ସକାଳର ଆରମ୍ଭ ଦର୍ପଣ ଦେଖି କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସତର୍କ

ପ୍ରତ୍ୟେକ ବ୍ୟକ୍ତି ନିଜ ଦିନର ଆରମ୍ଭ ଭଲ ହେବା ସହିତ ତାଙ୍କର ସବୁ ଯୋଜନା ସଫଳ ହେବା ପାଇଁ ଚାହିଁଥାନ୍ତି। ଏଥିପାଇଁ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ରଖିବାକୁ ହେବ। ଏହା ପରେ ମଧ୍ୟ ବେଳେ ବେଳେ ଦିନରେ କିଛି କାମ ଭୁଲ ହୋଇଯାଇଥାଏ। ଏପରି ହେବାର କାରଣ ଆପଣ କେବେ ଭାବିଛନ୍ତି।

ବାସ୍ତବରେ ଆମେ ସକାଳୁ ଉଠିବା ସମୟରେ ଏପରି କିଛି କାମ କରିଥାଉ ଯାହା ଆମ ଦୃଷ୍ଟିରେ ଠିକ, କିନ୍ତୁ ସେହି କାମ ପ୍ରକୃତରେ ଅଶୁଭ ହୋଇଥାଏ। ସକାଳୁ ଉଠିବା ସମୟରେ ଅଧିକାଂଶ ଲୋକମାନେ ଦର୍ପଣ ଦେଖିଥାନ୍ତି, ଯାହା ଅଶୁଭ ହୋଇଥାଏ। ବାସ୍ତୁ ଶାସ୍ତ୍ର ନିୟମ ଅନୁସାରେ ଦିନର ଆରମ୍ଭ କରିବା ଠିକ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠିବା ସମୟରେ ଦର୍ପଣ ଦେଖିବା ଅନୁଚିତ। ସକାଳୁ ଦର୍ପଣ ଦେଖିବା ଦ୍ବାରା ପୁରାଦିନ ଆପଣଙ୍କ ଉପରେ ନକାରାତ୍ମତ ଶକ୍ତିର ପ୍ରଭାବ ପଡ଼ିଥାଏ। ସେହିପରି ସକାଳୁ ଆଖି ଖୋଲିବା ସମୟରେ କାହାର ଚେହେରା ମଧ୍ୟ ଦେଖିବା ଅନୁଚିତ।

swimଦିନଟି ଭଲରେ ଆରମ୍ଭ କରିବା ପାଇଁ ସକାଳୁ ଆଖି ଖୋଲିବା ସମୟରେ ପ୍ରଥମେ ନିଜର ଇଷ୍ଟ ଦେବତାଙ୍କୁ ଧ୍ୟାନ କରନ୍ତୁ। ଏହା କରିବା ଦ୍ବାରା ଆପଣଙ୍କର ଆତ୍ମବିଶ୍ବାସ ବଢିଥାଏ। ସକାଳୁ ଉଠିବା ସମୟରେ ମନ୍ଦିରର ଘଣ୍ଟି ବା ଶଙ୍ଖ ଧ୍ବନି ଶୁଣିବା ଦ୍ବାରା ଶରୀରରେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଏହା ବ୍ୟତୀତ ସକାଳୁ ନଡ଼ିଆ, ଶଙ୍ଖ, ଫୁଲ ଆଦି ଦେଖିବା ଦ୍ବାରା ଶୁଭ ହୋଇଥାଏ।

ସକାଳୁ କୌଣସି କାମ ପାଇଁ ବାହାରକୁ ଯିବା ସମୟରେ ଯଦି ଆପଣ କିଛି ସଫା କାର୍ଯ୍ଯ କରୁଥିବା ବ୍ୟକ୍ତିଙ୍କୁ ଦେଖିଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ। ସକାଳୁ ଜଳଖିଆ ସେବନ କରିବା ସମୟରେ କୌଣସି ପଶୁର ନା ନେବା ଅନୁଚିତ। ଏହା କରିବା ଦ୍ବାରା ଆପଣଙ୍କ ଦିନଟି ଖରାପ ହୋଇଥାଏ। ସକାଳୁ ଧଳା ଗାଈ ଦେଖିବା ଶୁଭ ହୋଇଥାଏ।