ଜ୍ୟୋତିଷ ନିୟମ: ଜାଣନ୍ତୁ ସପ୍ତାହରେ କେଉଁ ବାରରେ ଲୋନ ଦେବା ଏବଂ ନେବା ହୋଇଥାଏ ଅଶୁଭ

ଆଜିର ସମୟରେ କରଜ ବା ଲୋନ ନେବା ଏକ ସାଧାରଣ କଥା । ନିଜର ଛୋଟ ବଡ଼ ଆବଶ୍ୟକତାକୁ ପୂରଣ କରିବା ପାଇଁ କରଜ ନେବା ଏବଂ ଦେବା ବୃଦ୍ଧି ପାଇବାରେ ଲାଗିଛି । ଯଦିଓ କରଜ ନେବା ଏବଂ ଦେବା ବହୁତ ବିପଦପୂର୍ଣ୍ଣ ଅଟେ । ଜ୍ୟୋତିଷଶାସ୍ତ୍ରରେ ଋଣ ନେବା ଦେବା ସମ୍ବନ୍ଧରେ କିଛି ନିୟମ ରହିଛି । ତାହେଲେ ଆସନ୍ତୁ ଜାଣିବା କଣ ରହିଛି ସେହି ନିୟମ ।

ସୋମବାର- ଜ୍ୟୋତିଷଶାସ୍ତ୍ର ଅନୁସାରେ ସୋମବାରକୁ କରଜ ନେବା ଏବଂ ଦେବା ପାଇଁ ଏକ ଶୁଭ ଦିନ ବୋଲି କୁହାଯାଇଥାଏ ।

ମଙ୍ଗଳବାର- ଏହି ବାରରେ କରଜ ବା ଲୋନ କରିବା ଅଶୁଭ ବୋଲି କୁହାଯାଇଥାଏ । ବରଂ ଏହି ଦିନରେ ଯଦି ଆପଣଙ୍କର କୌଣସି ପୁରୁଣା ଲୋନ ରହିଛି ତାହେଲେ ତାକୁ ସୁଝିଦିଅନ୍ତୁ । ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ ।

ବୁଧବାର- ବୁଧବାରେ କରଜ ନେବା କିମ୍ବା ଦେବା ଅଶୁଭ ହୋଇଥାଏ ।

ଗୁରୁବାର- ଗୁରୁବାରରେ କାହାକୁ ବି ଋଣ ଦେବା ଶୁଭ ହୋଇନଥାଏ ବରଂ ଏହିଦିନରେ କରଜ ନେବା ଲାଭଦାୟକ ହୋଇଥାଏ ।

ଏହାସହ ପଢନ୍ତୁ ଜାଣନ୍ତୁ ଏହି ୧୦ଟି ସଂକେତ ବିଷୟରେ, ଯାହା ଆପଣଙ୍କୁ ଭବିଷ୍ୟତରେ କିଛି ଅଶୁଭ ହେବାର ସୂଚନା ଦେଇଥାଏ

ଶୁକ୍ରବାର- ଏହି ଦିନ କରଜ ନେବା ଏବଂ ଦେବା ଶୁଭ ବୋଲି କୁହାଯାଇଥାଏ ।

ଶନିବାର- କରଜ ନେବା ଏବଂ ଦେବାପାଇଁ ଏହିଦିନ ବହୁତ ଅଶୁଭ ହୋଇଥାଏ । ଏହି ଦିନ ନିଆଯାଇଥିବା କିମ୍ବା ଦିଆଯାଇଥିବା କର ଅଧିକ ଲମ୍ବା ସମୟ ପର୍ଯ୍ୟନ୍ତ ପରିଶୋଧ ହୋଇପାରିନଥାଏ ।

ରବିବାର- ଏହିଦିନ କରଜ ନେବା ଏବଂ ଦେବା ଶୁଭ ହୋଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.