ଅର୍ଡର କରିଥିଲେ ଚିକେନ୍‌ ବର୍ଗର, ପ୍ରଥମ ବାଇଟ୍‌ରୁ ବାହାରିଲା ମଣିଷ ଆଙ୍ଗୁଠି! ରେଷ୍ଟୁରାଣ୍ଟ ମାଲିକ କହିଲେ, ଆମ କର୍ମଚାରୀଙ୍କର…

ଜଣେ ମହିଳା ଏକ ଫାଷ୍ଟ ଫୁଡ୍‌ ରେଷ୍ଟୁରାଣ୍ଟରେ ଚିକେନ୍‌ ବର୍ଗର ଅର୍ଡର କରିଥିଲେ। କିନ୍ତୁ ଏହାକୁ ଖାଇବା ପୂର୍ବରୁ ସେଥିରୁ ଯାହା ବାହାରିଲା, ତାହା ବହୁତ ଆଶ୍ଚର୍ଯ୍ୟଜନକ ଥିଲା। ମହିଳା ଜଣକ ଯେମିତି ହିଁ ବର୍ଗରର ପ୍ରଥମ ବାଇଟ୍‌ ନେଇଥିଲେ, ତ ତାଙ୍କୁ ଅଜବ ଅନୁଭବ ହୋଇଥିଲା। ତାଙ୍କ ଆଖି ସହଜରେ ବିଶ୍ୱାସ କରିପାରି ନ ଥିଲା। ଆସନ୍ତୁ ଜାଣିବା କ’ଣ ଥିଲା ସେହି ବର୍ଗରରେ।

ରିପୋର୍ଟ ମୁତାବକ, ବୋଲିଭିୟାରେ ରହୁଥିବା ଏଷ୍ଟେଫନୀ ବେନିଟେଜ୍‌ ଏକ ଫାଷ୍ଟ ଫୁଡ୍‌ ରେଷ୍ଟୁରାଣ୍ଟକୁ ବର୍ଗର ଖାଇବାକୁ ଯାଇଥିଲେ। କିନ୍ତୁ ଯେମିତି ସେ ଖାଇବା ଆରମ୍ଭ କରିଛନ୍ତି, ତ କିଛି ଟାଣ ଜିନିଷ ଅନୁଭବ କରିଥିଲେ। ପରେ ଯେତେବେଳେ ବେନିଟେଜ୍‌ ବର୍ଗର ଚେକ୍‌ କରିଥିଲେ, ତ ତାଙ୍କର ହୋଶ୍‌ ଉଡ଼ି ଯାଇଥିଲା। କାହିଁକି ନା, ଚିକେନ୍‌ ବର୍ଗର ଭିତରେ ମାଂସ ବଦଳରେ ଥିଲା ମଣିଷର ଆଙ୍ଗୁଠି।

ତେବେ ଏ ନେଇ ସେ ନିଜ ଫେସ୍‌ବୁକ ପେଜ୍‌ରେ ବି ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ଲେଖିଥିଲେ କି, ‘ଖାଇବା ସମୟରେ ମୁଁ ଏକ ଆଙ୍ଗୁଠି ଚୋବାଇ ନେଇଥିଲି’। ସେ ଏହି ଘଟଣାର ଭିଡିଓ ବନାଇ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ, ଯାହାକୁ ଏ ପର୍ଯ୍ୟନ୍ତ ୬୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏପରିକି, ସେ କେତେକ ଫଟୋ ମଧ୍ୟ ସେୟାର କରିଥିଲେ।

ମହିଳାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ବ୍ୟାପକ ରୂପେ ସେୟାର ହେବା ପରେ ବର୍ଗର କମ୍ପାନୀର ପ୍ରବକ୍ତା ଏହି ମାମଲାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଏଥି ସହିତ କହିଥିଲେ କି, କମ୍ପାନୀର ଜଣେ କର୍ମଚାରୀଙ୍କ ଆଙ୍ଗୁଠି କଟି ମିଟ୍‌ ଗ୍ରାଇଣ୍ଡର ଭିତରେ ପଡ଼ି ଯାଇଥିଲା। ଭୁଲବଶତଃ ଏହି ମିଟ୍‌କୁ ବର୍ଗରରେ ଷ୍ଟଫ୍‌ କରି ପ୍ୟାକ୍‌ କରି ଦିଆଯାଇଥିଲା। ତେବେ ଏହାରି ଭିତରେ ସ୍ଥାନୀୟ ପ୍ରଶାସନ ରେଷ୍ଟୁରାଣ୍ଟ ବ୍ରାଞ୍ଚକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଏବଂ କମ୍ପାନୀ ଉପରେ ଜରିମାନା ଲଗାଇବାକୁ ନିଷ୍ପତ୍ତି ନେଇଛି।

You might also like