ଜାଣିଛନ୍ତି କି, ଏହି ଜିନିଷ ବିବାହିତା ମହିଳାଙ୍କୁ କରିଦେବ ବିଧବା

ଭାରତୀୟ ବାସ୍ତୁଶାସ୍ତ୍ରରେ ମହିଳାଙ୍କ ପାଇଁ ଏପରି ଅନେକ ଜିନିଷ ଲେଖା ଯାଇଛି ଯାହା ତାଙ୍କୁ ମାନିବା ନିହାତି ଆବଶ୍ଯକ। ଖାସ କରି ବିବାହିତ ବା ସଧବା ନାରୀ ମାନଙ୍କ ପାଇଁ ରହିଛି କିଛି ନିୟମ। ଯାହା ତାଙ୍କ କରିବା ଦ୍ବାରା ତାଙ୍କ ସ୍ବାମୀଙ୍କ ଉପରେ ବିପଦ ଆସିପାରେ। ଏଣୁ ଆଜି ଆମେ ଏପରି କିଛି ଜିନିଷ  ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ବାରା ସଧବା ମହିଳା ହୋଇପାରନ୍ତି ବିଧବା।

bengali-fi

-ବିବାହିତ ମହିଳାଙ୍କୁ ଭୁଲରେ ମଧ୍ୟ ଧଳା ଶାଢ଼ୀ ପରିଧାନ କରିବା ଉଚିତ୍ ନୁହଁ। କାରଣ ହିନ୍ଦୁ ଧର୍ମ ଅନୁଯାୟୀ ସଧବା ମହିଳାଙ୍କ ଧଳା ଶାଢ଼ୀ ପିନ୍ଧିବାକୁ ଅଶୁଭ କୁହାଯାଇଥାଏ। କାରଣ ପରମ୍ପରା ଅନୁଯାୟୀ ଯେଉଁ ମହିଳାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଥାଏ ସେହି ମାନେ ହିଁ ଧଳା ରଙ୍ଗର ଶାଢ଼ୀ ବା ପୋଷାକ ପରିଧାନ କରିଥାନ୍ତି।

-ବର୍ତ୍ତମାନ ଫ୍ଯାସନକୁ ନଜରରେ ରଖି ମହିଳା ସୁନାର ପାଉଁଞ୍ଜି ଏବଂ ଗୋଡ଼ମୁଦି ପିନ୍ଧିବା ଆରମ୍ଭ କଲେଣି। ଯାହାକି ବାସ୍ତବରେ ପରମ୍ପରା ବିରୁଦ୍ଧ ହୋଇଥାଏ। କାରଣ ସୁନାକୁ କୁବେରଙ୍କ ପ୍ରତିକ କୁହାଯାଇଥାଏ। ଏଣୁ ସୁନାର ପାଉଁଞ୍ଜି ବା ଗୋଡ଼ମୁଦି ପିନ୍ଧିବା ଦ୍ବାରା କୁବେର ଦେବତାଙ୍କ ଅଭିଶାପ ବିବାହିତ ଜୀବନରେ ପଡ଼ିଥାଏ।

Wedding-Bangle

-ଭାରତୀୟ ବିବାହିତ ମହିଳାଙ୍କ ପ୍ରତିକ ସ୍ବରୁପ ହୋଇଥାଏ ସେମାନେ ପିନ୍ଧିଥିବା ଚୁଡ଼ି। କିନ୍ତୁ ସଧବା ମହିଳାଙ୍କୁ ଭୁଲରେ ମଧ୍ୟ କଳା ରଙ୍ଗର ଚୁଡ଼ି ପିନ୍ଧିବା ଉଚିତ୍ ନୁହଁ। ଏହା ଦ୍ବାରା ସ୍ବାମୀଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ବୋଲି କୁହାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.