ବିହାର ଲୋକ ସେବା ଆୟୋଗର ବଡ଼ ନିଷ୍ପତ୍ତି, ଶିକ୍ଷକ ଭର୍ତ୍ତି ପରୀକ୍ଷା ରଦ୍ଦ

ବିହାର ଲୋକ ସେବା ଆୟୋଗ(BPSC) ର ଶିକ୍ଷକ ଭର୍ତ୍ତି ପାଇଁ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ବାତିଲ କରାଯାଇଛି । ମାର୍ଚ୍ଚ ୧୫ ତାରଖରେ ହୋଇଥିବା ଫେଜ ୩ ବିହାର ଲୋକ ସେବା ଆୟୋଗ ଶିକ୍ଷକ ଭର୍ତ୍ତି ପରୀକ୍ଷା ରଦ୍ଦ ହୋଇଛି । ଏହି ପରୀକ୍ଷା ୧୫ ମାର୍ଚ୍ଚରେ ଆୟୋଜିତ ହୋଇଥିଲା ।

ବିହାର ଲୋକ ସେବା ଆୟୋଗ(BPSC) ର ବଡ ନିଷ୍ପତ୍ତି । ଶିକ୍ଷକ ଭର୍ତ୍ତି ପାଇଁ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ବାତିଲ କରାଯାଇଛି । ମାର୍ଚ୍ଚ ୧୫ ତାରଖରେ ହୋଇଥିବା ଫେଜ ୩ ବିହାର ଲୋକ ସେବା ଆୟୋଗ ଶିକ୍ଷକ ଭର୍ତ୍ତି ପରୀକ୍ଷା ରଦ୍ଦ ହୋଇଛି । ଏହି ପରୀକ୍ଷା ୧୫ ମାର୍ଚ୍ଚରେ ଆୟୋଜିତ ହୋଇଥିଲା । ପେପର ଲିକ୍‌ ହେବା କାରଣରୁ ବିହାର ଲୋକ ସେବା ଆୟୋଗ ଏଭଳି ନିଷ୍ପତ୍ତି ନେଇଛି ।

ବିହାର ଶିକ୍ଷକ ଭର୍ତ୍ତି ପେପର ଲିକ୍‌ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ସ୍ଲୋଭର ଗ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଠାରୁ ୧୦-୧୦ ଲକ୍ଷ ଟଙ୍କା ନେଇଥିଲା । ଏହି ମାମଲାରେ ପାଟନା ପୋଲିସ ପାଖାପାଖି ୩୦୦ ଲୋକଙ୍କୁ ଗିରଫ କରିଥିଲା । ପରୀକ୍ଷାର୍ଥୀଙ୍କ ସମେତ ଗ୍ୟାଙ୍ଗର ସଦସ୍ୟଙ୍କୁ କୋର୍ଟ ଜେଲ ପଠାଇଥିଲେ ।  ଏହି ମାମଲାରେ ୧୪ ମାର୍ଚ୍ଚରେ ପ୍ରଶ୍ନପତ୍ର ବାହାରକୁ ଆସିଥିଲା । ପରୀକ୍ଷା ପ୍ରଶ୍ନ ମିଳାଇବା ପରେ ବିଲକୁଲ୍‌ ସମାନ ରହିଥିଲା । ବିହାର ଶିକ୍ଷକ ଭର୍ତ୍ତି ପରୀକ୍ଷାରେ ଜାଲ୍‌ କାରବାର କରିବା ପାଇଁ ଝାଡଖଣ୍ଡର ହଜାରୀବାଗରେ ବସି ପ୍ଲାନି କରିଥିଲେ । ଏହି ରାକେଟ ହଜାରୀବାଗରୁ ସଂଚାଳିତ ହୋଇଥିଲା । ଯାହାର ଖୁଲାସା ବିହାର EOW, ବିହାର ପୋଲିସ ଏବଂ ଝାଡଖଣ୍ଡ ପୋଲିସର ମିଳିବ ସହଯୋଗରେ ଧରାପଡିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.