Below header

ନବରାତ୍ରୀରେ କାହିଁକି ଜଳାଯାଏ ‘ଅଖଣ୍ଡ ଜ୍ୟୋତି’, ଜାଣନ୍ତୁ ଏହାକୁ ଜଳାଇବାର ୬ଟି ନିୟମ

ନବରାତ୍ରୀ ୯ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏହି ୯ ଦିନରେ ମା’ଙ୍କ ୯ଟି ସ୍ୱରୂପକୁ ପୂଜା କରାଯାଇଥାଏ। ଏହି ସମୟରେ ଅନେକ ଶ୍ରଦ୍ଧାଳୁ ଉପବାସ ବ୍ରତ ରଖିଥାନ୍ତି। କେତେକ ଶ୍ରଦ୍ଧାଳୁ ପ୍ରଥମ ନବରାତ୍ରରେ ନିଜ ନିଜ ଘରେ ଅଖଣ୍ଡ ଜ୍ୟୋତି ଜଳାନ୍ତି। ଏହି ଜ୍ୟୋତି ପୂରା ୯ ଦିନ ପର୍ଯ୍ୟନ୍ତ ଜଳିଥାଏ। ବିଶ୍ୱାସ ରହିଛି, ନବରାତ୍ର ସମୟରେ ଅଖଣ୍ଡ ଜ୍ୟୋତି ଜଳାଇବା ଦ୍ୱାରା ଘରେ ସୁଖ, ସମୃଦ୍ଧି ବାସ କରିଥାଏ ଏବଂ ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ ହୋଇଥାଏ। ଘରେ ପିତୃ ଶାନ୍ତି ବଜାୟ ରହିଥାଏ। ଅଖଣ୍ଡ ଜ୍ୟୋତି ଆଲୋକ, ଶ୍ରଦ୍ଧା ଏବଂ ଭକ୍ତିର ପ୍ରତୀକ ହୋଇଥାଏ। ଆସନ୍ତୁ ଜାଣିବା ଅଖଣ୍ଡ ଜ୍ୟୋତି ଜଳାଇବାର ନିୟମ।

23

୧. ଅଖଣ୍ଡ ଜ୍ୟୋତିକୁ କେବେ ବି ତଳେ ରଖନ୍ତୁ ନାହିଁ। ଏହାକୁ କୌଣସି ଚୌକି ଉପରେ ଲାଲ କପଡ଼ା ବିଛାଇ ରଖନ୍ତୁ। ଯଦି ଘରେ ଚୌକି ନାହିଁ, ତା’ହେଲେ ଭୂମି ଉପରେ ଅଷ୍ଟଦଳ ବନାନ୍ତୁ ଏବଂ ତା’ ଉପରେ ଅଖଣ୍ଡ ଜ୍ୟୋତି ଜଳାନ୍ତୁ।

୨. ଅଖଣ୍ଡ ଜ୍ୟୋତି ପାଇଁ ଶୁଦ୍ଧ ଦେଶୀ ଘିଅ ବ୍ୟବହାର କରନ୍ତୁ। ଆପଣ ଚାହିଁଲେ ସୋରିଷ ଏବଂ ରାଶି ତେଲ ମଧ୍ୟ ବ୍ୟବହାର କରିପାରିବେ। କିନ୍ତୁ ଏ ସବୁ ଶୁଦ୍ଧ ହେବା ଆବଶ୍ୟକ।

2

୩. ଅଖଣ୍ଡ ଜ୍ୟୋତିର ବିଶେଷ ବତୀ ରହିଥାଏ। ଏହା ରକ୍ଷା ସୂତ୍ରରେ ତିଆରି କରାଯାଇଥାଏ। ଏହା ଦୀପର ମଝିରେ ରଖାଯାଏ।

୪. ବତୀକୁ ବାରମ୍ବାର ବଦଳାଇବା ଉଚିତ ନୁହେଁ। ଅଖଣ୍ଡ ଜ୍ୟୋତି ପାଖରେ ଫୁଲ ଏବଂ ଚାଉଳ ରଖିବା ଆବଶ୍ୟକ।

4

୫. ଅଖଣ୍ଡ ଜ୍ୟୋତିକୁ ମା’ ଭବାନୀଙ୍କ ଡାହାଣ ପଟେ ରଖନ୍ତୁ। ଯଦି ସୋରିଷ ତେଲ ବ୍ୟବହାର କରିଛନ୍ତି, ତେବେ ବାମ ପଟେ ରଖନ୍ତୁ।

୬. ଅଖଣ୍ଡ ଜ୍ୟୋତିକୁ ସ୍ୱଚ୍ଛ ହାତରେ ଛୁଇଁବା ଉଚିତ। କେବେ ବି ଏହାକୁ ପିଠି କରି ଯିବା ଉଚିତ ନୁହେଁ। ନବରାତ୍ରୀ ସମାପ୍ତ ହେଲେ ଏହାକୁ ସ୍ୱୟଂ ସମାପ୍ତ ହେବାକୁ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.