Below header

ନୌବାଣିଜ୍ୟର ସ୍ମୃତିକୁ ମନେ ରଖିବା ପାଇଁ ସୁବର୍ଣ୍ଣପୁରରେ ନିଆରା କାର୍ଯ୍ୟକ୍ରମ , ଦେଶୀ ଡଙ୍ଗାରେ ହେଲା ନୌକା ଚାଳନା ପ୍ରତିଯୋଗିତା

କେନ୍ୟୁଜ୍(ବ୍ୟୁରୋ):   ଦେଶୀ ଡଙ୍ଗା ସାଙ୍ଗକୁ ଦେଶୀ ଆହୁଲା । ପ୍ରତିଟି ଡଙ୍ଗାରେ ଦୁଇ ଜଣ ପ୍ରତିଯୋଗୀ । ନିଆରା ଢଙ୍ଗରେ ଚାଲିଛି ନୌକା ପ୍ରତିଯୋଗିତା । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ମହାନଦୀ ତେନ୍ତୁଳି ଘାଟର ଦୃଶ୍ୟ । ଓଡ଼ିଶାର ନୌବାଣିଜ୍ୟକୁ ଉଜ୍ଜୀବିତ କରି ରଖିବା ପାଇଁ ଏଭଳି ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ମୋଟ ଶହେ ଜଣ ପ୍ରତିଯୋଗୀ ।

ଦୀର୍ଘ ୫୬ବର୍ଷ ଧରି ଏହି ପ୍ରତିଯୋଗିତା ଏଠି ଅନୁଷ୍ଠିତ ହୋଇଆସୁଛି । ସେପଟେ ମହାନଦୀର ସୁରକ୍ଷା ଓ ସ୍ୱଚ୍ଛତାର ବାର୍ତ୍ତା ନେଇ ଆୟୋଜିତ ଏ କାର୍ଯ୍ୟକ୍ରମ ସରକାରୀ ପ୍ରୋତ୍ସାହନ ମିଳିଲେ ଅଧିକ ବ୍ୟାପକ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି । ଏଭଳି କାର୍ଯ୍ୟକ୍ରମକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.