ସାମ୍ନାକୁ ଆସିଲା ‘ମିର୍ଜାପୁର ୩’ର ଫାଷ୍ଟ ପୋଷ୍ଟର, ଜାଣନ୍ତୁ କେବେ ଓ କେଉଁଠି ହେବ ରିଲିଜ୍‌

ମିର୍ଜାପୁର ୩’କୁ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ଫ୍ୟାନ୍ସଙ୍କ ଅପେକ୍ଷା ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି । ତେବେ ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଏହି ପୋଷ୍ଟର ଦେଖିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏହି ୱେବ୍ ସିରିଜ୍ ଦେଖିବାର ଉତ୍ସାହ ଆହୁରି ବଢି ଯାଇଛି ।

ୱେବ୍ ସିରିଜ୍ ‘ମିର୍ଜାପୁର ୩’କୁ ପ୍ରଶଂସକମାନେ ବହୁତ ଦିନ ଧରି ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ଫ୍ୟାନ୍ସଙ୍କ ଅପେକ୍ଷା ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି । ତେବେ ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଏହି ପୋଷ୍ଟର ଦେଖିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏହି ୱେବ୍ ସିରିଜ୍ ଦେଖିବାର ଉତ୍ସାହ ଆହୁରି ବଢି ଯାଇଛି । ଫିଲ୍ମର ପୋଷ୍ଟରକୁ ଦେଖିଲେ ଲାଗୁଛି ଯେ ଏହି ସିଜନଟି ମଧ୍ୟ ବହୁତ ମଜାଦାର ହେବାକୁ ଯାଉଛି ।

ବାସ୍ତବରେ, ମାର୍ଚ୍ଚ ୧୯ ରେ, OTT ପ୍ଲାଟଫର୍ମ ପ୍ରାଇମ୍ ଭିଡିଓ ଅନେକ ୱେବ୍ ସିରିଜ୍ ବିଷୟରେ ଏକ ଅଫିସିଆଲ୍ ଘୋଷଣା କରିଛି । ତେବେ ‘ମିର୍ଜାପୁର ୩ର ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି । କାଲିନ ଭେୟା, ମୁନ୍ନା ଭେୟା ଏବଂ ଗୁଡୁ ପଣ୍ଡିତ ୩ ବର୍ଷ ପରେ ପୁଣି ଥରେ ଦର୍ଶକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିବାକୁ ଆସୁଛନ୍ତି । ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ଏହାର ଏକ ପୋଷ୍ଟାର ରିଲିଜ୍‌ ହୋଇଛି । ଏହି ଫଟୋଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ primevideoin ରେ ସେୟାର କରାଯାଇଛି । ସେହି ଫଟୋର ଚେୟାରରେ ଥିବା ନିଆଁ ଦେଖିଲେ ଲାଗୁଛି ଯେ ଏହି ସିଜିନ୍‌ରେ ମଧ୍ୟ ଧମାକା ହେବାକୁ ଯାଉଛି । ତେବେ ବର୍ତ୍ତମାନ ଫିଲ୍ମର ଏହି ପୋଷ୍ଟର ରିଲିଜ୍ ହେବା ମାତ୍ରେ ପ୍ରଶଂସକଙ୍କ ଉତ୍ସାହକୁ ଦେଖିବାକୁ ମିଳିଛି ।

ତେବେ ଏପର୍ଯ୍ୟନ୍ତ ‘ମିର୍ଜାପୁର’ର ଦୁଇଟି ସିଜିନ୍‌ ରିଲିଜ୍‌ ହୋଇସାରିଛି । ଏହି ଦୁଇଟି ୱେବ୍ ସିରିଜ୍‌କୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ । ଦୁଇଟି ସିଜିନ୍‌ରେ ଭଲ ସଫଳତା ମିଳିବା ଯୋଗୁ ଫିଲ୍ମ ନିର୍ମାତାମାନେ ଏହାର ତୃତୀୟ ସିଜିନ୍‌ ଆଣିବାକୁ ଯୋଜନା କରିଥିଲେ । ତେବେ ଶେଷରେ ୪ ବର୍ଷ ପରେ, ‘ମିର୍ଜାପୁର ୩’ ମୁକ୍ତିଲାଭ କରିବାକୁ ଯାଉଛି । ଏହା ସହ ଏହି ସିଜିଜନ୍‌ରେ ପଙ୍କଜ ତ୍ରିପାଠୀ, କାଲିନ ଭେୟା, ଅଲି ଫାଜଲ, ଗୁଡୁ ପଣ୍ଡିତ, ମୁନ୍ନା ଭେୟା ଏବଂ ରସିକା ଦୁଗଲଙ୍କୁ ବେନା ତ୍ରିପାଠୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

 

View this post on Instagram

 

A post shared by prime video IN (@primevideoin)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.