ଦୀପାବଳି ପୂର୍ବରୁ ୩୬ହଜାର ଲିଟର ସୋରିଷ ତେଲରେ ଜଳିଲା ୧୨ ଲକ୍ଷ ଦୀପ, ରେକର୍ଡ ରଚିବ ଅଯୋଧ୍ୟା

କେନ୍ୟୁଜ୍(ବ୍ୟୁରୋ):  ଦୀପମୟ ଅଯୋଧ୍ୟା । ସଜେଇ ହୋଇଛି ରାମ ନଗରୀ । ୧୨ ଲକ୍ଷ ଦୀପରେ ଝଲସୁଛି ରାମନଗରୀ। ସରଜୁ ନଦୀର ଘାଟକୁ ଦୀପରେ ସଜ୍ଜାଯାଇଛି। ଏକ ସଙ୍ଗରେ ଏତେ ଦୀପ ଜଳିବାର ଆଜି ରେକର୍ଡ ରଚିବ ଅଯୋଧ୍ୟା । ରାମ କି ପୌଡିରେ ୯ଲକ୍ଷ ଦୀପ ଜଳିବ। ଗିନିଜ ବୁକ୍‌ ଅଫ ରେକର୍ଡ ଟିମ ଏହାର ଗଣନା କରିବ। ରାମ ଜନ୍ମଭୂମି ପରିସରରେ ୫୧ହଜାର ଦୀପ, ଅଯୋଧ୍ୟାର ପ୍ରାଚୀନ ମନ୍ଦିର ଓ ସ୍ଥାନରେ ୩ଲକ୍ଷରୁ ଅଧିକ ଦୀପ ଜଳୁଛି ।

ayodhya

୩୬ହଜାର ଲିଟର ସୋରିଷ ତେଲର ବ୍ୟବହାର କରାଯାଇଛି । ସକାଳ ୧୦ରୁ ଆରମ୍ଭ ହୋଇଛି ଭଗବାନ ରାମଙ୍କ ଶୋଭା ଯାତ୍ରା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭବ୍ୟ ସମାରୋହରେ ସାମିଲ ହୋଇଛନ୍ତି । ଆଯୋଧ୍ୟାରେ ରାମ, ଲକ୍ଷ୍ମଣ ଓ ସୀତା ପହଞ୍ଚିବା ପରେ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଏଥର ୪୫ ସ୍ୱୟଂ ସହାୟକ ଗୋଷ୍ଠୀ, ୧୫ ମହାବିଦ୍ୟାଳୟ, ୫କଲେଜ ଆଦିର ପ୍ରାୟ ୧୨ହଜାର ଭଲ୍ୟୁଣ୍ଟର ଏହି ଉତ୍ସବରେ ସହଯୋଗ କରୁଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୭ରେ ଅଯୋଧ୍ୟା ରାମ କି ପୌଡିରେ ଦୀପତ୍ସୋବ ଆରମ୍ଭ କରିଥିଲେ। ।୨୦୧୭ରେ ୧ଲକ୍ଷ ୮୦ ହଜାର ଦୀପ ଲଗାଯାଇଥିଲା। ୨୦୧୮ରେ ୩ଲକ୍ଷ ୧ହଜାର ୧୫୨, ୨୦୧୯ରେ ୫ଲକ୍ଷ ୫୦ହଜାର ଓ ୨୦୨୦ରେ ୫ଲକ୍ଷ ୫୧ହଜାର ଦୀପ ଜଳାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.