ଆଉ କାହା ଜିନିଷ ମାଗି ଆଣି ବ୍ୟବହାର କରୁଥିଲେ ଏବେଠୁ ହୁଅନ୍ତୁ ସାବଧାନ, ହୋଇଯିବେ କାଙ୍ଗାଳ

କିଛି ଲୋକ ସବୁବେଳେ ଅନ୍ୟମାନଙ୍କ ଠାରୁ ଜିନିଷ ମାଗି ଆଣି ବ୍ୟବହାର କରିଥାନ୍ତି। ଏହା ସେମାନଙ୍କର ଏକ ଅଭ୍ୟାସ ହୋଇଥାଏ। କିନ୍ତୁ ବାସ୍ତୁ ଅନୁସାରେ ଏଭଳି କରିବା ଭୁଲ। ଅନ୍ୟ ଜିନିଷ ବ୍ୟବହାର କରିବା ଦ୍ୱାରା ନିଜ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହି ସବୁ ଛୋଟ ଛୋଟ ଅଭ୍ୟାସ ବଡ଼ ସଙ୍କଟକୁ ଡାକି ଆଣେ। ବାସ୍ତୁ ମୁତାବକ, ଅନ୍ୟମାନଙ୍କର ବ୍ୟବହାର କରାଯାଉଥିବା ଜିନିଷକୁ କେବେ ବି ବ୍ୟବହାର କରିବା ଉଚିତ ନୁହେଁ। ଏମିତି କରୁଥିବା ବ୍ୟକ୍ତିର ଜୀବନରେ ସବୁବେଳେ ଦାରିଦ୍ର୍ୟତା ଲାଗି ରହେ। କେବଳ ଏତିକି ନୁହେଁ, ଅନ୍ୟଠୁ ମାଗୁଥିବା ଜିନିଷ ସହ ତାଙ୍କ ଭାଗ୍ୟର ଖରାପ ପ୍ରଭାବ ମଧ୍ୟ ନିଜ ପାଖକୁ ଚାଲିଆସେ। ଯାହା ଦ୍ୱାରା ବ୍ୟକ୍ତି ସବୁବେଳେ ଆର୍ଥିକ ଅନାଟନ ଦେଇ ଗତି କରେ। ତେବେ ଆସନ୍ତୁ ଜାଣିବା ଅନ୍ୟମାନଙ୍କର କି କି ଜିନିଷ ବ୍ୟବହାର କରିବା ଉଚିତ୍‌ ନୁହେଁ…

ଜୋତା ଚପଲ:

କିଛି ଲୋକ ଅନ୍ୟମାନଙ୍କର ଜୋତା ଚପଲ ପିନ୍ଧିଥାନ୍ତି। କିନ୍ତୁ କୁହାଯାଏ, ଏମିତି କରିବା ଦ୍ୱାରା ଦାରିଦ୍ର୍ୟତା ଆସିଥାଏ। କାରଣ ଶନିଙ୍କ ସ୍ଥାନ ଗୋଡ଼ରେ ହୋଇଥାଏ। ଏଣୁ ଯଦି ଆପଣ ଆଉ କାହାର ଜୋତା ଚପଲ ପିନ୍ଧି ବାହାରକୁ ଯାଉଥାନ୍ତି, ତେବେ ଜୀବନ ଉପରେ ଶନିଙ୍କ ଖରାପ ପ୍ରଭାବ ପଡ଼ିପାରେ।

କଲମ:

କିଛି ଲୋକ କଲମ ମାଗି ଆଣି ବ୍ୟବହାର କରିଥାନ୍ତି। କିନ୍ତୁ ବାସ୍ତୁରେ ଏଭଳି କରିବାକୁ ମନା କରାଯାଇଛି। ଏହା ଶିକ୍ଷା, କ୍ୟାରିୟର କ୍ଷେତ୍ରରେ ବି ନକାରାତ୍ମକ ପ୍ରଭାବ ପକାଏ। ଏମିତି କରୁଥିବା ବ୍ୟକ୍ତିକୁ କେବେ ବି ଚାକିରି ମିଳିନଥାଏ। ସେମାନେ ସବୁ ବେଳେ ଆର୍ଥିକ ସଙ୍କଟ ଦେଇ ଗତି କରିଥାନ୍ତି।

ମୁଦି:

ଅନ୍ୟମାନଙ୍କର ମୁଦି ପିନ୍ଧିବା ମଧ୍ୟ ଅନୁଚିତ୍‌। ଏହା ସ୍ୱାସ୍ଥ୍ୟ ଖରାପ କରିବା ସହ ଜୀବନ ଉପରେ ବି କୁ-ପ୍ରଭାବ ପକାଏ। ଆଉ କାହାର ମୁଦି ପିନ୍ଧିବା ଦ୍ୱାରା ଆର୍ଥିକ ସ୍ଥିତି ଉପରେ ବି ନକାରାତ୍ମକ ପ୍ରଭାବ ପଡ଼ିଥାଏ।

ଘଣ୍ଟା:

କେବେ ବି ଆଉ କାହା ଘଣ୍ଟା ବ୍ୟବହାର କରିବା ଉଚିତ ନୁହେଁ। ବାସ୍ତୁ ମାନ୍ୟତା ଅନୁସାରେ, ଘଣ୍ଟାର ସମ୍ପର୍କ ଜୀବନ ସହ ରହିଥାଏ। ଏଣୁ ଯଦି ଆପଣ ଆଉ କାହାଠୁ ମାଗି ଆଣି ଘଣ୍ଟା ପିନ୍ଧୁଛନ୍ତି, ତେବେ ଏହା ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ। ଅନ୍ୟର ଘଣ୍ଟା ପିନ୍ଧୁଥିଲେ ଜାଣି ଯାଆନ୍ତୁ ଯେ ଆପଣଙ୍କର ଖରାପ ସମୟ ଆସିଯାଇଛି। ଏଣୁ କେବେ ବି ଭୁଲରେ କାହାଠାରୁ ମାଗି ଆଣି ଘଣ୍ଟା ପିନ୍ଧନ୍ତୁ ନାହିଁ। ନିଜର ହିଁ କ୍ଷତି ହେବ।

 Also Read: ଡହ ଡହ ଖରାରେ ନିଅନ୍ତୁ ତରଭୁଜ କୁଲ୍‌ଫିିର ମଜା, ପାଟିକୁ ଟେଷ୍ଟି ଲାଗିବା ସହ ଶରୀର ବି ରହିବ ହାଇଡ୍ରେଟ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.