ପ୍ରତିଦିନ ୭ ହଜାରରୁ ଅଧିକ ପାଦ ଚାଲନ୍ତୁ ଅକାଳ ମୃତ୍ଯୁକୁ ଏଡାନ୍ତୁ, ଜାଣନ୍ତୁ କ’ଣ କହୁଛି ଅଧ୍ୟୟନ
ଫିଟନେସ ପାଇଁ ଡାକ୍ତର ସବୁବେଳେ ଚାଲିବାକୁ ପରାମର୍ଶ ଦେଇଥାନ୍ତି। ଏକ ନୂଆ ଅଧ୍ୟୟନ ମୁତାବକ, ପ୍ରତିଦିନ ୭ ହଜାର ପାଦ ଚାଲିବା ଦ୍ବାରା ଅଳ୍ପ ବୟସରେ ପ୍ରାଣହରାଇବାର ବିପଦ ଆଶଙ୍କା କମ୍ ହୋଇଥାଏ। ୫୦ରୁ ୭୦ ପ୍ରତିଶତ ପର୍ଯ୍ଯନ୍ତ ଏହା କମିଯାଇପାରେ। ଏହି ଅଧ୍ୟୟନ JAMA ନେଟୱାର୍କ ଓପନ ଜର୍ନାଲରେ ପ୍ରକାଶିତ ହୋଇଛି।
ଅଧ୍ୟୟନରୁ ଜଣାପଡିଛି ଯେ, ଦିନକୁ ଅତିକମରେ ୭ହଜାର ପାଦ ଚାଲିବା ଫଳରେ ମଧ୍ୟମ ବୟସ୍କର ଲୋକଙ୍କ ଅକାଳଜନିତ ମୃତ୍ଯୁ ୫୦ରୁ ୭୦ ପ୍ରତିଶତ କମ୍ ହୋଇଯାଏ।
ଫିଜିକାଲ ଆକ୍ଟିଭିଟି ଏପିଡେମାୟୋଲଜିଷ୍ଟ ଏବଂ ଷ୍ଟଡିର ପ୍ରମୁଖ ଏବଂ ବିଖ୍ଯାତ ଲେଖକ ଅମାଣ୍ଡା ପଲୁଚ କହିଛନ୍ତି କି, ୧୦ ହଜାରୁ ଅଧିକ ପାଦ ଚାଲିବା କିମ୍ବା ଦ୍ରୁତ ଗତିରେ ଚାଲିବା ଦ୍ବାରା କୌଣସି ପ୍ରକାର ଅତିରିକ୍ତ ଲାଭର ପ୍ରମାଣ ମିଳିନାହିଁ।
୧୦ ହଜାର ପାଦ ଚାଲିବା ଅପେକ୍ଷା ୭ ହଜାରରୁ ୯ ହଜାର ପାଦ ଚାଲିବା ଦ୍ବାରା ସ୍ବାସ୍ଥ୍ଯକୁ ବହୁତ ଫାଇଦା ପହଞ୍ଚିଥାଏ। କିନ୍ତୁ ପ୍ରତିଦିନ ୧୦ ହଜାରରୁ ଅଧିକ ପାଦ ଚାଲିବା ଦ୍ବାରା କୌଣସି ଅତିରିକ୍ତ ଲାଭ ମିଳେ ନାହିଁ।
ବୈଜ୍ଞାନିକ ନିଜ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି କି, ପ୍ରତିଦିନ ୭ ହଜାରରୁ ଅଧିକ ପାଦ ଚାଲୁଥିବା ବ୍ଯକ୍ତିଙ୍କ ମୃତ୍ଯୁ ଅନ୍ଯ ବ୍ଯକ୍ତିଙ୍କ ମୃତ୍ଯୁ ତୁଳନାରେ ୫୦ରୁ ୭୦ ପ୍ରତିଶତ କମ୍ ହୋଇଥାଏ।