ତାମିଲନାଡୁରେ ଏକ ମନ୍ଦିର ଶୋଭାଯାତ୍ରାରେ ଅଘଟଣ: ବିଦ୍ୟୁତ୍‌ ତାରରେ ରଥ ଲାଗିଯିବାରୁ ୧୧ ଜଣଙ୍କ ମୃତ୍ଯୁ

ତାମିଲନାଡୁ: ତାମିଲନାଡୁରେ ମନ୍ଦିର ଶୋଭାଯାତ୍ରାରେ ଅଘଟଣ । ତାଞ୍ଜାଭୁର ଜିଲ୍ଲାରେ ଶୋଭାଯାତ୍ରା ବେଳେ ୧୧ ଜଣ ମୃତ, ୧୫ରୁ ଅଧିକ ଆହତ । ଶୋଭାଯାତ୍ରାରେ ଆସୁଥିବା ରଥ ବିଦ୍ୟୁତ୍‌ ତାରରେ ଲାଗିବାରୁ ଏଭଳି ଅଘଟଣ ଘଟିଛି । ବିଦ୍ୟୁତ ସଂଶ୍ପର୍ଷରେ ଆସି ରଥରେ ନିଆଁ ଲାଗିଯାଇଥିଲା। ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ସୂଚନା ମିଳିଛି।

ଗୁରୁତରଙ୍କ ସଂଖ୍ୟା ବଢୁଥିବାବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ବହୁ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଲକ୍ଷ ସହାୟତା ରାଶି ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.