ଚୀନ: ଟନେଲ୍‌ କାନ୍ଥରେ ପିଟି ହେଲା ଯାତ୍ରୀବାହୀ ବସ୍‌; ୧୪ ମୃତ, ୩୭ ଆହତ

ଉତ୍ତର ଚୀନର ଶାଙ୍କସି ପ୍ରଦେଶରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଛି । ବସ୍‌ଟି ଟନେଲ୍ କାନ୍ଥ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୪ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି ।

ଉତ୍ତର ଚୀନର ଶାଙ୍କସି ପ୍ରଦେଶରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଛି । ବସ୍‌ଟି ଟନେଲ୍ କାନ୍ଥ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୪ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି । ଏହି ଦୁର୍ଘଟଣାରେ ୩୭ ଜଣ ଆହତ ହୋଇଛନ୍ତି । ଚୀନ୍ ସରକାରୀ ଗଣମାଧ୍ୟମ ବୁଧବାର ଏହି ସୂଚନା ଦେଇଛି ।

ସ୍ଥାନୀୟ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଦୁର୍ଘଟଣା ହୁବେଇ ଏକ୍ସପ୍ରେସୱେରେ ଦ୍ୱିପ୍ରହର ପ୍ରାୟ ସାଢ଼େ ୨ଟା ସମୟରେ ଘଟିଥିଲା । ଖବର ପାଇ ଉଦ୍ଧାର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚଥିଲେ । ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି ।

ଏହିପରି ଅନ୍ୟ ଏକ ଦୁର୍ଘଟଣା ପୂର୍ବ ଚୀନର ଝେଜିଆଙ୍ଗ ପ୍ରଦେଶରେ ତାଇଝୋଉରେ ଥିବା ଏକ ସ୍କୁଲ ନିକଟରେ ଘଟିଛି । ଏଠାରେ ମଙ୍ଗଳବାର ଏକ କାର ଭିଡ଼ ଭିତରକୁ ପଶି ଆସିବାରୁ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୬ ଜଣ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.