ବିଷାକ୍ତ ଅଟା ଖାଇ ମରି ଯାଇଥିଲେ ୧୪ ଜଣ ଶ୍ରମିକ! ୨୫ ବର୍ଷ ପରେ କୋର୍ଟ ୨ ଦୋକାନୀଙ୍କୁ ଦେଲେ ଆଜୀବନ କାରାଦଣ୍ଡ

ୟୁପିର ଶାହଜାହାନପୁରରେ ୧୯୯୭ରେ ଘଟିଥିଲା ଏକ ହୃଦୟବିଦାରକ ଘଟଣା। ଏଠାରେ ବିଷାକ୍ତ ଅଟାରୁ ତିଆରି ରୁଟି ଖାଇ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ କୋର୍ଟ ଏବେ ୨ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ସେମାନଙ୍କ ଉପରେ ୬୦-୬୦ ହଜାର ଟଙ୍କାର ଜରିମାନା ବି ଲଗାଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ଘଟଣାର ୨୫ ବର୍ଷ ପରେ ଆସିଛି। ଅତିରିକ୍ତ ସେସନ୍ସ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇବାକୁ ଯାଇ ଦୋକାନୀ ସତ୍ୟନାରାୟଣ ଅଗ୍ରଓ୍ଵାଲ ଓ ରାକେଶ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

up
photo: aajtak

ଖବର ମୁତାବକ, ୧୯୯୭ରେ ରୋଜା ଥାନା ଅଞ୍ଚଳର ଏକ ଇଟାଭାଟିରେ କାମ କରୁଥିବା କିଛି ଶ୍ରମିକ ଏବଂ ଆଖପାଖର କିଛି ଲୋକ ସ୍ଥାନୀୟ ଦୁଇଟି ଦୋକାନରୁ ଅଟା କିଣିଥିଲେ। ସେହି ଅଟାରୁ ରୁଟି ତିଆରି କରି ଖାଇବା ଦ୍ୱାରା ସମସ୍ତଙ୍କ ପେଟରେ ହଠାତ୍‌ ଅସମ୍ଭାଳ ଯନ୍ତ୍ରଣା ହୋଇଥିଲା। ଏହାର ତୁରନ୍ତ ପରେ ପୀଡ଼ିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠି ଜଣଙ୍କ ପରେ ଜଣେ ୧୪ ଜଣ ମୃତ୍ୟୁବରଣ କରିଥିଲେ। ମୃତକଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ଥିଲେ। ପରେ ଏହି ମାମଲାର ତଦନ୍ତ କରି ପୋଲିସ କିଛି ବ୍ୟକ୍ତିଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା।

ବର୍ତ୍ତମାନ ମାମଲାକୁ ୨୫ ବର୍ଷ ପୂରି ଯାଇଛି। ଦୀର୍ଘଦିନର ଯୁକ୍ତି ଏବଂ ସାକ୍ଷୀଙ୍କ ବୟାନ ଆଧାରରେ ଅତିରିକ୍ତ ସେସନ୍ସ କୋର୍ଟ ଅଭିଯୁକ୍ତ ଦୋକାନୀଦ୍ୱୟଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.