ଧୋନି ରାଗିବାରୁ ନିଜ ନିଷ୍ପତ୍ତି ବଦଳାଇଲେ ଅମ୍ପାୟାର, ଏବେ ଚେନ୍ନାଇ ସୁପରକିଙ୍ଗସ୍‌କୁ ବ୍ୟାନ୍‌ କରିବା ଜୋର୍‌ ଧରିଛି ଦାବି

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ପୂର୍ବବର୍ଷ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ର କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଅମ୍ପାୟାରଙ୍କ ଉପରେ ରାଗିଥିବା ଦେଖିବାକୁ ମିଳିଥିଲା। ଏହା ପରେ ସେ ଚର୍ଚ୍ଚା ପରିସରକୁ ଆସିଥିଲେ। ତେବେ ଏବର୍ଷ ପୁଣି ଥରେ ଧୋନି ଓ ଅମ୍ପାୟାରଙ୍କ ମଧ୍ୟରେ ଯୁକ୍ତିତର୍କ ଲୋକଙ୍କ ଆଖିକୁ ଖଟ୍‌କିଛି। ଏଣୁ ଲୋକମାନେ ଏବେ ଚେନ୍ନାଇ ସୁପରକିଙ୍ଗସ୍‌କୁ ବ୍ୟାନ୍‌ କରିବାକୁ ଦାବି କରିଛନ୍ତି।

ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ୍‌ ମଧ୍ୟରେ ମ୍ୟାଚ୍‌ ବେଳେ ଧୋନି ଓ ଅମ୍ପାୟାର ମୁହାଁମୁହିଁ ହୋଇଥିଲେ। ହାଇଦ୍ରାବାଦର ବ୍ୟାଟିଂ ବେଳେ ୧୯ ଓଭରରେ ଶାର୍ଦ୍ଦୁଳ ଠାକୁର ବୋଲିଂ ପାଇଁ ଓହ୍ଲାଇଥିଲେ। ପ୍ରଥମ ବଲରେ ୨ ରନ୍‌ ଦେବା ପରେ ସେ ଦ୍ୱିତୀୟ ବଲ୍‌ ଫିଙ୍ଗିଥିଲେ। ଏହା ପରେ ଠାକୁର ପୁଣିଥରେ ୟାର୍କର ପକାଇଥିଲେ ଓ ବଲ୍‌ ଅଫ୍‌ ସାଇଡ୍‌ରେ ଯାଇଥିଲା। ଫିଲ୍ଡ ଅମ୍ପାୟାର ପଲ୍‌ ରିଫେଲ ଏହାକୁ ମଧ୍ୟ ଓ୍ଵାଇଡ୍‌ ଦେବାକୁ ଚାହୁଁଥିଲେ କିନ୍ତୁ ଠାକୁର ତାଙ୍କ ସହ ଯୁକ୍ତି ତର୍କ କରିଥିଲେ। ଏହା ପରେ ଧୋନି ଆଗକୁ ଆସି ଅମ୍ପାୟାରଙ୍କୁ କିଛି କହିଥିଲେ। ତା’ପରେ ଅମ୍ପାୟାରଙ୍କୁ ନିଜ ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା। ଏହା ପରେ ହାଇଦ୍ରାବାଦର କ୍ୟାପ୍‌ଟେନ୍‌ ଡେଭିଡ୍‌ ଓ୍ଵାର୍ଣ୍ଣର ରାଗିଯାଇ ସିଟ୍‌ରୁ ଉଠି ଠିଆ ହୋଇଗଲେ।

dhoni2

ଧୋନିଙ୍କ କହିବା ପରେ ଅମ୍ପାୟାର ନିଜ ନିଷ୍ପତ୍ତି ବଦଳାଇବାରୁ ଲୋକମାନେ ପ୍ରଶ୍ନ କରିଛନ୍ତି। ଏଥିସହ ସିଏସ୍‌କେରେ ଧୋନିଙ୍କ ଅଧିନାୟକତ୍ୱଙ୍କୁ ବ୍ୟାନ୍‌ କରିବାକୁ ଦାବି ଜୋର ଧରିଛି। ଦେଖନ୍ତୁ ଲୋକଙ୍କର କେତେକ ପ୍ରତିକ୍ରିୟା…

Leave A Reply

Your email address will not be published.