହାକୁ ସେବନ କଲେ ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ରହିପାରିବେ। ତେଣୁ ମନେ ରଖନ୍ତୁ ବାରମ୍ବାର ଭୋକ ଲାଗୁଥିଲେ ଆପଣ ଛାଛ୍‌ ବା ଦହି ସରବତ ପିଇପାରିବେ।

ସ୍ପା୍ରଉଟ୍ସ:
ସ୍ପ୍ରାଉଟ୍ସ ଏକ ପ୍ରୋଟିନ ଯୁକ୍ତ ଖାଦ୍ୟ। ଯାହା ଶରୀର ପାଇଁ ଖୁବ ଉତ୍ତମ ହୋଇଥାଏ। ଏହା ଶରୀରକୁ ଭିତରୁ ଷ୍ଟ୍ରଙ୍ଗ ରଖିଥାଏ। ପେଟ ଲମ୍ବା ସମୟ ପର୍ଯ୍ୟନ୍ତ ଭରି ରହିଥାଏ। ତେଣୁ ଯଦି ବାରମ୍ବାର ଭୋକ ଲାଗୁଛି ତେବେ ସ୍ପ୍ରାଉଟ୍ସ ଖାଆନ୍ତୁ। ଗଜାମୁଗ, ଗଜା ବୁଟ ଭଳି ଖାଦ୍ୟକୁ ଆପଣ ଆଡ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.