ଭେଣ୍ଡି ଅପେକ୍ଷା ଏହାର ପାଣିରେ ଥାଏ ଅଧିକ ଔଷଧିୟ ଗୁଣ, ଏହି ସବୁ ସମସ୍ୟାରୁ ତୁରନ୍ତ ଦେଇଥାଏ ମୁକ୍ତି

ସ୍ୱାସ୍ଥ୍ୟ ପାଇଁ ଭେଣ୍ଡି ବହୁତ ଉପକାରୀ ହୋଇଥାଏ । ଆମେ ଭେଣ୍ଡିରେ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । ଏହା ଆମକୁ ଟେଷ୍ଟି ଲାଗିଲେ ବି ଏଥିରୁ ଔଷଧିୟ ଗୁଣ କିଛି ମାତ୍ରାରେ କମିଥାଏ । ହେଲେ ଭେଣ୍ଡି ପାଣିରେ ପ୍ରଚୁର ମାତ୍ରାରେ ଔଷଧିୟ ଗୁଣ ଥାଏ ।

ସବୁଜ ଭେଣ୍ଡି ଦେଖିବାକୁ ଯେପରି ସୁନ୍ଦର ଏହାର ତରକାରୀ ମଧ୍ୟ ସେପରି ଟେଷ୍ଟୀ । ହେଲେ କେବେ ଆପଣ ଏହାର ପାଣି ସେବନ କରିଛନ୍ତି କି ? ଭେଣ୍ଡିର ପାଣି ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଆମେ ଆଜି ଜାଣିବା ଭେଣ୍ଡି ପାଣିର ବିଭିନ୍ନ ଉପକାରୀତା ସମ୍ପର୍କରେ ।

 

okra water
photo credit : HerZindagi

 

ସବୁଦିନ ଖାଲି ପେଟରେ ଭେଣ୍ଡିର ପାଣି ଆପଣଙ୍କ ଶରୀରକୁ ପତଳା କରିବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ମେଟାବୋଲିଜିମକୁ ବଢ଼ାଇଥାଏ । ଯାହାଫଳରେ ଶରୀରର ଓଜନ ଦ୍ରୁତ ଗତିରେ କମାଇଥାଏ ।

  ଆଖି ପାଇଁ ଭେଣ୍ଡି ପାଣି ବହୁତ ଲାଭକାରୀ ହୋଇଥାଏ । ନିୟମିତ ଭାବେ ଏହାର ପାଣିକୁ ସେବନ କରିବା ଦ୍ୱାରା ଆଖିର ପାଓ୍ଵାର ଭଲ ହୋଇଥାଏ । ଏହାସହିତ ଆଖିର ଥକାପଣ ମଧ୍ୟ କମ କରିଥାଏ ।

ଭେଣ୍ଡିର ପାଣି ସେବନ ଦ୍ୱାରା ଡାଇରିଆ ଭଳି ଅସୁବିଧା ଦୂର ହୋଇଥାଏ ।

ଡାଇବେଟିସ କଣ୍ଟ୍ରୋଲ କରିବାରେ ଭେଣ୍ଡିର ପାଣିକୁ ସେବନ କରାଯାଇପାରେ ।

କୋଲେଷ୍ଟରାଲକୁ କଣ୍ଟ୍ରୋଲ କରିବାରେ ଭେଣ୍ଡିର ପାଣିକୁ ପିଅନ୍ତୁ । ଏହାଦ୍ୱାରା ଖରାପ କୋଲେଷ୍ଟରାଲ ସ୍ତର କମ ହୋଇଥାଏ ।

ଏନେମିଆ ସମସ୍ୟା ଆସିଲେ ଭେଣ୍ଡିର ପାଣିକୁ ସବୁଦିନ ପିଅନ୍ତୁ । ଏହାଦ୍ୱାରା ଶରୀରରେ ଆଇରନର ଅଭାବ ପୁରଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.