ଭାଲେଣ୍ଟାଇନ ଡ଼େରେ ଶପଥ ନେବେ ୧୦ହଜାର ଛାତ୍ରଛାତ୍ରୀ, ପିତାମାତାଙ୍କ ଅନୁମତି ବିନା କରିବେନାହିଁ ପ୍ରେମ ବିବାହ

ଗୁଜରାଟ: ବାପାମାଆଙ୍କ ସମ୍ମତି ବିନା ପ୍ରେମ-ବିବାହ ନ କରିବାକୁ ଗୁଜରାଟର ସୁରତ ଅଞ୍ଚଳରେ ହଜାର ହଜାର ସ୍କୁଲ୍‌ ପିଲା ଶପଥ ନେବାକୁ ଯାଉଛନ୍ତି। ଏହି ଅଭିନବ ଶପଥ ସେମାନେ ଫେବ୍ରୁଆରି ୧୪ ଅର୍ଥାତ୍ ଭାଲେଣ୍ଟାଇନ୍‌ ଡେ’ରେ ନେବେ ବୋଲି ଜଣାପଡ଼ିଛି । ହାସ୍ୟମେବ ଜୟତେ’ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଏହି କାର‌୍ୟ୍ୟକ୍ରମର ଆୟୋଜନ କରୁଛି।

indian-bride

ସୂଚନା ମୁତାବକ, ଏହି କାର‌୍ୟ୍ୟକ୍ରମ ନିମନ୍ତେ ସୁରତର ୧୨ଟି ସ୍କୁଲ୍‌ର ୧୦୦୦୦ ପିଲାମାନଙ୍କୁ ଚୟନ କରାଯାଉଛି। ଏଠାରେ ଯଦି ବାପାମାଆ ସମ୍ମିତି ନଦିଅନ୍ତି ତେବେ ସେମାନେ ସେମାନଙ୍କ ପ୍ରେମିକ/ପ୍ରେମିକାଙ୍କୁ ବିବାହ କରିବେ ନାହିଁ ବୋଲି ଶପଥ ନେବେ।

ନିଶ୍ଚତ ପଢ଼ନ୍ତୁ:  

‘ରୋମାନ୍ସ ଫ୍ରଡ୍’ ଙ୍କ ଠାରୁ ରୁହନ୍ତୁ ସତର୍କ,ପ୍ରେମର ଖୋଜ୍ ରେ ଖାଲି ହୋଇଯାଇପାରେ ଆପଣଙ୍କ…

ସଂଗଠନର ସଂମ୍ପାଦକଙ୍କ ମୁତାବକ, ଆଜିକାଲି ବହୁ ପୁରୁଷ ଏବଂ ମହିଳା ପ୍ରେମ କରି ପରିବାରକୁ ନଜରଅନ୍ଦାଜ କରି ବିବାହ କରିବା ନିଷ୍ପତ୍ତି ନେଉଛନ୍ତି। ଏନେଇ ଅନେକ ଲୋକ ଘରୁ ପଳାଇ ଯାଇ ଏକ୍ କରୁଥିବା ଜଣା ପଡୁଛନ୍ତି, କିନ୍ତୁ ଏ ଭଳି ସମ୍ପର୍କ ସ୍ୱଳ୍ପସ୍ଥାୟୀ ହୋଇଥାଉଛି । ଏଣୁ ଜୀବନର ଏହି ମହତ୍ତ୍ବ ପୂର୍ଣ୍ଣ ନିଷ୍ପତି ପୂର୍ବରୁ ସମସ୍ତ ପିଲା ପିତାମାତାଙ୍କ ଆଦେଶ ଗ୍ରହଣ କରନ୍ତୁ ତାହା ପାଇଁ ଏହି ଶପଥଉତ୍ସବର ପାଳନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.