କୋଷ୍ଟାଲ ହାଇୱେ ପ୍ରକଳ୍ପ ନେଇ ସଚିବାଳୟରେ ବୈଠକ

ଭୁବନେଶ୍ବର(କେନ୍ୟୁଜ୍) : କୋଷ୍ଟାଲ ହାଇୱେ ପ୍ରକଳ୍ପ ନେଇ ରାଜ୍ୟ ସଚିବାଳୟରେ ବୈଠକ। ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ NHAI କର୍ତ୍ତୁପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। କୋଷ୍ଟାଲ ହାଇୱେ କେଉଁ ବାଟ ଦେଇ ଯିବ ଏହା ଉପରେ ରାଜ୍ୟ ସରକାର NHAI କର୍ତ୍ତୁପକ୍ଷଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଏହା ମଧ୍ୟରେ ତିନି ଥର କୋଷ୍ଟାଲ ହାଇୱେର ALIENMENT ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ଚାହିଁଥିଲେ। କିନ୍ତୁ ଆଜି ପର‌୍ୟ୍ୟନ୍ତ କେନ୍ଦ୍ର ସରକାର କିମ୍ବା NHAI କର୍ତ୍ତୁପକ୍ଷ ଏହାକୁ ଗ୍ରହଣ କରିନାହାଁନ୍ତି। ଯାହାକୁ ନେଇ ଆଜିର ବୈଠକରେ ପୂର୍ବରୁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ଲାଗୁ କରିବା ପାଇଁ ଦାବି ଦୋହରାଇଛନ୍ତି।

ସେହି ଦାବି ଗୁଡିକ ହେଲା ସାତପଡ଼ା-ପୁରୀ ରାସ୍ତାକୁ ସମୁଦ୍ର ନିକଟବର୍ତ୍ତୀ କରିବାଏବଂ କୋଣାର୍କ-ଅସ୍ତରଙ୍ଗ ରାସ୍ତାକୁ ମଧ୍ୟ ସମୁଦ୍ର ନିକଟବର୍ତ୍ତୀ ନେବାକୁ ପ୍ରସ୍ତାବ ଦିଆଯାଇଛି। ଉଦୟପୁର-ତଳସାରୀ ରାସ୍ତାକୁ ମଧ୍ୟ ସମୁଦ୍ର ଆଡକୁ ନେବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି। ଚିଲିକାରେ ୨ଟି ସିଗନେଚର ଓଭରବ୍ରିଜର ନିର୍ମାଣ ହେବ ବୋଲି ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ସୂଚନା ଦେଇଛନ୍ତି। କୋଷ୍ଟାଲ ହାଇୱେକୁ ନେଇ ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.