ମହାରାଷ୍ଟ୍ରରେ ମହାମେଣ୍ଟ ପାଇଁ ଚାଲିଛି ମହାମନ୍ତ୍ରଣା, ଶିବସେନା, ଏନସିପି ଓ କଂଗ୍ରେସ କ୍ୟାମ୍ପରେ ଘନଘନ ବୈଠକ

କେନ୍ୟୁଜ୍(କେନ୍ୟୁଜ୍):   ମହାରାଷ୍ଟ୍ରରେ ମହାମେଣ୍ଟ ପାଇଁ ଚାଲିଛି ମହାମନ୍ତ୍ରଣା। ହାତ ମିଳାଇବେ ପୁରୁଣା ରାଜନୈତିକ ଶତ୍ରୁ। ଶିବସେନା, ଏନସିପି ଓ କଂଗ୍ରେସ କ୍ୟାମ୍ପରେ ଘନଘନ ବୈଠକ। କେଉଁ ଫର୍ମୂଲାରେ ଏକାଠି ହେବେ ତାକୁ ନେଇ ଚାଳିଛି ବିଚାର ବିମର୍ଷ। ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମୂଲଚାଲ ପାଇଁ ମିଳି ଯାଇଛି ଅଧିକ ସମୟ। କମନ୍‌ ମିନିମମ୍‌ ପ୍ରୋଗ୍ରାମ ନାରା ଦେଇ ଏକାଠି ହେବାକୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ଆଜି ମହରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଏକ ହୋଟେଲରେ ଆଲୋଚନା କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ। ଆଲୋଚନା ପରେ ଗଣମାଧ୍ୟମକୁ କହିଛନ୍ତି, କଥାବାର୍ତ୍ତା ଠିକ୍‌ ଦିଗରେ ଗତିକରୁଛି। ନିଷ୍ପତ୍ତି ହେବା ମାତ୍ରେ ଜଣାଇ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.