କାହିଁକି ମହିଳାଙ୍କ ଠାରେ ଦେଖାଯାଏ ପିସିଓଡି ସମସ୍ୟା, ଜାଣନ୍ତୁ ଏହାର ତୁରନ୍ତ ନିରାକରଣ

ବେଳେବେଳେ ହରମୋନରେ ପରିବର୍ତ୍ତନ ଯୋଗୁଁ ଯୁବକଯୁବତୀମାନେ ଅନେକ ରୋଗର ଶିକାର ହୁଅନ୍ତି। ଯେପରିକି ପୁଅମାନଙ୍କ କ୍ଷେତ୍ରରେ ମେଦବହୁଳତା,ଚିନ୍ତାଗ୍ରସ୍ତତା ଏବଂ ଚିଡ଼ଚିଡ଼ାପଣ ଏକ ସାଧାରଣ ସମସ୍ୟା ହୋଇଥାଏ। ସେହିପରି ଝିଅମାନଙ୍କର ହରମୋନାଲ ପରିବର୍ତ୍ତନ ଯୋଗୁଁ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଆଜିକାଲି ସ୍କୁଲ୍ ଯାଉଥିବା ଝିଅମାନଙ୍କର ମଧ୍ୟ ପଲିସିଷ୍ଟିକ୍ ଓଭାରୀ ସିଣ୍ଡ୍ରୋମ୍ ଦେଖାଯାଉଛି।

ଆଜିକାଲି ଝିଅମାନଙ୍କର ଠାରେ ପିସିଓଡି ସମସ୍ୟା ସାଧାରଣ ହୋଇଗଲାଣି। ଏଥିରେ ମହିଳାମାନଙ୍କର ଗର୍ଭାଶୟରେ ହରମୋନର ସ୍ତର ବଢ଼ିଯାଇଥାଏ, ଯାହା ଦ୍ବାରା ଓଭାରୀରେ ସିଷ୍ଟ ହୋଇଥାଏ। ଏହି ସମସ୍ୟା ମହିଳାମାନଙ୍କୁ ହରମୋନାଲ ଅସନ୍ତୁଳନ, ମେଦବହୁଳତା ଏବଂ ଅତ୍ୟଧିକ ଚାପ କାରଣରୁ ହୋଇଥାଏ।

cystଶରୀରରେ ଅଧିକ ଚର୍ବି ହେବା କାରଣରୁ ଏଷ୍ଟ୍ରୋଜେନ୍ ହରମୋନର ମାତ୍ରା ବଢ଼ିଥାଏ ଯାହାଦ୍ବାରା ଓଭାରୀରେ ସିଷ୍ଟ ହୋଇଥାଏ। କେତେକ ଝିଅମାନଙ୍କର ଅନ୍ୟ ଝିଅମାନଙ୍କ ତୁଳନାରେ ମାସିକଧର୍ମ ସମୟରେ ଅଧିକ ରକ୍ତସ୍ରାବ ହୋଇଥାଏ ଏବଂ ବେଶୀ ଦିନ ପର୍ଯ୍ୟନ୍ତ ଏହା ଚାଲିଥାଏ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ କେତେକ ଝିଅମାନଙ୍କୁ ରକ୍ତହୀନତା ରୋଗ ଭଳି ସମସ୍ୟା ମଧ୍ୟ ଦେଖାଯାଏ। ଡାକ୍ତରଙ୍କ କହିବାନୁସାରେ ଭୁଲ ଜୀବନଶୈଳୀ ଯୋଗୁଁ ମଧ୍ୟ ଆଜିକାଲି ଝିଅମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି ଯେପରିକି ମେଦବହୁଳତା,ନିଦ ନହେବା ଏବଂ ଅବସାଦ ବା ଚାପ।

ତେବେ ଏହି ପିସିଓଡି ସମସ୍ୟାରୁ ରକ୍ଷା ପାଇବା ପାଇଁ କଣ କରିବେ ଜାଣନ୍ତୁ।

  • ଚର୍ବିଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ।
  • ସନ୍ତୁଳିତ ଜୀବନଶୈଳୀ
  • ଶୋଇବା ସମୟ ନିର୍ଦ୍ଧାରଣ କରନ୍ତୁ
  • ବେଶୀ ରାତି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତୁ ନାହିଁ।
  • ସକାଳେ ଜଲଦି ଉଠନ୍ତୁ।
  • ବ୍ୟାୟାମ କରନ୍ତୁ।
  • ଧୂମ୍ରପାନ ଏବଂ ଆଲକୋହଲରୁ ଦୂରେଇ ରୁହନ୍ତୁ।
  • ଘରେ ରୋଷେଇ ହୋଇଥିବା ଖାଦ୍ୟ ଖାଆନ୍ତୁ।
  • ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.