କେନ୍ୟୁଜ୍(ବ୍ୟୁରୋ): ପୁଣି ବାତିଲ ହେଲା ଦିଲ୍ଲୀ ମୁନିସିପାଲ କର୍ପୋରେସନର ମେୟର ନିର୍ବାଚନ । ଆମ ଆଦମୀ ପାର୍ଟି ଓ ବିଜେପି କର୍ପୋରେଟରଙ୍କ ହଙ୍ଗାମା ଯୋଗୁଁ ବାତିଲ ହେଲା ନର୍ବାଚନ । ହୋଇ ପାରିଲାନି ଭୋଟିଂ । ଏହା ପୂର୍ବରୁ ୬ ଜାନୁଆରୀରେ ହଙ୍ଗାମା ଯୋଗୁଁ ନିର୍ବାଚନ ବାତିଲ ହୋଇଥିଲା । ହଙ୍ଗାମା ପରେ ସଦନକୁ ସ୍ଥଗିତ କରାଯାଇଛି ।
ଆଜି ସକାଳୁ ସକାଳୁ ସଦନରେ ଜୋରଦାର ହଙ୍ଗାମା ହୋଇଥିଲା । ପ୍ରଥମେ ସଦନରେ ପାରା ମିଲିଟାରୀ ଫୋର୍ସର ମୁତୟନକୁ ନେଇ ଆପ ବିରୋଧ କରିଥିଲା । ଏହାପରେ ଯେବେ ମନୋନୀତ କୋର୍ପୋରେଟରଙ୍କ ଶପଥ ଗ୍ରହଣ ହୋଇଥିଲା ଆପ୍ ହଙ୍ଗାମା କରିଥିଲା । ବିଜେପିର କର୍ପୋରେଟର ମାନଙ୍କୁ ମଧ୍ୟ ନାରାବାଜି କରୁଥିବାର ଦେଖିବାକୁ ମିଳିଥିଲା । ଆପ କର୍ପୋରେଟର ସେମ ସେମ ନାରା ଲଗାଉଥିବା ବେଳେ ବିଜେପି କର୍ପୋରେଟର ଜୟ ଶ୍ରୀରାମର ନାରା ଲଗାଇଥିଲେ ।
ଡେପୁଟି ସିଏମ୍ ମନୀଷ ସିସୋଦିଆ କହିଥିଲେ ଆପ୍ କୋର୍ପୋରେଟର କୌଣସି ହଙ୍ଗମା କରିନଥିଲେ । ବିଜେପି ତାର କୋର୍ପୋରେଟର ମାନଙ୍କ ଦ୍ୱାରା ହଙ୍ଗାମା କରାଇଥିଲା ଓ ନିର୍ବାଚନକୁ ବାତିଲ କରିଦେଇଥିଲା । ଏହାସହ କହିଥିଲେ ଆମେ ତ ଚାହୁଁଛୁ ଆଜି ହିଁ ନିର୍ବାଚନ ହେଉ ।
ଦିଲ୍ଲୀ ମୁନିସିପାଲ ନିର୍ବାଚନରେ ଆପ୍ ୨୫୦ ଆସନରୁ ୧୩୪ ଆସନରେ ବିଜୟୀ ଲାଭ କରିଛି । ବିଜେପିକୁ ୧୦୪ ସିଟ ମିଳିଛି ।