ଝୁଣ୍ଟିଆ ପିନ୍ଧିବା ବେଳେ ମାନନ୍ତୁ ଏସବୁ ନିୟମ, ନଚେତ୍‌ ବିପଦରେ ପଡ଼ିପାରନ୍ତି ସ୍ୱାମୀ

ଭାରତୀୟ ସଂସ୍କୃତିରେ ବିବାହ ପରେ ମହିଳାଙ୍କୁ ଅନେକ ନୀତି ନିୟମ ମାନିବାକୁ ପଡ଼ିଥାଏ । ଯେପରିକି ମଥାରେ ସିନ୍ଦୁର ଲଗାଇବା, ହାତରେ ଶଙ୍ଖା ଚୁଡ଼ି ପିନ୍ଧିବା ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଗୋଡ଼ରେ ଝୁଣ୍ଟିଆ ବା ଗୋଡ଼ ମୁଦି ପିନ୍ଧିବା । ସଧବା ନାରୀମାନେ ପାଦ ଆଙ୍ଗୁଠିରେ ଗୋଡ଼ ମୁଦି ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦିଆଯାଏ। ତେବେ ଗୋଡ଼ ମୁଦି ପିନ୍ଧୁଥିଲେ କିଛି ନିୟମ ବି ମାନିବା ଜରୁରୀ । ନଚେତ୍‌ ସ୍ୱାମୀଙ୍କ ଉପରେ ବିପଦ ଆସିପାରେ ବୋଲି କୁହାଯାଏ ।

ଭାରତୀୟ ସଂସ୍କୃତିରେ ବିବାହ ପରେ ମହିଳାଙ୍କୁ ଅନେକ ନୀତି ନିୟମ ମାନିବାକୁ ପଡ଼ିଥାଏ । ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଶୃଙ୍ଗାର ବି କରିବା ନିୟମ ରହିଛି । ଯେପରିକି ମଥାରେ ସିନ୍ଦୁର ଲଗାଇବା, ହାତରେ ଶଙ୍ଖା ଚୁଡ଼ି ପିନ୍ଧିବା ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଗୋଡ଼ରେ ଝୁଣ୍ଟିଆ ବା ଗୋଡ଼ ମୁଦି ପିନ୍ଧିବା । ସଧବା ନାରୀମାନେ ପାଦ ଆଙ୍ଗୁଠିରେ ଗୋଡ଼ ମୁଦି ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦିଆଯାଏ । ଏହାକୁ ବିବାହିତ ନାରୀଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଣୁ ସଧବା ମହିଳାମାନେ କେବେ ବି ଗୋଡ଼ ମୁଦି ଉତାରି ନଥାନ୍ତି । ତେବେ ଗୋଡ଼ ମୁଦି ପିନ୍ଧୁଥିଲେ କିଛି ନିୟମ ବି ମାନିବା ଜରୁରୀ । ନଚେତ୍‌ ସ୍ୱାମୀଙ୍କ ଉପରେ ବିପଦ ଆସିପାରେ ବୋଲି କୁହାଯାଏ । ଆସନ୍ତୁ ଜାଣିବା ଝୁଣ୍ଟିଆ ବା ଗୋଡ଼ ମୁଦି ପିନ୍ଧିବାର ନିୟମ ବିଷୟରେ…

-ଜ୍ୟୋତିଷ ଶାସ୍ତ୍ରବିତ୍‌ଙ୍କ ମତରେ ଗୋଡ଼ରେ କଦାପି ସୁନାର ଗୋଡ଼ ମୁଦି ପିନ୍ଧିବା ଉଚିତ୍‌ ନୁହେଁ । ଏହା ଅଶୁଭ ହୋଇଥାଏ ।
-ଗୋଡ଼ରେ ଶବ୍ଦ କରୁଥିବା ମୁଦି ପିନ୍ଧିବାକୁ ବାରଣ କରାଯାଇଛି । ଏହା ଦ୍ୱାରା ସ୍ୱାମୀଙ୍କ କରଜ ବଢ଼ିପାରେ ।
-ଗୋଡ଼ ମୁଦିକୁ ଆଙ୍ଗୁଠିରେ ପାଖାପାଖି କରି ପିନ୍ଧନ୍ତୁ । ଗୋଟିଏ ଆଙ୍ଗୁଠି ଛାଡ଼ି ଛାଡ଼ି ପିନ୍ଧନ୍ତୁ ନାହିଁ ।
-ମହିଳାମାନେ ଭୁଲରେ ବି ଭଙ୍ଗା କି ଚେପା ହୋଇଯାଇଥିବା ମୁଦି ପିନ୍ଧନ୍ତୁ ନାହିଁ । ଏହାକୁ ଅଶୁଭ ଧରାଯାଏ ।
-ଧ୍ୟାନ ରଖିବେ ଯେ ବିବାହିତା ନାରୀ ନିଜ ପିନ୍ଧା ଗୋଡ଼ ମୁଦିକୁ କେବେ ବି କାହାକୁ ଦେବେ ନାହିଁ । ଏହା ବିବାହର ପରିଚୟ । ଏଣୁ ଝୁଣ୍ଟିଆକୁ କାହାକୁ ଦେବା ଉଚିତ୍‌ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.