ଓଜନ କମ୍ କରିବା ପାଇଁ କଫିରେ ମିଶାନ୍ତୁ କେବଳ ଗୋଟିଏ ଜିନିଷ, ମାସକରେ ହୋଇଯିବେ ସ୍ଲିମ୍

କରୋନା ମହାମାରୀ ଯୋଗୁ ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ୱାର୍କ ଫ୍ରମ ହୋମ କରୁଛନ୍ତି। ଏଭଳି ସ୍ଥିତିରେ ଦିନ ସାରା ଗୋଟିଏ ସ୍ଥାନରେ ବସିବା ହେତୁ ଲୋକଙ୍କ ଓଜନ ବଢ଼ିବାରେ ଲାଗିଛି। କୌଣସି ଶାରୀରିକ ପରିଶ୍ରମ ନ କରିବା ଯୋଗୁ ଓଜନ ଆଶାତୀତ ଭାବେ ବୃଦ୍ଧି ପାଉଛି। ତେବେ ଆପଣ ଚାହିଁଲେ ଘରେ ରହି ମଧ୍ୟ ଓଜନ କମ୍ କରିପାରିବେ। ଆସନ୍ତୁ ଜାଣିବା ଏକ ଏଭଳି ରେସିପି ଯାହା ମାସକ ମଧ୍ୟରେ ଆପଣଙ୍କ ଓଜନ କମ୍ କରିଦେବ।

କଫିର ଏହି ରେସିପି ପାଇଁ ଆପଣଙ୍କୁ ଦରକାର ଅଧ କପ ପାଣି, ୧ ଛୋଟ ଚାମଚ କଫି,୧ ଛୋଟ ଚାମଚ ଜାଇଫଳ ପାଉଡର, ୧ ଛୋଟ ଚାମଚ କଫି ପାଉଡର,୧ ଛୋଟ ଚାମଚ ଡାଲଚିନି ପାଉଡର, ୧ ଚାମଚ ନଡ଼ିଆ ତେଲ।

ଏହାକୁ ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମେ ପାଣିକୁ ଫୁଟାଇ ସେଥିରେ କଫି ପକାନ୍ତୁ। ଏବେ ଏଥିରେ ଜାଇଫଳ ପାଉଡ଼ର, କଫି ପାଉଡ଼ର ଓ ଡାଲଚିନି ପାଉଡ଼ର ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହା ପରେ କଫିର ୧ ଚାମଚ ନଡ଼ିଆ ତେଲ ପକାଇ ଗୋଳାଇଦିଅନ୍ତୁ। ଏହି ଡ୍ରିଙ୍କକୁ ଆପଣ ଏକ୍ସରସାଇଜ କିମ୍ବା ୱାକିଂ ପୂର୍ବରୁ ପିଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.